ପାକିସ୍ତାନର ଜେଲରେ ବନ୍ଦୀ ଅଛନ୍ତି ୩୨୪ ଭାରତୀୟ, ଜେଲ ଦଣ୍ଡ କାଟି ସାରିବା ପରେ ମଧ୍ୟ ଛାଡ଼ୁନି ପାକିସ୍ତାନ

ନୂଆଦିଲ୍ଲୀ, ୧୮/ ୧୦: ପାକିସ୍ତାନର ସେଣ୍ଟ୍ରାଲ ଜେଲରେ ଜେଲ ଦଣ୍ଡ କାଟିବା ପରେ ବି ଜେଲରେ ରହୁଛନ୍ତି ଭାରତୀୟ। ପାକିସ୍ତାନର ଫିଲ୍ଡ ଜନରଲ କୋର୍ଟ ମାର୍ଶଲରୁ ମିଳିଥିବା ତାଜା ସୂଚନା ଅନୁଯାୟୀ ପାକିସ୍ତାନର ସେଣ୍ଟ୍ରାଲ ଜେଲରେ ଜେଲ ଦଣ୍ଡ କାଟି ସାରିବା ପରେ ମଧ୍ୟ ୫ ଜଣ ଭାରତୀୟଙ୍କୁ ପାକିସ୍ତାନ ସରକାର ଜେଲରୁ ମୁକ୍ତ କରୁ ନାହାନ୍ତି। ଲାହୋରରେ ଥିବା କେନ୍ଦ୍ରୀୟ କାରାଗାରରେ ଜେଲ ଦଣ୍ଡ କାଟି ସାରିବା ପରେ ମଧ୍ୟ ପାଞ୍ଚଜଣ ଭାରତୀୟ ଏବେ ଜେଲରୁ ବାହାରିବାର ରାସ୍ତାକୁ ଅପେକ୍ଷା କରିଛନ୍ତି। ୫ଜଣ ଭାରତୀୟ ହେଲେ ବିରୁଜ ଡଙ୍ଗ (ବିରଞ୍ଚୁ), ବିଜ୍ଞାନ କୁମାର, ଘନଶ୍ୟାମ କୁମାର, ସତୀଶ ଭୋଗ ଏବଂ ସୋନୁ ସିଂହ। ସୋନୁ ସିଂହ କରାଚୀ କେନ୍ଦ୍ରୀୟ ଜେଲରେ ଅଛନ୍ତି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ହେଉଥିବା ସୂଚନା ଅନୁଯାୟୀ, ବିରଜୁ ଡଙ୍ଗ ୨୯ ଏପ୍ରିଲ ୨୦୦୭ ମସିହାରେ ନିଜର କାରାଦଣ୍ଡ ପୂରଣ କରି ସାରିଛି। କାରାଦଣ୍ଡ ପୂରଣ କରିବାର ୧୩ ବର୍ଷ ପରେ ମଧ୍ୟ ତାଙ୍କୁ ଜେଲରୁ ମୁକୁଳେଇବା ପାଇଁ ଇଚ୍ଛା ପ୍ରକାଶ କରୁ ନାହାନ୍ତି।

ସେହିପରି ଘନଶ୍ୟାମ, ବିଜ୍ଞାନ କୁମାର ନିଜ ନିଜର ଜେଲ ଦଣ୍ଡ ୨୦୧୪ ଜୁନ୍‌ ୧୯ ତାରିଖରେ ସମାପ୍ତ କରି ସାରିଲେଣି। ସେହିପରି ସତୀଶ ଭୋଗଙ୍କ କାରାଦଣ୍ଡ ମେ ୬ ୨୦୧୫ ପର୍ଯ୍ୟନ୍ତ ଥିଲା। ଏଥିସହିତ ସୋନୁ ସିଂହ ୨୦୧୨ ମାର୍ଚ୍ଚ ୩ରୁ ନିଜ କାରାଦଣ୍ଡ କାଟି ସାରିଛନ୍ତି। ଏସବୁ ମଧ୍ୟରେ ଦୁଇ ଦେଶ ପକ୍ଷରୁ ବହୁବାର ନିଜ ନିଜ ଦେଶରେ କାରାଦଣ୍ଡ କାଟି ସାରିବା ପରେ ତାଙ୍କୁ ଛାଡ଼ି ଦିଆଯାଇଛି।

