୩୫୩ ଏଏସ୍‌ଆଇଙ୍କୁ ଏସ୍‌ଆଇ ପଦୋନ୍ନତି

କଟକ ୮/୯: ରାଜ୍ୟ ପୁଲିସ୍‌ ବାହିନୀରେ କାର୍ଯ୍ୟରତ ୩୫୩ ଜଣ ଏଏସ୍‌ଆଇଙ୍କୁ ସବଇନିସ୍‌ପେକ୍ଟର୍‌ (ଏସ୍‌ଆଇ)ପାହ୍ୟାକୁ ପଦୋନ୍ନତି ଦିଆଯାଇଛି । ଓଡ଼ିଶା ପୁଲିସର କେନ୍ଦ୍ରୀୟ ମନୋନୟନ ବୋର୍ଡ (ସେଣ୍ଟ୍ରାଲ୍‌ ସିଲେକସନ୍‌ ବୋର୍ଡ) ଅନୁମୋଦନକ୍ରମେ ସମ୍ପୃକ୍ତ ଅଧିକାରୀମାନଙ୍କୁ ପଦୋନ୍ନତି ମିଳିଥିବା ସୂଚନା ମିଳିଛି । ପଦୋନ୍ନତି ପାଇଥିବା ଅଧିକାରୀଙ୍କ ମଧ୍ୟରେ ୨୭୩ ଜଣ ସାଧାରଣ ବର୍ଗର ହୋଇଥିବା ବେଳେ ୬୭ ଜଣ ଅନୁସୂଚିତ ଜାତି(ଏସ୍‌ସି) ଓ ୧୩ଜଣ ଅନୁସୂଚିତ ଜନଜାତି (ଏସଟି) ବର୍ଗର ହୋଇଥିବା ଜଣାଯାଇଛି । ସମ୍ପୃକ୍ତ ଅଧିକାରୀମାନେ ଅନୁଗୁଳସ୍ଥିତ ପୁଲିସ୍‌ ପ୍ରଶିକ୍ଷଣ କେନ୍ଦ୍ର (ପିଟିସି)ରେ ୬ମାସ ତାଲିମ୍‌ ନେବେ ।

ପ୍ରଶିକ୍ଷଣ କେନ୍ଦ୍ରରେ ତାଲିମ୍‌ ପାଇଁ ଯୋଗଦେବା ଦିନଠାରୁ ଅଧିକାରୀଙ୍କମାନଙ୍କର ପଦୋନ୍ନତିକୁ ଗଣନା କରାଯିବ । ଆସନ୍ତା ୧୫ତାରିଖ ସୁଦ୍ଧା ପୁଲିସ୍‌ ପ୍ରଶିକ୍ଷଣ କେନ୍ଦ୍ରଠାରେ ତାମିଲ୍‌ ନେବା ପାଇଁ ହାଜର ହେବାକୁ ସମସ୍ତଙ୍କୁ ଡିଜି ନିର୍ଦ୍ଦେଶ ଦେଇଛନ୍ତି ।

   ସମ୍ବନ୍ଧିତ ଖବର


ରାଜ୍ୟକୁ ଧୀରେ ଧୀରେ ଛୁଉଁଛି ଶୀତ, ୫ରୁ ଥଣ୍ଡା ଆହୁରି ବଢ଼ିବ

ଓଡ଼ିଶାରେ ରି-ଇନ୍‌ଫେକ୍ସନ୍‌ ହେଉଛି କରୋନା : ଆଇଏଲ୍‌ଏସ୍‌ ନିର୍ଦ୍ଦେଶକ

ଆଦିତ୍ୟ ଦାଶ ମୃତ୍ୟୁ ମାମଲା : ତଦନ୍ତ ପ୍ରକ୍ରିୟାକୁ ନେଇ ଅସନ୍ତୋଷ, ଆଜି କ୍ରାଇମବ୍ରାଞ୍ଚ କର୍ତ୍ତୃପକ୍ଷଙ୍କୁ ଭେଟିବେ ଆଦିତ୍ୟଙ୍କ ମା’

ପୁଣି ଏକ ସାଙ୍ଘାତିକ ଅଭିଯୋଗ : ଏଥର ୪ ଶ୍ରମିକଙ୍କ ନାଁରେ ଜିଏସ୍‌ଟି ଠକେଇ !

ଏବର୍ଷ ହେବନି ପ୍ରସିଦ୍ଧ ବାଲିଯାତ୍ରା, କୋଭିଡ ସ୍ଥିତିକୁ ନେଇ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି

ଛୁଟିରେ ୩ ଦିନ ଖୋଲା ରହିବ ଆର୍‌ଟିଓ: ଜାଣନ୍ତୁ କେଉଁ କେଉଁ ଦିନ..