ବିଭିନ୍ନ ସମସ୍ୟା ନେଇ ହଷ୍ଟେଲ ଛାଡିଲେ ୩୬ ଛାତ୍ର, ଦାବି ଜଣାଇବେ ଜିଲ୍ଲାପାଳଙ୍କୁ

ରାୟଗଡ ୧୦।୯: ୩୬ ଛାତ୍ର ଆଜି ଭୋରରୁ ହଷ୍ଟେଲ ଛାଡିଛନ୍ତି । ହଷ୍ଟେଲ ଛାଡି ସେମାନେ ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚିଛନ୍ତି । ବିଦ୍ୟାଳୟରେ ଠିକ୍ ଭାବେ ଖାଦ୍ୟ ପ୍ରଦାନ କରାଯାଉନଥିବା, ପାଠପଢା ପାଇଁ ଶିକ୍ଷକ-ଶିକ୍ଷୟତ୍ରୀ ନଥିବା ଏବଂ ପାଇଖାନାର ଅଭାବ ଥିବା ଦର୍ଶାଇ ହଷ୍ଟେଲ ଛାଡିଛନ୍ତି ଛାତ୍ର । ଏଭଳି ଦେଖିବାକୁ ମିଳିଛି ରାୟଗଡା ବ୍ଲକ୍ ବିଲେସୁ ଉଚ୍ଚ ବିଦ୍ୟାଳୟରେ।

ହଷ୍ଟେଲ ଛାଡିବା ପରେ ଅଟୋ ଯୋଗେ ପ୍ରଥମେ ଜେମାଦେଈପେଣ୍ଠ ଛକ ଓ ସେଠାରୁ ବସ୍ ଯୋଗେ ରାୟଗଡା ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି । ଜିଲ୍ଲାପାଳଙ୍କୁ ଭେଟି ତାଙ୍କର ଦାବି ଜଣାଇବେ ବୋଲି ଛାତ୍ରମାନେ କହିଛନ୍ତି ।

   ସମ୍ବନ୍ଧିତ ଖବର


ଗଞ୍ଜେଇ ଚାଷ ପାଇଁ ମିଳିବନି ଅନୁମତି, ସ୍ପଷ୍ଟ କଲେ ଅବକାରୀ ସଚିବ

୨୦୨୫ ସୁଦ୍ଧା ସବୁ ଗାଁକୁ ପାଇପ୍ ଯୋଗେ ମିଳିବ ପିଇବା ପାଣି: ପ୍ରତାପ ଜେନା

ଏସ୍‌ସି ଏସ୍‌ଟି ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫି’ ବୃଦ୍ଧି ପ୍ରସଂଗ: ୪ ସପ୍ତାହରେ ନିଷ୍ପତ୍ତି ନେବାକୁ ସିବିଏସ୍‌ଇକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଶିକ୍ଷକଙ୍କ ମାଡରେ ଦୁଇ ଛାତ୍ରୀ ଗୁରୁତର :ଡାକ୍ତରଖାନରେ ଭର୍ତ୍ତି, ଶିକ୍ଷକଙ୍କ ନାଁରେ ଅଭିଯୋଗ