PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଆଜିଠୁ ଖୋଲିଲା ମା’ ସମଲେଶ୍ବରୀଙ୍କ ମନ୍ଦିର, କଟକଣା ମଧ୍ୟରେ ଦର୍ଶନ କଲେ ଶ୍ରଦ୍ଧାଳୁ
  • ||
  • ଭୁବନେଶ୍ୱର : ଅଗଷ୍ଟରେ ବି ନିଅଣ୍ଟିଆ ବର୍ଷା, ପୁଣି ଘନେଇଲା ମରୁଡ଼ି ଆଶଙ୍କା, ୧୫ ଦିନରେ ଉପକୂଳ ଜିଲ୍ଲାରେ ଉଭେଇ ଯିବ ବର୍ଷା
  • ||
  • ପଟ୍ଟାଙ୍ଗି : ବାଇକ୍‌ର କିସ୍ତି ଟଙ୍କା ବାନ୍ଧି ଘରକୁ ଫେରୁଥିଲେ ଧକ୍କା ଦେଲା ୧୦ ଚକିଆ ଟ୍ରକ୍, ଆଖି ବୁଜିଲେ ମାମୁଁ-ଭଣଜା
  • ||
  • ରାଉରକେଲା : ରାଉରକେଲା ପ୍ଲାଣ୍ଟସାଇଡ୍ ଥାନା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ ୧୩ ବର୍ଷର ଝିଅକୁ ବିକ୍ରି କରୁଥିଲା ଜନ୍ମକଲା ମାଆ, ବାପାଙ୍କ ଅଭିଯୋଗ ପରେ ଉଦ୍ଧାର ହେଲା ନାବାଳିକା
  • ||
  • ପଦ୍ମପୁର : ଗାଇସିଲେଟ ବ୍ଲକ ଅଧୀନ ଚାରିଛକଠାରୁ ମଲମଣ୍ଡା ବୌଦ୍ଧବିହାର ଗନିଆଁପାଲି ରାସ୍ତା ମରାମତି ପାଇଁ ଶୁଣିଲାନି ପ୍ରଶାସନ, ଧାନ ରୋଇ ପ୍ରତିବାଦ କଲେ ଗ୍ରାମବାସୀ
  • ||
  • କୋରାପୁଟ : ଆଜିଠୁ ଖୋଲିବ ଶାବର ଶ୍ରୀକ୍ଷେତ୍ର, ବାହାର ଭୋଗ ମନା, କଟକଣାରେ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସାମାନ୍ୟ ବଢ଼ିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୧୨୯ ଜଣ କୋଭିଡ ପଜିଟିଭ୍
  • ||
  • ବ୍ରହ୍ମପୁର : ଦୀର୍ଘ ଦିନ ପରେ ଖୋଲିଲା ବ୍ରହ୍ମପୁରର ସବୁ ମନ୍ଦିର, ଦିଅଁଙ୍କ ନିକଟରେ ଭୋଗ କରିପାରିବେନି ଭକ୍ତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୦୨କୁ ବୃଦ୍ଧି
  • ||

ସପ୍ତାହକୁ ତିନି ଦିନ ମାଲ୍‌ଗୋଦାମ୍ ବନ୍ଦ‌: ବୁଧବାର, ଶନିବାର, ରବିବାରରେ ତାଲା ଝୁଲିବ

କଟକ ୦୬/୦୮: କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢୁଥିବାରୁ ମାଲଗୋଦାମକୁ ନେଇ କଟକଣା ଲାଗୁ କରାଯାଇଛି । ପ୍ରତି ବୁଧବାର ମାଲଗୋଦାମ ବନ୍ଦ ରଖିବାକୁ କଟକ ମହାନଗର ନିଗମ(ସିଏମ୍‌ସି) ନିଷ୍ପତ୍ତି ନେଇଛି । ଏନେଇ ନୋଟିସ୍‌ ଜାରି କରିଛି ସିଏମ୍‌ସି । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ପ୍ରତି ବୁଧବାର ମାଲଗୋଦାମ ବନ୍ଦ ରହିବ ବୋଲି ନୋଟିସ୍‌ରେ ସ୍ପଷ୍ଟ କରିଛନ୍ତି ସିଏମ୍‌ସି କର୍ତ୍ତୃପକ୍ଷ । ଏମିତିରେ ସାପ୍ତାହନ୍ତ ସଟ୍‌ଡାଉନ୍‌ ପାଇଁ ପ୍ରତି ଶନିବାର ଓ ରବିବାର ମାଲଗୋଦାମ ବନ୍ଦ ରହୁଥିଲା । ତେଣୁ ଆଗକୁ ପ୍ରଶାସନର ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସପ୍ତାହକୁ ତିନିଦିନ ଅର୍ଥାତ୍‌ ବୁଧବାର,ଶନିବାର ଓ ରବିବାର ମାଲଗୋଦାମ ସମ୍ପୂର୍ଣ୍ଣ ତାଲା ଝୁଲିବ ।

