ସ୍ତ୍ରୀ ପାଲଟିଲା ପିଶାଚି: ସ୍ୱାମୀଙ୍କ ପେଟରେ ୧୧ ଥର ଛୁରି ମାରିବା ପରେ ତଣ୍ଟି କାଟି ହତ୍ୟା କଲା, ତା’ପରେ…

ମୁମ୍ବାଇ ୨୨।୮:ଅନୈତିକ ପ୍ରେମ ନେଲା ଜୀବନ। ପତ୍ନୀ ପାଲଟିଲା ପିଶାଚି। ଅନୈତିକ ପ୍ରେମ ସମ୍ପର୍କ ପାଇଁ ବଳି ପଡ଼ିଲା ସ୍ବାମୀର ଜୀବନ। ଶେଷରେ ନିଜ ରାଗକୁ କାବୁ କରିନପାରି ସ୍ୱାମୀଙ୍କ ପେଟରେ ୧୧ ଥର ଛୁରି ମାରିବାପରେ ତଣ୍ଟି କାଟି କରିଲା ହତ୍ୟା। ଏବେ ଏହି ଘଟଣାଟି ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଘଟଣାଟି ଘଟିଛି ମୁମ୍ବାଇର ନାଲ୍ଲାସୋପାରା ଠାରେ।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ନାଲ୍ଲାସୋପାରାରେ ରହୁଥିବା ୩୬ ବର୍ଷୀୟ ସୁନୀଲ କଦମ ଓ ତାଙ୍କ ସ୍ତ୍ରୀ ପ୍ରଣାଳୀ (୩୩)ଙ୍କ ଭିତରେ ଗତକାଲି ଭୋର ୫ଟା ସମୟରେ କୌଣସି କଥାକୁ ନେଇ  ଜୋରସୋର ପାଟିତୁଣ୍ଡ ହୋଇଥିଲା। ରାଗ ଶାନ୍ତ ହେବା ପରେ ସୁନୀଲ ବେଡରୁମରେ ଶୋଇବାକୁ ଚାଲିଯାଇଥିଲେ।

ପ୍ରଣାଳୀଙ୍କ ରାଗ କିନ୍ତୁ ଶାନ୍ତ ହୋଇନଥିଲା। ନିଜ ରାଗକୁ କାବୁ ନ କରି ପାରି ରୋଷେଇ ଘରୁ ଏକ ଧାରୁଆ ଛୁରି ଧରି ସୁନୀଲଙ୍କ ପାଖକୁ ଯାଇଥିଲେ। ସୁନୀଲ ଶୋଇଥିବା ଅବସ୍ଥାରେ ତାଙ୍କ ପେଟରେ ୧୧ ଥର ଛୁରି ମାରିବା ପରେ ତଣ୍ଟି କାଟିଥିଲେ। ସେହି ବେଡରୁମରେ ହିଁ ସୁନୀଲଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ପ୍ରଣାଳୀ ଶାଶୁ-ଶଶୁର ଓ ଦୁଇ ଝିଅଙ୍କ ପାଖକୁ ଯାଇ ସେଠାରେ ଶୋଇପଡ଼ିଥିଲେ। ସେତିକିରେ ସରିନଥିଲା ପୂରା ଘଟଣା।

ସକାଳେ ସମସ୍ତେ ଉଠିବାପରେ ସୁନୀଲଙ୍କ ପିତାଙ୍କୁ ପ୍ରଣାଳୀ କହିଥିଲେ ଯେ ସୁନୀଲ ଆତ୍ମହତ୍ୟା କରିଛନ୍ତି ବୋଲି। ତା’ପରେ ସୁନୀଲଙ୍କ ପିତା ଆନନ୍ଦ କଦମ୍‌ (୬୩) ତୁଲିଂଜ ଥାନାରେ ଏତଲା ଦେଇଥିଲେ। ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଏହାପରେ ପ୍ରଣାଳୀ ସ୍ୱାମୀ ସୁନୀଲଙ୍କୁ ହତ୍ୟା କରିଥିବା କଥା ନିଜେ ସ୍ୱୀକାର କରିଥିଲେ । ସୁନୀଲ ଓ ପ୍ରଣାଳୀଙ୍କର ସାତ ବର୍ଷର ଗୋଟିଏ ଓ ଆଠମାସର ଏକ ଝିଅ ଅଛନ୍ତି।

ତଦନ୍ତ ପରେ ପୁଲିସ ପ୍ରଣାଳୀଙ୍କୁ ଗିରଫ କରିଛି। ପ୍ରଣାଳୀ କହିଛନ୍ତି ଯେ ସୁନୀଲଙ୍କର ଅନ୍ୟ ମହିଳାଙ୍କ ସହ ସଂପର୍କ ଥିବା ହେତୁ ସେ ଏଭଳି କାଣ୍ଡ ଘଟାଇଛନ୍ତି। ପ୍ରଣାଳୀ ଓ ସୁନୀଲ ଗୋଟିଏ କମ୍ପାନିରେ କାମ କରୁଥିଲେ। ୨୦୧୧ ମସିହାରେ ଦୁହେଁ ପ୍ରେମ ବିବାହ କରିଥିଲେ।

   ସମ୍ବନ୍ଧିତ ଖବର


କରୋନା ଟିକା ପାଇଁ ବଳିପଡିବେ ୫ ଲକ୍ଷ ସାର୍କ- ଜାଣନ୍ତୁ କାହିଁକି

ଚାଷୀଙ୍କ ପାଇଁ ମାଗାଣାରେ ବୋରୱେଲ୍‌ ଖୋଳାଇବେ – ଆନ୍ଧ୍ର ସରକାର

ଅନଲକ୍‌-୫ରେ ଖୋଲିପାରେ ସିନେମା ହଲ୍‌ ସହ ଏହି ସବୁ ଜିନିଷ

ନଭେମ୍ବର ୩ରେ ବାଲେଶ୍ଵର ଓ ତିର୍ତ୍ତୋଲ୍ ଭୋଟ୍

ଆର୍ମେନିଆ-ଆଜରବୈଜନ ଲଢ଼େଇ: ରୁଷ୍‌ ଏବଂ ତୁର୍କୀ ମୁହାଁ ମୁହିଁ

ଲଦାଖରେ ବ୍ରହ୍ମୋସ, ନିର୍ଭୟ, ଆକାଶ ମିସାଇଲ ମୁତୟନ