ମଧ୍ୟାହ୍ନ ଭୋଜନ ଖାଇ ୩୫ ଛାତ୍ରଛାତ୍ରୀ ଅସୁସ୍ଥ

ମାଲକାନଗିରି ୨୦|୮:  ମାଲକାନଗିରି ଚିତ୍ରକୋଣ୍ଡା ଟେମପୋରାରି ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇ ୩୫ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି। ଗତକାଲି ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ ଭାତ, ଡାଲମା ଦିଆଯାଇଥିଲା ବୋଲି ସୂଚନା ମିଳିଛି । ବିଦ୍ୟାଳୟରୁ ଘରକୁ ଫେରିବା ପରେ ସମସ୍ତ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡିଥିଲେ । ଗାଁ ଲୋକେ ତୁରନ୍ତ ସମସ୍ତ ପିଲାଙ୍କୁ ଚିତ୍ରକୋଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

ଚିକିତ୍ସା ପରେ ୩୨ ଜଣ ଛାତ୍ରଛାତ୍ରୀ ସୁସ୍ଥ ଅଛନ୍ତି ବୋଳି ଜଣାପଡ଼ିଛି । ଆଉ ୩ ଜଣଙ୍କ ଅବସ୍ଥା ଗୁରୁତର ଅଛି । ତେବେ ବିଦ୍ୟାଳୟର ରନ୍ଧା ଖାଦ୍ୟ ଖାଇ ଛାତ୍ରଛାତ୍ରୀ କାହିଁକି ଅସୁସ୍ଥ ହୋଇପଡିଲେ ? ଘଟଣାର ତଦନ୍ତ ପାଇଁ ଚିତ୍ରକୋଣ୍ଡା ତହସିଲଦାର ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

   ସମ୍ବନ୍ଧିତ ଖବର


ନଭେମ୍ବର ୧ରୁ ଯୁକ୍ତ ତିନି (ୟୁଜି) ଓ ସ୍ନାତକୋତ୍ତର (ପିଜି)ର ପ୍ରଥମ ବର୍ଷ ପ୍ରଥମ ସେମିଷ୍ଟର୍‌ ପାଠପଢ଼ା ଆରମ୍ଭ

ମହଙ୍ଗା ପଡ଼ିଲା ନାବାଳିକାଙ୍କ ଉଲଗ୍ନ ଫଟୋ ଭାଇରାଲ କରିବା – ଗିରଫ ହେଲେ ଯୁବକ

ଏକାମ୍ରକ୍ଷେତ୍ରରେ ମନଇଚ୍ଛା ସାଇନ୍‌ବୋର୍ଡ ଉପରେ ଲାଗିଲା ରୋକ୍‌ – ନିର୍ଦ୍ଦିଷ୍ଟ ରଙ୍ଗ ଓ ଆକୃତିର ସାଇନବୋର୍ଡ ରହିବ ,ସବୁ ଫଳକରେ ଓଡ଼ିଆ ଲେଖିବାକୁ ବାଧ୍ୟ

ରାଜ୍ୟରେ ଏବେ ବିଶେଷ ବର୍ଷା ସମ୍ଭାବନା ନାହିଁ – ପାଗ ମୁଖ୍ୟତଃ ଶୁଖିଲା ରହିବ

ରାୟଗଡ଼ା ଇମ୍ଫାରେ ଚାଲିଛି କଣ ? କର୍ମଚାରୀଙ୍କ ତଣ୍ଟି ଚିପି ସାମ୍ରାଜ୍ୟ ବଢାଇ ଚାଲିଛନ୍ତି ଇମ୍ପା ମାଲିକ, ଆସିଲା ଅଭିଯୋଗ

ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା ଅବଧି ୩୦ ଯାଏଁ ବଢ଼ିଲା