ସୁରତରୁ ସ୍ବତନ୍ତ୍ର ବସ୍‌ରେ ଭଦ୍ରକରେ ପହଞ୍ଚିଲେ ୩୮ ଜଣ ପ୍ରବାସୀ ଓଡ଼ିଆ

ଭଦ୍ରକ ୨/୫: ସୁରତରୁ ଭଦ୍ରକ ଫେରିଲେ ପ୍ରବାସୀ ଓଡ଼ିଆ। ପ୍ରଥମ ପର୍ଯ୍ୟାୟରେ ଭଦ୍ରକ ଜିଲ୍ଲାକୁ ୩୮ ଜଣ ଫେରିଛନ୍ତି । ଲକଡାଉନ ପାଇଁ ସେଠାରେ ଫସିଥିବା ଏହି ଓଡ଼ିଆମାନେ ସ୍ଥାନୀୟ ଜିଲ୍ଲାପାଳଙ୍କ ଠାରୁ ଅନୁମତି ଆଣିବା ପରେ ଗତ ୨୯ ତାରିଖରେ ସୁରତ ଛାଡ଼ିଥିଲେ । ଗତକାଲି ବିଳମ୍ବିତ ରାତିରେ ସମସ୍ତେ ଭଦ୍ରକରେ ପହଁଞ୍ଚିଛନ୍ତି । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ସରକାରୀ ITI କ୍ବାରେଣ୍ଟାଇନ ସେଣ୍ଟରରେ ସମସ୍ତଙ୍କୁ ରଖାଯାଇଛି । ଆଜି ସମସ୍ତଙ୍କ ନାମ ପଞ୍ଜିକରଣ ସହ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ । ଏନେଇ ନୋଡାଲ ଅଫିସର ସୂଚନା ଦେଇଛନ୍ତି।

   ସମ୍ବନ୍ଧିତ ଖବର


ବଡ଼ ଅଘଟଣ: ବୋମା ଭିଡୁଥିବା ବେଳେ ବିସ୍ପୋରଣ, ଜଣେ ମୃତ, ଦୁଇ ଗୁରୁତର

୧୯୯୯ ମହାବାତ୍ୟା @ ୨୧: ‘ମନେ ପଡିଲେ ଏବେ ବି ଛାତି ଥରି ଉଠେ ପ୍ରଳୟଙ୍କାରୀ ବାତ୍ୟାର ତାଣ୍ଡବ’

ଭାରସାମ୍ୟ ହରାଇ ଓଲଟିଲା ଗ୍ୟାସ୍‌ ବୋଝେଇ ଟ୍ରକ୍‌, ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଗଲେ ଡ୍ରାଇଭର

ଗୋରୁ ବୋଝେଇ ଗାଡ଼ି ଜବତ, ଡ୍ରାଇଭର ସମେତ ଦୁଇ ଅଟକ

ଆଇଆରବି ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ, ଚାଲିଛି ତଦନ୍ତ

ବନବିଭାଗ ଫରେଷ୍ଟ ଗାର୍ଡ ନିଖୋଜ, ଥାନାରେ ଏତଲା