PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଏ ବର୍ଷ ଥରାଇବ ଶୀତ ଲହରୀ, ଜବର ଜାଡ଼ରେ ଥରିବ ଓଡ଼ିଶା, ଲମ୍ବିବ ଶୀତ ଅବଧି
  • ||
  • ଲାଞ୍ଜିଗଡ଼ : ବେଦାନ୍ତର ଏଲଏନଟି କଲୋନୀକୁ ପଶିଲା କରୋନା, ୩ ଶ୍ରମିକ ପଜିଟିଭ୍ ଚିହ୍ନଟ
  • ||
  • ସମ୍ବଲପୁର : ଆଜି ସମ୍ବଲପୁର ୧୨ ଘଣ୍ଟିଆ ବନ୍ଦ, ମମିତା ମେହେର୍ ହତ୍ୟା ପ୍ରସଙ୍ଗକୁ ନେଇ ରାସ୍ତାକୁ ଓହ୍ଲାଇଛି ବିଜେପି
  • ||

ପୁଣି ଜେଲ୍‌କୁ ବ୍ୟାପିଲା କରୋନା; ୩୯ ମହିଳା କଏଦୀ ଓ ୬ ଛୋଟପିଲା କୋଭିଡ-୧୯ ପଜିଟିଭ୍

pic-india today

ମୁମ୍ବାଇ: ମହାରାଷ୍ଟ୍ରର ବାଇକୁଲା ମହିଳା ଜେଲ୍‌ରେ ୩୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କଏଦୀ,ଜେଲ୍ କର୍ମୀ ଓ ଛୋଟ ପିଲାଙ୍କୁ ମିଶାଇ ଦଶ ଦିନରେ ୩୯ ପଜିଟିଭ୍ ଚିହ୍ନଟ ହୋଇଥିବା ଶନିବାର ଜେଲ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଅନୁସାରେ, ଜେଲ୍‌ରେ ଥିବା ମୋଟ ୧୨୦ କଏଦୀଙ୍କର କରୋନା ଟେଷ୍ଟା କରାଯାଇଥିଲା। ସେଥିମଧ୍ୟରୁ ୩୯ ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏମାନଙ୍କ ମଧ୍ୟରୁ ୩୩ ଜଣ ମହିଳା ଥିବା ବେଳେ ୬ ଜଣ ପିଲା ରହିନ୍ତି। ମୋଟ ଆକ୍ରାନ୍ତ ୩୯ରୁ ୩୬ ଜଣଙ୍କୁ ନିକଟସ୍ଥ ପାଟୱାଲ ସ୍କୁଲ୍‌ରେ କ୍ୱାରେଣ୍ଟିନ୍‌ରେ ରଖାଯାଇଥିବା ବେଳେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି ବୋଲି ସୂଚନା ଦିଆଯାଇଛି। ପଜିଟିଭ୍‌ମାନଙ୍କ ମଧ୍ୟରୁ ଜଣେ ଗର୍ଭବତୀ ମହିଳା ମଧ୍ୟ ଅଛନ୍ତି। ତାଙ୍କୁ ଜିଟି ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ବିଏମ୍‌ସିର ସ୍ୱାସ୍ଥ୍ୟ ବିଭାଗର ଅଫିସରଙ୍କ ସୂଚନା ଅନୁସାରେ, ଜେଲ୍‌କୁ ଏପର୍ଯ୍ୟନ୍ତ କଣ୍ଟେନ୍‌ମେଣ୍ଟ ଜୋନ୍ କରାଯାଇ ନାହିଁ। ମ୍ୟୁନିସିପାଲ୍ ଭିବାଗର ଡାକ୍ତରମାନେ ସ୍ଥିତି ଉପରେ ନଜର ରଖିବା ସହି ଚିକିତ୍ସା ବି ଚାଲିଛି।

ଅନ୍ୟପଟେ ଭାରତରେ ଦ୍ୱିତୀୟ ଲହରର ପ୍ରକୋପ ଏବେ ସୁଦ୍ଧା ଯାଇ ନାହିଁ। ଏବେ ବି ମାମଲା ୨୫ ହଜାର ଉପରକୁ ରହୁଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୮,୩୨୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେବେ ଗତକାଲି ଠାରୁ ଆଦି ସଂକ୍ରମିତ ମମଲାରେ ୪.୪ ପ୍ରତିଶତ ହ୍ରାସ ପାଇଛି। ଆଜିର ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୫,୩୧,୪୯୮ ହୋଇଛି।

ମୁଖ୍ୟ ୫ ରାଜ୍ୟରେ ସର୍ବାଧିକ କରୋନା ପଜିଟିବ୍ ଚିହ୍ନଟ ହୋଇଛନ୍ତି। କେରଳରୁ ସର୍ବାଧିକ ୧୬,୬୭୧ ମାମଲା ଚିହ୍ନଟ ହୋଇଥିବା ବେଳେ ତା ପଛକୁ ମହାରାଷ୍ଟ୍ରରେ ୩,୨୭୬, ତାମିଲନାଡୁ୧୭୨୪, ମିଜୋରାମ ୧୪୭୮ ଏବଂ ଆନ୍ଧ୍ର ପ୍ରଦେଶରେ ୧୧୬୭ ମାମଲା ଚିହ୍ନଟ ହୋଇଛନ୍ତି। ଏହି ୫ ରାଜ୍ୟରୁ ମୋଟ ୮୫.୮୫ ପ୍ରତିଶଥ ମାମଲା ଚିହ୍ନଟ ହୋଇଛି। କେବଳେ କେରଳ ହିଁ ୫୮.୮୫ ପ୍ରତିଶତ ମାମଲା ପାଇଁ ଦାୟୀ।