ପ୍ରମୁଖ ଖବର
  • ଭୁବନେଶ୍ୱର : ମସଲା ବ୍ୟାନ୍‌ ପ୍ରସଙ୍ଗ: ମସଲା ବ୍ୟାନ୍‌ର ମୂଳ କାରଣକୁ ଚିହ୍ନଟ କରାଯିବ
  • ||
  • ଭୁବନେଶ୍ୱର : ନକଲି ପୁଲିସ୍‌, ସିବିଆଇ ଅଧିକାରୀ କହି ଲୁଟୁଥିଲେ; ଇରାନୀ ମୁସଲିମ୍‌ ଗ୍ୟାଙ୍ଗ୍‌ର ୭ ଗିରଫ
  • ||
  • ଭୁବନେଶ୍ୱର : ଲିଭୁନି ଚନ୍ଦକା ନିଅ, ୧୨ ଘଣ୍ଟା ନାକେଦମ୍‌ ବନ କର୍ମଚାରୀ
  • ||
  • ଫୁଲବାଣୀ : ବାରହା ଆକ୍ରମଣରେ ମହିଳା ମୃତ
  • ||
  • ମାଲକାନଗିରି ଜିଲ୍ଲାରୁ ନଗଦ ୩୦ ଲକ୍ଷ ଜବତ, ୨ ଗିରଫ
  • ||
  • ଭୁବନେଶ୍ଵର : ମେ ୧ରେ ୪୮ ଡିଗ୍ରୀ ଛୁଇଁବ, ଆହୁରି ୬ ଡିଗ୍ରୀ ବଢ଼ିଯିବ ତାତି
  • ||

କ୍ରିକେଟ ଜଗତରେ ଶୋକର ଲହର, କରୋନାରେ ଏହି ଖେଳାଳିଙ୍କ ହେଲା ମୃତ୍ୟୁ

ଜୟପୁର,୬।୫: ରାଜସ୍ଥାନର ପୂର୍ବତନ ଲେଗ୍ ସ୍ପିନର ଓ ରଣଜୀ ଟ୍ରଫି ଜିତିଥିବା ଟିମ୍‌ର ସଦସ୍ୟ ଥିବା ବିବେକ ଯାଦବଙ୍କ କରେନାରେ ମୃତ୍ୟୁ। ବିବେକଙ୍କୁ ମୃତ୍ୟୁ ବେଳକୁ ୩୬ ବର୍ଷ ହୋଇଥିଲା। ତାଙ୍କ ପରିବାରରେ ପତ୍ନୀ ଓ ଏକମାତ୍ର ଝିଅ ଅଛନ୍ତି। ବିବେକ ଯାଦବ ବୁଧବାର ଜୟପୁରର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କୁ ନିଶ୍ବାସ ନେବାରେ କଷ୍ଟ ଅନୁଭବ ହୋଇଥିଲା। ଉଲ୍ଲେଖନୀୟ ଯେ, ବିବେକଙ୍କର କ୍ୟାନସରର ଚିକିତ୍ସା ଚାଲିଥିଲା। ସେ କେମୋଥେରାପି ପାଇଁ ହସ୍ପିଟାଲ ଯାଇଥିଲେ। ସେଠାରେ କରୋନା ସଂକ୍ରମିତ ହୋଇଥିଲେ।ଏହାପରେ ବିବେକ ଯାଦବଙ୍କ ସ୍ଥିତି ଖୁବ୍ ଖରାପ ହେବାପରେ ମୃତ୍ୟୁ ହୋଇଥିଲା।

ଭାରତର ପୂର୍ବତନ ଓପନର ବ୍ୟାଟସମ୍ୟାନ୍ ଆକାଶ ଚୋପ୍ରା ଟୁଇଟ୍ କରି କହିଛନ୍ତି, ରାଜସ୍ଥାନର ରଣଜୀ ଖେଳାଳି ଓ ମୋ ଭଲ ବନ୍ଧୁ... ବିବେକ ଯାଦବ ଏବେ ଆଉ ଦୁନିଆରେ ନାହାନ୍ତି। ଭଗବାନ ତାଙ୍କର ଆତ୍ମାକୁ ଶାନ୍ତି ଦିଅନ୍ତୁ। ମୋର ସବବେଦନା ତାଙ୍କ ପରିବାର ସହିତ ରହିଛି।ଉଲ୍ଲେଖନୀୟ ଯେ, ବିବେକଙ୍କ କ୍ରିକେଟ କ୍ୟାରିୟର ବିଷୟରେ ଯଦି କଥା ହେବା ତେବେଳେ ସେ ୧୮ଟି ଫ୍ଲାଷ୍ଟ କ୍ଳାସ୍ ମ୍ୟାଚ୍‌ରୁ ୫୭ଟି ଓ୍ବିକେଟ୍ ହାସଲ କରିଛନ୍ତିୀ। ୨୦୧୦-୧୧ ରେ ରଣଜୀ ଟ୍ରଫି ଫାଇନାଲ ଖେଳିଥିଲେ, ଯାହାକି ତାଙ୍କର ଘରୋଇ କ୍ରିକେଟ କ୍ୟାରିୟର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ମୁକାବିଲା ଥିଲା। ସେ ଫାଇନାଲରେ ବଡେଦରା ବିପକ୍ଷ ପ୍ରଥମ ଇନିଂସରେ ୯୧ ରନ୍ ଦେଇ ୪ ଓ୍ବିକେଟ୍ ନେଇଥିଲେ ଓ ରାଜସ୍ଥାନକୁ ପ୍ରଥମ ଇନିଂସରେ ଆଗେଇ ନେବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଯାଦବ ନିଜ ପ୍ରଥମ ମ୍ୟାଚ୍ ୩୦ ବର୍ଷ ବୟସରେ ଖେଳଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.