PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର : ସନ୍ଧ୍ୟାବେଳେ ବେଳାଭୂମିରେ ବସିଥିବା ବେଳେ ମୁଣ୍ଡ ଉପରେ ପଡ଼ିଲା ଚଡ଼କ, ଛାତ୍ର ମୃତ ଛାତ୍ରୀ ଗୁରୁତର
  • ||
  • ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଷ୍ଟାଡ଼ିୟମ୍‌ରେ ଖେଳା ଯିବ ଆଇପିଏଲ ୨୦୨୨ ଫାଇନାଲ
  • ||
  • ଆନନ୍ଦପୁର : ଝରକା ଗ୍ରୀଲ୍ ଭାଙ୍ଗି ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ, ୧୫ ଭରି ସୁନାଅଳଙ୍କାର ସହ ନଗଦ ୫୨ ହଜାର ଟଙ୍କା ଲୁଟ୍
  • ||
  • ସୋର : ଗୋରୁ ବୋଝେଇ କଣ୍ଟେନର ଜବତ, ୪୦ ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର, ୧୧ ଗିରଫ
  • ||
  • ସମାନ ନାଗରିକ ସଂହିତା ଲାଗୁ କରିବା ପ୍ରସ୍ତୁତିରେ ମୋଦି ସରକାର , ପ୍ରଥମେ ଉତ୍ତରାଖଣ୍ଡରେ ଏହି ଆଇନ୍‌ ଲାଗୁ କରାଯିବାର ଅଭ୍ୟାସ ଆରମ୍ଭ କରାଯାଇଛି
  • ||
  • ଗୁଜରାଟରେ ବଡ଼ ବିଜୟର ପ୍ରସ୍ତୁତିରେ ବିଜେପି , କଂଗ୍ରେସ ଦୁର୍ବଳତାର ବି ମିଳିବ ଫାଇଦା
  • ||

ପୋଲିସ କହି ଘରେ ପଶିଲେ, ବନ୍ଧୁକ ଦେଖାଇ ୩୦ହଜାର ଲୁଟି ନେଲେ ୪ ଦୁର୍ବୃତ୍ତ

ମୋହନା, ୨୦/୦୧ : ବନ୍ଧୁକ ଦେଖାଇ ୩୦ ହଜାର ଟଙ୍କା ଲୁଟି ନେଲେ ନକଲି ପୋଲିସ। ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ମେରାପଲି ଗାଁରେ। ବୁଧବାର ରାତିରେ ମେରାପଲି ଗାଁର ସଞ୍ଜୟ ସାହୁଙ୍କ ପରିବାର ଶୋଇଥିବା ବେଳେ ୪ ଜଣ ଦୁର୍ବୃତ୍ତ ନକଲି ପୋଲିସ ହୋଇ ତାଙ୍କ ଘରେ ପଶି ଲୁଟ୍ କରିଛନ୍ତି।

ଅଭିଯୋଗ ଅନୁଯାୟୀ, ବୁଧବାର ବିଳମ୍ବିତ ରାତି ପ୍ରାୟ ଗୋଟାଏ ବେଳେ ମେରାପଲି ଗାଁର ସଞ୍ଜୟ ସାହୁଙ୍କ ପରିବାର ଘରେ ଶୋଇଥିଲେ । ଏହି ସମୟରେ ୪ ଜଣ ଦୁର୍ବୃତ୍ତ ଘର କବାଟ ବାଡେଇ ଆମେ ପୋଲିସ ଆସିଛୁ କବାଟ ଖୋଲିବାକୁ କହିଲେ । ଭୟରେ ସଞ୍ଜୟ ୨ ଘର କବାଟ ଖୋଲିଥିଲେ। ଏହାପରେ ଜଣେ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ସଞ୍ଜୟଙ୍କ ହାତ ବାନ୍ଧି ଦେଇଥିଲେ । ଏହାପରେ ତାଙ୍କ ସ୍ତ୍ରୀକୁ ଟଙ୍କା , ସୁନା କେଉଁଠି ରଖିଛ ସବୁ ଦେବାକୁ କହିଥିଲେ। ଏହାପରେ ଦୁର୍ବୃତ୍ତମାନେ ସଞ୍ଜୟଙ୍କ ଘରୁ ନଗଦ ୩୦ ହଜାର ଟଙ୍କା, ସଞ୍ଜୟଙ୍କ ଠାରୁ ୨ହଜାର ଓ ତାଙ୍କ ସ୍ତ୍ରୀଙ୍କଠାରୁ ୯ଶହ ଟଙ୍କା ଲୁଟ୍ କରି ଚମ୍ପଟ ମାରିଥିଲେ। ତେବେ ଏସମ୍ପର୍କରେ ସଞ୍ଜୟ ମୋହନା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଏନେଇ ଅଧିକ ତଦନ୍ତ କରୁଛି ।