ଭାରତ- ପାକିସ୍ତାନ ମଧ୍ୟରେ ଦ୍ବିପାକ୍ଷିକ ଚୁକ୍ତିନାମା ଅନୁଯାୟୀ ଦୁଇ ଦେଶ ବର୍ଷକୁ ଦୁଇ ଥର ନିଜ ନିଜ ଦେଶର ନାଗରିକ ବନ୍ଦି ହୋଇଥିବାର ସୂଚନା ଆଦାନ ପ୍ରଦାନ କରିଥାନ୍ତି। ଜୁଲାଇ ୨୦୨୦ରେ ପାକିସ୍ତାନ ସରକାରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ପାକିସ୍ତାନର ଅଲଗା ଅଲଗା ଜିଲ୍ଲା କାରାଗାରରେ ୩୨୪ ଜଣ ଭାରତୀୟ ନାଗରିକ ଜେଲ ଦଣ୍ଡ ଭୋଗୁଛନ୍ତି। ସେ ମଧ୍ୟରୁ ୨୭୦ ଜଣ ମାଛଧରାଳି ହୋଇଥିବା ବେଳେ ୫୪ ଜଣ ସାଧାରଣ ନାଗରିକ। ଦୁଇ ଦେଶ ମଧ୍ୟରେ ୨୦୦୮ ମସିହାରେ ହୋଇଥିବା ଚୁକ୍ତିନାମା ଅନୁସାରେ ତଥ‌୍ୟ ଆଦାନ ପ୍ରଦାନ କରିଥାଆନ୍ତି।

ଭାରତରେ ମଧ୍ୟ ପାକିସ୍ତାନର ୩୬୨ ଜଣ ନାଗରିକ ଜେଲ ଦଣ୍ଡ କାଟୁଛନ୍ତି। ଏନେଇ ଭାରାତ ସରକାର ଦିଲ୍ଲୀରେ ଥିବା ପାକିସ୍ତାନ ଦୂତବାସକୁ ରିପୋର୍ଟ ପଠାଇଥିଲେ। ସେ ମଧ୍ୟରୁ ୨୬୫ ଜଣ ସାଧାରଣ ନାଗରିକ ହୋଇଥିବା ବେଳେ ୯୭ ଜଣ ମାଛ ଧରାଳି ଭାରତର ଭିନ୍ନ ଭିନ୍ନ ଜେଲରେ କାରାଦଣ୍ଡ ଭୋଗୁଛନ୍ତି।

   ସମ୍ବନ୍ଧିତ ଖବର


ଫେସବୁକ୍ ଲଞ୍ଚ୍ କଲା ନୂଆ ସେବା, ଖୁବ୍ ଶୀଘ୍ର ଆକାଉଣ୍ଟକୁ କରନ୍ତୁ ଚେକ୍

ଚିନ୍ତାର କଥା ! ପରୀକ୍ଷଣ ସମୟରେ କରୋନା ଟିକାରେ ହେଲା ମୃତ୍ୟୁ…

ଟ୍ରେନରେ ଯାତ୍ରା ସମୟରେ ଲଗେଜ୍ ଚିନ୍ତା ଗଲା, ଏଣିକି ଘରେ ପହଞ୍ଚିବ ସାମଗ୍ରୀ

କରୋନାରୁ ରକ୍ଷା କରିବ ଏହି ‘ଛତୁ’–ଷ୍ଟାର୍ଟ ଅପ୍‌ କମ୍ପାନୀ ତିଆରି କଲେ ଇମ୍ୟୁନିଟି ବୁଷ୍ଟର

କରୋନା ଭୟରେ ଏହି ଦେଶରେ ବନ୍ଦ ହେଲା ମାଛ ମାର୍କେଟ୍, ଲାଗିଲା କର୍ଫ୍ୟୁ

ନବରାତ୍ରୀ ନେଇ ସୋସିଆଲ ମିଡିଆରେ ଅଶ୍ଲୀଳ ପୋଷ୍ଟ, କ୍ଷମା ମାଗିଲା Eros Now