ଅରୁଣାଚଳ ପ୍ରଦେଶ ଓ ତାଇଓ୍ବାନକୁ ନିଜର ସୀମା ବାହାରେ ଦର୍ଶାଇଥିବା ୩୦ ହଜାର ମାନଚିତ୍ର ନଷ୍ଟ କଲା ଚୀନ୍

ନୂଆଦିଲ୍ଲୀ, ୨୬।୩:ଚୀନର କଷ୍ଟମ ବିଭାଗ ଅରୁଣାଚଳ ପ୍ରଦେଶ ଓ ତାଇଓ୍ବାନକୁ ନିଜର ଅଞ୍ଚଳର ଅଂଶ ଭାବରେ ନଦେଖାଇବାକୁ ନେଇ ନିଜ ଦେଶରେ ଛପା ଯାଇଥିବା ୩୦ ହଜାର ମାନଚିତ୍ରକୁ ନଷ୍ଟ କରିଦେଇଚିନ୍ତି। ଏହି ବିଶ୍ବ ମାନଚିତ୍ରକୁ ଚୀନରେ ହିଁ ଛପାଯାଇଥିଲା। ଚୀନର ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସ ଲେଖିଛି ଯେ, ସମସ୍ତ ନକସା କୌଣସି ଅଜଣା ଦେଶକୁ ପଠାଯିବାର ଥିଲା, ତାହା ଜଣାନାହିଁ। ତେବେ ଭୁଲ ମାନଚିତ୍ର ଗୁଡିକୁ ନଷ୍ଟ କରିଦିଆଯାଇଛି ଯେଉଁଥିରେ ତାଇଓ୍ବାନକୁ ଭିନ୍ନ ଦେଶ ଭାବରେ ଦେଖାଯାଇଛି ଓ ଭାରତର ସୀମାକୁ ଭୁଲ ଭାବରେ ଚିତ୍ରଣ କରାଯାଇଛି।

ଭାରତର ପୂର୍ବରେ ଥିବା ଅରୁଣାଚଳ ପ୍ରଦେଶକୁ ଚୀନ ନିଜ ପରିସୀମା ଅନ୍ତର୍ଗତ ଦର୍ଶାଉଛି। ଚୀନର କହିବା ଅନୁସାରେ ଏହି ରାଜ୍ୟ ଦକ୍ଷିଣ ତିବ୍ଦର ଅଂଶ। ଏପରିକି ଭାରତୀୟ ରାଜନେତା ଏଠାକୁ ଆସିବା ନେଇ ମଧ୍ୟ ସେ ଆପତ୍ତି କରୁଛି। ଚୀନ ଦଲାଇ ଲାମାଙ୍କ ଅରୁଣାଚଳ ଗସ୍ତକୁ ବିରୋଧ କରିଥିଲା। ଏପରିକି ସେଠାକୁ ଯିବା ପରେ ୯ଟି ସ୍ଥାନର ନାମ ପରିବର୍ତ୍ତନ କରିଦେଇଥିଲା।

ଅରୁଣାଚଳ ପ୍ରଦେଶକୁ ଲାଗିଥିବା ୩୪୮୮ କିଲୋମିଟର ଲମ୍ବା ବିଶିଷ୍ଟ ବାସ୍ତବିକ ନିୟନ୍ତ୍ରଣ ରେଖା(ଏଲଏସି) କୁ ନେଇ ଭାରତ-ଚୀନ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଜାରି ରହିଛି।  ଦୁଇ ଦେଶ ମଧ୍ୟରେ ଏହି ପ୍ରସଙ୍ଗକୁ ନେଇ ୨୧ ଥର ଆଲୋଚନା ହୋଇସାରିଛି କିନ୍ତୁ କିଛି ସାମାଧାନ ମିଳିପାରିନାହିଁ। ତାଇଓ୍ବାନକୁ ଚୀନ ମଧ୍ୟ ଭିନ୍ନ ଦେଶ ଭାବରେ ମାନ୍ୟତା ଦେଉନାହିଁ। ଚୀନ, ତାଇଓ୍ବାନକୁ ନିଜର ଅଂଶ ବୋଲି ମାନୁଛି। ଯଦିଓ ବିଶ୍ବ ମଞ୍ଚରେ ସ୍ବତନ୍ତ୍ରତାକୁ ନେଇ ତାଇଓ୍ବାନ ଲଗାତାର ଭାବରେ ସ୍ବର ଉତ୍ତୋଳନ କରିଆସୁଛି।

   ସମ୍ବନ୍ଧିତ ଖବର


ଏହି ବ୍ଲଡ ଗ୍ରୁପ ଥିବା ଲୋକଙ୍କୁ କରୋନାର ବିପଦ ସବୁଠାରୁ କମ୍, ଷ୍ଟଡିରେ ଭିଟାମିନ୍ ଡି’କୁ ନେଇ ଆସିଲା ଏଭଳି ତଥ୍ୟ

ରୁଷ ସାଟେଲାଇଟ ସହ ଧକ୍କା ହେବାରୁ ଅଳ୍ପକେ ବର୍ତ୍ତିଲା ଭାରତୀୟ ଗୁଇନ୍ଦା ଉପଗ୍ରହ

ଓ୍ବାଜିଦଙ୍କ ପରଲୋକ ପରେ ପରିବାର ଉପରେ ଗମ୍ଭୀର ଅଭିଯୋଗ ଆଣିଲେ ପତ୍ନୀ, କହିଲେ ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରାଯାଉଛି …

ନାଗାଲାଣ୍ଡର ଏହି ଗାଁରେ ହୀରା ମିଳିବା ଖବର ପରେ ପାହାଡ ଖୋଳିଦେଲେ ଗ୍ରାମବାସୀ

‘ନିବାର’ ବାତ୍ୟା ଯୋଗୁ ବେଳାଭୂମିରେ ଜମା ହେଲା ସୁନା, କଥା ପ୍ରଚାର ହେବା ପରେ ସୁନାର ସନ୍ଧାନ ପାଇଁ ଲାଗିଲା ପ୍ରବଳ ଭିଡ଼

ଶାଳୀକୁ ନେଇ ଫେରାର ହେଲା ଭିଣୋଇ, ଧରା ପଡିବା ପରେ ବିଷ ପିଇଲେ ଯୁବତୀ