PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓଡ଼ିଶା: ସୋମବାରରୁ ଶୁକ୍ରବାର ଦୈନିକ ସକାଳେ ମିଳୁଥିବା ମହଲତ କମିଲା ଏଣିକି ଦୈନିକ ୬ ଘଣ୍ଟା ବଦଳରେ ୪ ଘଣ୍ଟାକୁ ଖସିଲା କୋହଳ
  • ||
  • ବାହାଘରରେ ସର୍ବାଧିକ ୨୫ ଜଣ ସାମିଲ ହୋଇପାରିବେ
  • ||
  • ଓଡିଶାରେ ବଢିଲା ଲକଡାଉନ୍ ଅବଧି, ଜୁନ ୧ ଯାଏଁ ଜାରି ରହିବ କଟକଣା
  • ||
  • ଯଶିପୁର ନିର୍ବାଚନୀ ମଣ୍ଡଳୀର ପୂର୍ବତନ ବିଧାୟକ କମଳାକାନ୍ତ ନାୟକଙ୍କ ଚିକିତ୍ସାଧିନ ଅବସ୍ଥାରେ କେନ୍ଦୁଝର ମେଡିକାଲରେ ପରଲୋକ
  • ||
  • ସଇଁତଳା: ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସଂକ୍ରମଣ କମୁଛି, ମୃତ୍ୟୁ ବଢୁଛି, ୨୪ ଘଣ୍ଟାରେ ୨୨ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୩୫୭କୁ ବୃଦ୍ଧି
  • ||
  • ଓଡ଼ିଶାରେ ସଂକ୍ରମଣ କମୁଛି, ମୃତ୍ୟୁ ବଢୁଛି: ୨୪ ଘଣ୍ଟା ମଧ୍ୟରେ ୧୦ ହଜାର ୩୨୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୨ ଜୀବନ ନେଲା କରୋନା
  • ||
  • ପୁରୀ : ସମ୍‌ ସହଯୋଗରେ ପୁରୀରେ ଖୋଲିବ ସ୍ୱତନ୍ତ୍ର କୋଭିଡ୍‌ ହସ୍ପିଟାଲ୍‌, ୧୯ରୁ ସେବା ଆରମ୍ଭ
  • ||
  • ଭୁବନେଶ୍ୱର : ପୁଣି ଉପରମୁହାଁ ପାରଦ, ତାତିରେ ଛଟପଟ ଜନଜୀବନ, ଆହୁରି ୪ ଦିନ ଯାଏଁ ଜାରି ରହିବ ଗ୍ରୀଷ୍ମ ପ୍ରକୋପ
  • ||
  • ନୂଆଦିଲ୍ଲୀ : ବ୍ରହ୍ମ ମୁହୂର୍ତ୍ତରେ ଖୋଲିଲା ବଦ୍ରିନାଥଙ୍କ ଧାମ, ବିନା ଶ୍ରଦ୍ଧାଳୁରେ ହେଲା ଦ୍ଵାର ଫିଟା ନୀତି
  • ||

ମନରେଗାରେ ୩୧୭୧ କୋଟି କେନ୍ଦ୍ରୀୟ ଅନୁଦାନ ବାକି

ଭୁବନେଶ୍ୱର,୫ା୨(ବ୍ୟୁରୋ): ୨୦୧୩-୧୪ରୁ ଏଯାବତ୍‌ ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ମନରେଗା)ରେ ଓଡ଼ିଶାକୁ ମିଳିବା କଥା ୧୨ ହଜାର ୬୩୧ କୋଟି ୯୫ ଲକ୍ଷ ଟଙ୍କାର କେନ୍ଦ୍ରୀୟ ଅନୁଦାନ । ହେଲେ କେନ୍ଦ୍ର ଦେଇଛି ୯୪୬୦ କୋଟି ୩୭ ଲକ୍ଷ ଟଙ୍କା । ଏବେ ବି ୩୧୭୧ କୋଟି ୫୮ ଲକ୍ଷ ଟଙ୍କାର କେନ୍ଦ୍ରୀୟ ଅନୁଦାନ ବକେୟା ରହିଛି । ପଞ୍ଚାୟତିରାଜ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ ଏଭଳି ତଥ୍ୟ ଦେଇଛନ୍ତି ।
