ପ୍ରମୁଖ ଖବର
  • ରାୟଗଡା : ସଂଘବଦ୍ଧ ଆକ୍ରମଣରେ ମହିଳା ମୃତ , ୭ ଗିରଫ
  • ||
  • ଜୁନ୍ ୭ରୁ ଯୁକ୍ତ ୨ ନାମଲେଖା ଆବେଦନ, ମୋଟ୍‌ ୫.୨୫ ଲକ୍ଷ ସିଟ୍‌ରେ ହେବ ଆଡମିସନ୍
  • ||
  • ଭୁବନେଶ୍ୱର: ଡ୍ରେନ୍‌ ଭିତରୁ ମିଳିଲା ଯୁବକଙ୍କ ମୃତଦେହ, କେହି ହତ୍ୟା କରି ଫିଙ୍ଗିଥିବା ସନ୍ଦେହ
  • ||
  • ପ୍ରଧାନମନ୍ତ୍ରୀଙ୍କ ମାରାଥନ୍‌ ବୈଠକ, ୧୦୦ ଦିନର ଏଜେଣ୍ଡା ନେଇ କରିବେ ସମୀକ୍ଷା
  • ||
  • ନରେନ୍ଦ୍ର ବାଣ ବିସ୍ଫୋରଣ ମାମଲା: ମୃତ୍ୟୁ ସଂଖ୍ୟା ୧୧ ବୃଦ୍ଧି, ୧୯ ଜଣଙ୍କ ଚାଲିଛି ଚିକିତ୍ସା
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ପପୁଆ ନ୍ୟୁ ଗିନିକୁ ଭେଟିବ ୱେଷ୍ଟ ଇଣ୍ଡିଜ, ପ୍ରୋଭିଡେନ୍ସରେ ହେବ ବ୍ୟାଟିଂ ବିସ୍ଫୋରଣ
  • ||
  • ନିର୍ବାଚନ ଅପ୍‌ଡେଟ୍: ଅରୁଣାଚଳ ପ୍ରଦେଶ ଓ ସିକ୍କିମ୍ ଭୋଟ ଗଣତି ଜାରି
  • ||
  • ସରିଲା ଅରବିନ୍ଦ କେଜ୍‌ରିୱାଲଙ୍କ ଜାମିନ ଅବଧି, ରବିବାର ଫେରିବେ ତିହାର ଜେଲ୍
  • ||
  • ଶେଷ ପର୍ଯ୍ୟାୟରେ ୬୨% ମତଦାନ, ପଶ୍ଚିମବଙ୍ଗରେ ସର୍ବାଧିକ, ବିହାରରେ ସର୍ବନିମ୍ନ
  • ||
  • ବୁଥ ବାହୁଡାମତରେ ଏନ୍ଡିଏକୁ ବହୁମତ, ୩୫୦ ପାର୍‌ NDA, ହ୍ୟାଟ୍ରିକ କରିବେ ମୋଦି
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି, ଅଂଶୁଘାତ ନେଉଛି ଜୀବନ: ଜଳିବ ପଶ୍ଚିମ ଓଡ଼ିଶା, ୫ ଯାଏ ଉପକୂଳରେ ଗୁଳୁଗୁଳି
  • ||

ସୋମବାରଠୁ ସଂସଦ ସୁରକ୍ଷା ସମ୍ଭାଳିବେ ୩,୩୧୭ ସିଆଇଏସ୍‌ଏଫ୍‌ ଯବାନ, ପାର୍ଲାମେଣ୍ଟ ସୁରକ୍ଷା ତ୍ରୁଟି ପରେ ନିଆଯାଇଥିଲା ନିଷ୍ପତ୍ତି

ନୂଆଦିଲ୍ଲୀ,୨୦/୦୫: ସଂସଦ ଭବନର  ସୁରକ୍ଷା ଦାୟିତ୍ୱ ସମ୍ପୂର୍ଣ୍ଣ ଭାବେ ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ୍‌ ସିକ୍ୟୁରିଟି ଫୋର୍ସ (ସିଆଇଏସ୍‌ଏଫ୍‌) ହାତକୁ  ଯାଇଛି । ସୋମବାରଠାରୁ ୩,୩୧୭ ସିଆଇଏସ୍‌ଏଫ୍‌ ଯବାନ ସଂସଦର ସୁରକ୍ଷା ଦାୟିତ୍ୱରେ ମୁତୟନ ହେବେ । ଗତବର୍ଷ ଡିସେମ୍ବର ୧୩ରେ ସଂସଦ ଭବନରେ ହୋଇଥିବା ସୁରକ୍ଷା ତ୍ରୁଟି ଘଟଣା ପରେ ଏହି ନିଷ୍ପତ୍ତି ନିଆଯାଇଛି । 

ସେପଟେ ସଂସଦରେ  ମୁତୟନ ଥିବା ସିଆର୍‌ପିଏଫ୍‌ର ପାର୍ଲାମେଣ୍ଟ ଡ୍ୟୁଟି  ଗ୍ରୁପ୍‌ (ପିଡିଜି)ର ୧,୪୦୦ ଯବାନଙ୍କୁ ସେଠାରୁ  ପ୍ରତ୍ୟାହାର କରିନିଆଯାଇଛି । ସିଆର୍‌ପିଏଫ୍‌ର ସମସ୍ତ ବାହାନ, ଅସ୍ତ୍ରଶସ୍ତ୍ର ଏବଂ କମାଣ୍ଡୋ ବି  ହଟାଯାଇଛି । ଏଥିସହ ସଂଯୁକ୍ତ ଭାବେ ସଂସଦର ସୁରକ୍ଷାରେ ନିୟୋଜିତ ହୋଇଥିବା ଦିଲ୍ଲୀ ପୁଲିସର  ପ୍ରାୟ ୧୫୦ କର୍ମଚାରୀ ଏବଂ ସଂସଦ ସୁରକ୍ଷା  କର୍ମଚାରୀ (ପିଏସ୍‌ଏସ୍‌)ଙ୍କୁ ମଧ୍ୟ ପ୍ରତ୍ୟାହାର  କରାଯାଇଛି । ସିଆର୍‌ପିଏଫ୍‌ର କମାଣ୍ଡର  ଡିଆଇଜି ର‌୍ୟାଙ୍କର ଅଧିକାରୀ ସଂସଦର ସୁରକ୍ଷା  ସହ ଜଡ଼ିତ ସମସ୍ତ ତଥ୍ୟ ସିଆଇଏସ୍‌ଏଫ୍‌କୁ  ହସ୍ତାନ୍ତର କରିଛନ୍ତି । ସିଆଇଏସ୍‌ଏଫ୍‌ ଯବାନମାନେ  ନ୍ୟାସନାଲ ସିକ୍ୟୁରିଟି ଗାର୍ଡ (ଏନ୍‌ଏସଜି) ଠାରୁ ଟ୍ରେନିଂ ନେଇଛନ୍ତି ।

ସୂଚନା ଅନୁସାରେ,  ସିଆଇଏସ୍‌ଏଫ୍‌ ଯବାନମାନେ ୧୦ ଦିନ ଧରି  ଏନ୍‌ଏସ୍‌ଜିର ବ୍ଲାକ୍‌ କମାଣ୍ଡୋଙ୍କଠାରୁ ଯେ କୌଣସି  ଆକ୍ରମଣର ମୁକାବିଲା ଲାଗି ତାଲିମ ନେଇଛନ୍ତି ।  ସେମାନେ ଏଣ୍ଟ୍ରି ଗେଟ୍‌ରେ ଲୋକଙ୍କ ତଲାସିଠାରୁ  ଆରମ୍ଭ କରି ଆସବାବପତ୍ର ତଥା ସାମଗ୍ରୀ ଯାଞ୍ଚ, ବୋମା ସନ୍ଧାନ ଏବଂ ତାହାକୁ ନିଷ୍କ୍ରିୟ କରିବା,  ତୁରନ୍ତ ଆକ୍ସନ, ସ୍ନାଇପର ଟାସ୍କ ଆଦି କରିବା  ଲାଗି ତାଲିମ ନେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.