ମୃତ୍ୟୁର ତାଣ୍ଡବ ରଚିଲା ଇଣ୍ଟରସିଟି ଏକ୍ସପ୍ରେସ୍, ଚାଲିଗଲା ୩୧ ମଇଁଷିଙ୍କ ଜୀବନ

ଢେଙ୍କାନାଳ,୨୭/ ୧୧: ମୃତ୍ୟୁର ତାଣ୍ଡବ ରଚିଲା ଇଣ୍ଟରସିଟି ଏକ୍ସପ୍ରେସ୍‌। ଆଖି ପିଛୁଳାକେ ଚାଲିଗଲା ୩୧ଟି ମଇଁଷିଙ୍କର ଜୀବନ। ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ଢେଙ୍କାନାଳ ସହର ଉପକଣ୍ଠ କାଠଗଡ଼ା ନିକଟରେ।

ମିଳିଥିବା ସୂଚନା ମୁତାବିକ, ସବୁଦିନ ଭଳି ଆଜି ମଧ୍ୟ ମଇଁଷି ଗୁଡ଼ିକ ପାଖ ଜଙ୍ଗଲରୁ ଚରି ଗୋବିନ୍ଦପୁର ଗ୍ରାମ ଅଭିମୁଖେ ଯାଉଥିଲେ। ଗୋବିନ୍ଦପୁରକୁ ଫେରୁଥିବା ବେଳେ କାଠଗଡ଼ା ଠାରେ ରେଳ ଧାରଣା ଅତିକ୍ରମ କରୁଥିଲେ।

ଅପରପକ୍ଷେ ଶୁକ୍ରବାର ବିଳମ୍ବରେ ଆସୁଥିବା ରାଉରକେଲା ଭୁବନେଶ୍ବର ଇଣ୍ଟରସିଟି ଏହି ମଇଁଷି ପଲ ଉପରେ ମାଡ଼ି ଯାଇଥିଲା। ଯାହାଫଲରେ ଘଟଣାସ୍ଥଳରେ ୩୧ଟି ମଇଁଷିଙ୍କ ମୃତ୍ୟୁ ଘଟିଛି। ମୃତ ମଇଁଷି ସବୁ ଗୋବିନ୍ଦପୁର ଗ୍ରାମର ସନ୍ତୋଷ ସ୍ବାଇଁ ଓ ପ୍ରସନ୍ନ ସ୍ବାଇଙ୍କର ବୋଲି ସୂଚନା ରହିଛି।