ବିଧାୟକ ଅଂଶୁମାନ ମହାନ୍ତିଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ମାଝୀ ଜଣାଇଛନ୍ତି, ୨୦୧୮-୧୯ ବର୍ଷ (ବର୍ତ୍ତମାନ ସୁଦ୍ଧା) ମନରେଗାରେ ଓଡ଼ିଶାକୁ ୨୭୬୬ କୋଟି ୩୮ଲକ୍ଷ ଟଙ୍କା କେନ୍ଦ୍ର ଦେବା କଥା । ହେଲେ ମିଳିଛି ୨୦୯୪ କୋଟି ୩୯ ଲକ୍ଷ ଟଙ୍କା । ଆହୁରି ୬୭୧ କୋଟି ୯୯ ଲକ୍ଷ ଟଙ୍କାର କେନ୍ଦ୍ରୀୟ ଅନୁଦାନ ବକେୟା ଅଛି । ସେହିପରି ୨୦୧୩-୧୪ରେ କେନ୍ଦ୍ରରୁ ୭୫୭ କୋଟି ୫୨ ଲକ୍ଷ ଟଙ୍କା ମିଳିଥିବାବେଳେ ୬୦୬ କୋଟି ୬୮ ଲକ୍ଷ ଟଙ୍କା ବକେୟା ଅଛି । ୨୦୧୪-୧୫ରେ ୧୦୩୫ କୋଟି ୩୦ ଲକ୍ଷ ଟଙ୍କା ମିଳିଛି । ବାକି ପଡ଼ିଛି ୬୧୫ କୋଟି ୬୩ ଲକ୍ଷ । ୨୦୧୫-୧୬ରେ ୧୪୭୯ କୋଟି ୪୧ ଲକ୍ଷ ଟଙ୍କାର କେନ୍ଦ୍ରୀୟ ଅନୁଦାନ ମିଳିଥିବାବେଳେ ୬୨୩ କୋଟି ୩୭ ଲକ୍ଷ ବକେୟା ଅଛି । ୨୦୧୬-୧୭ରେ ୧୮୯୫ କୋଟି ୨୬ ଲକ୍ଷ ଟଙ୍କା ମିଳିଛି । ଆହୁରି ୩୧୮ କୋଟି ୨ ଲକ୍ଷ ବାକି ଅଛି । ୨୦୧୭-୧୮ରେ ମିଳିବା କଥା ୨୫୩୪ କୋଟି ୩୮ ଲକ୍ଷ ଟଙ୍କା । ହେଲେ ମିଳିଛି ୨୧୯୮ କୋଟି ୪୯ ଲକ୍ଷ ଟଙ୍କା । ବକେୟା ଅଛି ୩୩୫ କୋଟି ୮୯ ଲକ୍ଷ ଟଙ୍କା ।
ଧାର୍ଯ୍ୟ ହିସାବ ଅନୁଯାୟୀ ୨୦୧୩-୧୪ରୁ ୨୦୧୮-୧୯ (ବର୍ତ୍ତମାନ ସୁଦ୍ଧା) ପର୍ଯ୍ୟନ୍ତ ମନରେଗାରେ ମୋଟ ୧୨ ହଜାର ୬୩୧ କୋଟି ୯୫ ଲକ୍ଷ ଟଙ୍କାର କେନ୍ଦ୍ରୀୟ ଅନୁଦାନ ମିଳିବା କଥା । ମିଳିଛି ୯୪୬୦ କୋଟି ୩୭ ଲକ୍ଷ ଟଙ୍କା । ୩୧୭୧ କୋଟି ୫୮ ଲକ୍ଷ ଟଙ୍କାର କେନ୍ଦ୍ରୀୟ ଅନୁଦାନ ବକେୟା ଅଛି ।
ରାଜ୍ୟ ସରକାର ପ୍ରତ୍ୟେକ ଅନୁଦାନଗୁଡ଼ିକର ବିନିଯୋଗପତ୍ର ଦାଖଲ କରିଛନ୍ତି । କେନ୍ଦ୍ର ସରକାରଙ୍କଠାରୁ ବକେୟା ପାଇବା ପାଇଁ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟକୁ ରାଜ୍ୟ ସରକାର ଚିଠି ଲେଖି ଅନୁରୋଧ କରିଛନ୍ତି । ଏହାବାଦ୍‌ ୨୦୧୫-୧୬ରେ ରାଜ୍ୟ ସରକାର ନିଜ ବଜେଟରୁ ୫୯୬ କୋଟି ୮୧ ଲକ୍ଷ ଟଙ୍କା ପ୍ରଦାନ କରି ମରୁଡ଼ି ପ୍ରଭାବିତ ୨୧୫ ବ୍ଲକରେ ଅତିରିକ୍ତ ୫୦ ଦିନର କାର୍ଯ୍ୟ ଯୋଗାଇ ଦେଇଛନ୍ତି । ଏହାବ୍ୟତୀତ ୫୨ ଟଙ୍କାର ଅତିରିକ୍ତ ମଜୁରି ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଥିଲା । ୨୦୧୭-୧୮ରେ କେନ୍ଦ୍ର ସରକାରଙ୍କ ବକେୟା ଅର୍ଥ ଯୋଗୁ ନିର୍ଦ୍ଧାରିତ ସମୟରେ ମଜୁରି ପାଇନଥିବା ହିତାଧିକାରୀଙ୍କୁ ଠିକ୍‌ ସମୟରେ ମଜୁରି ପ୍ରଦାନ ପାଇଁ ରାଜ୍ୟ ସରକାର ମନରେଗା ଯୋଜନା ଅଧୀନରେ ସୃଷ୍ଟି ହୋଇଥିବା ଆବର୍ତ୍ତନ ପାଣ୍ଠିରୁ ୩୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି ।