ରାଜ୍ୟର ବିଭିନ୍ନ ଟୋଲ ଗେଟ୍‌ରୁ ୩୮ ମଦ୍ୟପ ଚାଳକ ଗିରଫ

କଟକ ୮/୯ : ନୂଆ ମୋଟର ଯାନ ଆଇନ୍‌ କାର୍ଯ୍ୟକାରୀ ହେବା ଦିନୁ ରାଜ୍ୟବ୍ୟାପୀ ପୁଲିସ୍‌ ବାହିନୀ ତତ୍ପର ହୋଇଉଠିଛି । ଗାଡ଼ି ଚଳାଇବା ସମୟରେ ମଦ୍ୟପାନ ଉପରେ ଅଙ୍କୁଶ ଲଗାଇବା ପାଇଁ ଗତକାଲିଠାରୁ ବିଭିନ୍ନ ଟୋଲ ଗେଟ୍‌ ନିକଟରେ ପୁଲିସ୍‌ ଧରପଗଡ଼ ଓ ଯାଞ୍ଚ୍‌ ଜାରି ରହିଛି । ଜାତୀୟ ରାଜପଥ(ଏନ୍‌ଏଚ୍‌) ଓ ରାଜ୍ୟ ରାଜପଥର ଟୋଲ ଗେଟ୍‌ରେ ଗତକାଲି ଦିନ ତମାମ ପୁଲିସ୍‌ ଧରପଗଡ଼ କରି ୯ଟି ଜିଲ୍ଲାର ୧୪ଟି ଟୋଲ୍‌ ଗେଟ୍‌ରୁ ୩୮ ଜଣ ମଦ୍ୟପ ଡ୍ରାଇଭରଙ୍କୁ ଗିରଫ କରିଥିବା ପୁଲିସ୍‌ ମୁଖ୍ୟାଳୟରୁ ସୂଚନା ମିଳିଛି ।

ଏହି ଅଭିଯାନ ଆଗକୁ ଆହୁରି ଜୋର୍‌ଦାର୍‌ ହେବ ବୋଲି ଜଣାଯାଇଛି । ସୁନ୍ଦରଗଡ଼ ଜିଲ୍ଲା ବରପାଲି ଟୋଲ ଗେଟ୍‌ରେ ସର୍ବାଧିକ ୧୦ ଜଣ ମଦ୍ୟପ ଡ୍ରାଇଭର ଗିରଫ ହୋଇଥିବା ସୂଚନା ମିଳିଛି । ସେହିପରି ସ୍ଥାନୀୟ ମାଶୁନିକାଣୀ ଟୋଲ ଗେଟ୍‌ରେ ଜଣେ ଗିରଫ ହୋଇଥିବା ଜଣାଯାଇଛି । ସମ୍ବଲପୁର ଜିଲ୍ଲା ଶାସନ ଟୋଲ ଗେଟ୍‌ରେ ୩ ଜଣ ଓ କେନ୍ଦୁଝର ଜିଲ୍ଲାର ରାମଚନ୍ଦ୍ରପୁର, ଢେଙ୍କିକୋଟ, ବନେଯାଡ଼ି ଟୋଲ୍‌ ଗେଟ୍‌ରୁ ଜଣେ ଲେଖାଏଁ ମଦ୍ୟପ ଡ୍ରାଇଭରଙ୍କୁ ଗିରଫ କରାଯାଇଥିବା ପୁଲିସ୍‌ ସୂଚନା ଦେଇଛି ।

ଯାଜପୁର ଜିଲ୍ଲାର ପାଣିକୋଇଲି ଟୋଲ ଗେଟ୍‌ରୁ ୨ ଜଣ, ଶ୍ରୀରାମପୁରରୁ ଜଣେ, ବରଗଡ଼ ଜିଲ୍ଲା ବରାହଗୁଡ଼ା ଟୋଲ ଗେଟ୍‌ରୁ ୩ଜଣ ଏବଂ କଟକ ଜିଲ୍ଲା ମଙ୍ଗୁଳି ଟୋଲ ଗେଟ୍‌ରୁ ୪ଜଣ ମଦ୍ୟପ ଡ୍ରାଇଭରଙ୍କୁ ପୁଲିସ୍‌ ଗିରଫ କରିଛି । ସେହିପରି ଗଞ୍ଜାମ ଭେଜିପୁର ଟୋଲ ଗେଟ୍‌, ଖୋର୍ଦ୍ଧା ଗୋଡ଼ିପଡ଼ା ଟୋଲ ଗେଟ୍‌ ଓ ବାଲେଶ୍ୱର ସେରଗଡ଼ ଟୋଲ ଗେଟ୍‌ରୁ ୩ ଜଣ ଲେଖାଏଁ ମଦ୍ୟପ ଡ୍ରାଇଭରଙ୍କୁ ଗତକାଲି ଗିରଫ କରାଯାଇଥିବା ସୂଚନା ମିଳିଛି ।

   ସମ୍ବନ୍ଧିତ ଖବର


ଅନ୍ଧବିଶ୍ୱାସର କରୁଣ ଦୃଶ୍ୟ … ନିଜ ୨୪ ବର୍ଷିୟ ପୁଅକୁ ବଳି ଦେଇଦେଲେ ମହିଳା !

୫ ଟଙ୍କାକୁ ନେଇ ବିବାଦ, ସେଲ୍ସମ୍ୟାନଙ୍କୁ ଗୁଳି

ଇଜ୍ଜତ ନେବି ବଦନାମ୍ କରିବି ‘ଶହେ କିଲୋମିଟର ଦୂରରୁ ଏମିତି ଧମକ ଦେଉଛି ଦୁର୍ବୃତ୍ତ’ ଅଥଚ- ଆତଙ୍କିତ ବିଧବା ମହିଳାଙ୍କୁ ମିଳୁନି ପୋଲିସ୍ ସୁରକ୍ଷା

ସ୍କୁଲ ଭିତରେ ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ, ଏସଏମ୍‌ସି ସଭାପତି ନାଁ ଥାନାରେ ଏତଲା

ମଜାର ଭିତରେ ଚାଲିଥିଲା ସେକ୍ସ ରାକେଟ୍, ସ୍ଥାନୀୟ ଲୋକ ଚଢାଉ କରି ଧରିଲେ କାଲେ ବାବାକୁ

ସୁନା କି ଚାନ୍ଦି ନୁହେଁ, ଏଥର ସିଲଭର୍‌ ସିଟିରେ ଝଲସିବ ଜରି ମେଢ଼: ଅଳଙ୍କାର ଓ ଜରି ମେଢ଼ କାରିଗରଙ୍କର ବଢିଛି ଚାହିଦା