ମାଲଗୋଦାମ ବେହେରା ସାହି ଓ ତେଲୁଗୁ ସାହିରେ ଶତାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି । ଏମାନଙ୍କୁ ନେଇ ଗତ ସପ୍ତାହେ ଧରି ମାଲଗୋଦାମକୁ ନେଇ ଅସ୍ଥିରତା ଲାଗି ରହିଛି । ଏହି ଦୁଇ ବସ୍ତିବାସିନ୍ଦାଙ୍କ ସମ୍ପୃକ୍ତି ବିଭିନ୍ନ ଗୋଦାମ ସହିତ ରହିଆସିଥିବାରୁ ସୁରକ୍ଷା ଏବେ ବଡ଼ ପ୍ରସଙ୍ଗ ପାଲଟିଛି । ଯଦିଓ ଗତ ସପ୍ତାହରୁ ମାଲଗୋଦାମ ବ୍ୟବସାୟୀମାନେ ଏହି ଦୁଇ ବସ୍ତିର ମଜଦୁର୍‌ଙ୍କୁ କାମରୁ ବିରତ ରଖାଯାଇଛି । ତଥାପି ସଂକ୍ରମଣ ଆଶଙ୍କା ଥିବାରୁ ଉଭୟ ପ୍ରଶାସନ ଏବଂ ବ୍ୟବସାୟୀଙ୍କ ମହଲରେ ଭୟ ଦେଖିବାକୁ ମିଳିଛି । ଏନେଇ ଗତକାଲି କଟକ ବଣିକ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସି କିଛି ଠୋସ୍‌ ନିଷ୍ପତ୍ତି ନିଆଯାଇଥିଲା ।

ନିଷ୍ପତ୍ତି ମୁତାବକ, ହୋଲ୍‌ସେଲ୍‌ ଗୋଦାମ ସକାଳ ୧୦ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ, ଖୁଚୁରା ଗୋଦାମ ଦିନ ୨ଟାରୁ ୮ଟା ପର୍ଯ୍ୟନ୍ତ ଏବଂ ଅତ୍ୟାବଶ୍ୟକ ସାମଗ୍ରୀରେ ତାଲିକାଭୁକ୍ତ ନଥିବା ଗୋଦାମ ଗୁଡିକ ସକାଳ ୭ଟାରୁ ୧୦ପର୍ଯ୍ୟନ୍ତ ଖୋଲିପାରିବେ । ଏହାସହ ପ୍ରତ୍ୟେକ ଗୋଦାମ ସମ୍ମୁଖରେ ସାମାଜିକ ଦୂରତା ରଖାଯିବ । ମାସ୍କ୍‌ ବ୍ୟବହାର କରିନଥିଲେ ଗ୍ରାହକଙ୍କୁ କୌଣସି ସାମଗ୍ରୀ ଦିଆଯିବନାହିଁ । ଦୋକାନ ସମ୍ମୁଖରେ ମାଲିକ କିମ୍ବା ଷ୍ଟାଫ୍‌ ନିଜ ଗାଡ଼ି ରଖିପାରିବେନାହିଁ । ଏହାସହ ପ୍ରତ୍ୟେକ ଗୋଦାମରେ ସାନିଟାଇଜର୍‌ ଏବଂ ହ୍ୟାଣ୍ଡ୍‌ୱାସ୍‌ ରଖିବା ବାଧ୍ୟତାମୂଳକ । ଗୋଦାମର କୌଣସି ସାମଗ୍ରୀ ତଥା ଷ୍ଟକ୍‌ ଦୋକାନ ସମ୍ମୁଖରେ ରଖି ରାସ୍ତା ଅବରୋଧ କରାଯିବନାହିଁ । ଏହି ସବୁ ନିଷ୍ପତ୍ତିକୁ ନେଇ କଟକ ବଣିକ ସଂଘ ତରଫରୁ ସିଏମ୍‌ସି କମିସନର ଏବଂ କଟକ ଡିସିପିଙ୍କୁ ଚିଠି କରାଯାଇଥିଲା। ସଂଘର ଚିଠିର ଉତ୍ତର ରଖି ଗୋଦାମ ଖୋଲିବା ଏବଂ ବନ୍ଦ କରିବାର ସମୟକୁ ସିଏମ୍‌ସି ପକ୍ଷରୁ ଅନୁମତି ଦିଆଯାଇଛି । ଏହାସହ ପ୍ରତି ବୁଧବାର ମାଲଗୋଦାମ ବନ୍ଦ ରଖିବାକୁ ମଧ୍ୟ ଏହି ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି ।