PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

କୋଭିଡ କଟକଣାକୁ ଫୁ’: ୨୨ ଦିନରେ ୩୧୦୨ ପଜିଟିଭ, ୪୬ ପୁଲିସ ଓ ୨୧ ସେବକ ଆକ୍ରାନ୍ତ

ପୁରୀ: ଜିଲ୍ଲାରେ ଜୁଲାଇ ପହିଲାରୁ ୨୨ ତାରିଖ ସୁଦ୍ଧା ୩୧୦୨ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ପୁରୀ ସହରରୁ ଏହି ସମୟ ମଧ୍ୟରେ ୨୮୯ କୋଭିଡ୍‌ ରୋଗୀ ବାହାରିଛନ୍ତି । ରଥଯାତ୍ରା ଏବଂ ବାହଡ଼ା ଯାତ୍ରା ମଧ୍ୟରେ କୋଭିଡ୍‌ ଟେଷ୍ଟ ହୋଇଥିବା ଲୋକଙ୍କ ମଧ୍ୟରୁ ୪୬ ପୁଲିସ କର୍ମଚାରୀ ଓ ୨୧ ଜଣ ସେବାୟତଙ୍କ ପଜିଟିଭ୍‌ ରିପୋର୍ଟ ଆସିଛି ।

ଆଜି ଦିନକରେ ଜିଲ୍ଲାରେ ୧୧୮ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏଥିରୁ ସୂଚନା ମିଳୁଛି କୋଭିଡ୍‌ କଟକଣାକୁ ଉଲ୍ଲଙ୍ଘନ କରାଯାଉଛି । ଅନ୍ୟ ଇଲାକାରେ କୋଭିଡ୍‌ ସଂକ୍ରମଣ କମୁଥିବା ବେଳେ ଜିଲ୍ଲାରେ ସଂଖ୍ୟା ହ୍ରାସ ପାଇବାର କୌଣସି ସୂଚନା ମିଳୁନାହିଁ । ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା, ନୀଳାଦ୍ରି ବିଜେ ଦିନ କୋଭିଡ୍‌ କଟକଣାକୁ ସେବାୟତମାନେ ସର୍ବାଧିକ ଉଲ୍ଲଂଘନ କରିଥିବାର ଦେଖାଯାଇଛି । ରଥ ଉପରେ,ରଥ ତଳେ କୋଭିଡ୍‌ କଟକଣାକୁ କେହି ମାନୁନଥିବାର ଦେଖାଯାଇଛି ।

ସୁଦର୍ଶନଙ୍କ ପହଣ୍ଡି ଠାରୁ ଆରମ୍ଭ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡା ପହଣ୍ଡି ପର୍ଯ୍ୟନ୍ତ ସାମାଜିକ ଦୂରତା ରକ୍ଷା, ମାସ୍କ ପରିଧାନ ଆଦି କଟକଣାକୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରାଯାଇଥିଲା । ଆଗାମୀ ଦିନରେ ଏହାର ପ୍ରଭାବ ଦେଖିବାକୁ ମିଳିବ । ରଥଚକଡ଼ାର ନିଷିଦ୍ଧାଞ୍ଚଳରେ କୋଭିଡ୍‌ କଟକଣାକୁ ଭକ୍ତମାନେ ହେୟ ମନେ କରୁଥିବାର ଦେଖାଯାଇଛି । ମହାପ୍ରଭୁଙ୍କ ଦର୍ଶନ କଟକଣା ଅଗଷ୍ଟ ପ୍ରଥମ ସପ୍ତାହରେ ହଟିବା ନେଇ ଲୋକମାନେ ଆଶା କରୁଥିବା ବେଳେ କୋଭିଡ୍‌ ସଂକ୍ରମଣ ବଢ଼ିଲେ କୋଟି କୋଟି ଜଗନ୍ନାଥ ଭକ୍ତଙ୍କ ଦର୍ଶନ ଆଶା ମଉଳି ଯିବା ଆଶଙ୍କା ରହିଛି ।