
ସାବରିମାଲା- କେରଳର ସାବରିମାଲାରେ ଭଗବାନ ଅୟପ୍ପାଙ୍କ ମନ୍ଦିରକୁ ୧୬ ନଭେମ୍ୱରରେ ବାର୍ଷିକ ତୀର୍ଥଯାତ୍ରା ପାଇଁ ଖୋଲା ଯାଇଥିଲା । ଏହାପରେ ତୀର୍ଥଯାତ୍ରୀ , ପୁଲିସ୍କର୍ମୀ ଓ ମନ୍ଦିରର କର୍ମଚାରୀଙ୍କ ସମେତ ପାଖାପାଖି ୩୯ ଲୋକ କରୋନା ଭାଇରସ୍ ସଂକ୍ରମିତ ହୋଇଛନ୍ତି। ତ୍ରାବଣକୋର ଦେବସ୍ୱମ୍ ବୋର୍ଡ ( ଟିଡିବି)ର ସୂତ୍ର ମୁତାବିକ୍ ଏହା କୁହାଯାଇଛି କି , ସମୁଦାୟ ସଂକ୍ରମିତଙ୍କ ମଧ୍ୟରେ ବିଭିନ୍ନ ବିଭାଗର ୨୭ଜଣ କର୍ମଚାରୀ ସାମିଲ୍ ଅଛନ୍ତି ଏବଂ ଏହି ସମସ୍ତଙ୍କୁ ତୁରନ୍ତ କୋଭିଡ୍ ପ୍ରାଥମିକ ଚିକିତ୍ସା ପାଇଁ ପଠାଇ ଦିଆଯାଇଛି।
ସେ କହିଛନ୍ତି , ମନ୍ଦିର ପରିସର ଓ ଆଧାର ଶିବିରରେ କୋଭିଡ୍-୧୯ସମ୍ୱନ୍ଧିତ ସବୁ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି । ଟିଡିପିର ଜଣେ ଅଧିକାରୀ କହିଛନ୍ତି କି ଏହି ଅବଧି ସମୟରେ ଦେବସ୍ୱମ୍ ବୋର୍ଡର(ଟିଡିବି)ର ଦୁଇ ଜଣ ଅସ୍ଥାୟୀ କର୍ମୀଙ୍କ ସମେତ ୪ଜଣ କର୍ମଚାରୀ କରୋନା ଭାଇରସ୍ ସଂକ୍ରମିତ ହୋଇସାରିଛନ୍ତି ।

ଏହା ବ୍ୟତୀତ ଏଠାରେ ପୁଲିସ୍ ଭୋଜନାଳୟର ଦୁଇ କର୍ମଚାରୀ ମଧ୍ୟ ଗୁରୁବାର ଦିନ କରୋନା ଭାଇରସ୍ କବଳରେ ଆସିଛନ୍ତି ।
ସୂଚନା ଯେ , ଗୁରୁବାରକୁ କୋଭିଡ୍-୧୯ର ୫,୩୭୮ଟି ନୂଆ ମାମଲା ସାମନା ଆସିଛି । ଯେଉଁଥିରେ ରାଜ୍ୟରେ ସଂକ୍ରମଣର ମୋଟ ମାମଲା ବୃଦ୍ଧି ପାଇ ୫.୮୩ ଲକ୍ଷରୁ ଅଧିକ ହୋଇଛି । ସେପଟେ ରୋଗରୁ ୨୭ ଓ ରାଜ୍ୟରେ ମୃତକଙ୍କ ସଂଖ୍ୟା ୨,୧୪୮ ହୋଇ ସାରିଛି ।