PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଳେଶ୍ଵର : ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ
  • ||
  • ରାଜ୍ୟ: କରୋନାରେ ଆଖିବୁଜିଲେ ୧୭ ଜଣ ସଂକ୍ରମିତ, ମୃତକଙ୍କ ସଂଖ୍ୟା ୨୧୨୧କୁ ଛୁଇଁଲା
  • ||
  • ଓଡ଼ିଶାରେ ୫ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୫୨୧ ଜଣ ଆକ୍ରାନ୍ତ
  • ||
  • ଜାମ୍ମୁ କାଶ୍ମୀର : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୩ ଆତଙ୍କୀ ନିପାତ, ଭୟରେ ଜଣେ ଆତଙ୍କବାଦୀ କଲା ଆତ୍ମସମର୍ପଣ
  • ||
  • ଭୁବନେଶ୍ଵର : ତାତିରୁ ମିଳିଛି ସାମାନ୍ୟ ଆଶ୍ଵସ୍ତି, ଖସିଛି ପାରଦ, ୯ ଯାଏଁ କାଳବୈଶାଖୀ ସମ୍ଭାବନା
  • ||
  • ତାଳଚେର : ଅନୁଗୁଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତ
  • ||

ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ମାଡ଼ ମାରି ଜେଲ୍‌ ଗଲେ ପ୍ରଧାନ ଶିକ୍ଷୟିତ୍ରୀ

କୁଜଙ୍ଗ ୨୩/୧୨: କୁଜଙ୍ଗ ଥାନା ଅନ୍ତର୍ଗତ ବାଲିତୁଠ ପ୍ରାଥମିକ ବିଦ୍ୟାଳୟର ତୃତୀୟ ଶ୍ରେଣୀ ଛାତ୍ରୀ ବର୍ଷା ସ୍ୱାଇଁ (୯)ଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପ୍ରଧାନ ଶିକ୍ଷୟିତ୍ରୀ ଲିନା ନନ୍ଦ ଗିରଫ ହୋଇ ଜେଲ୍‌ ଯାଇଛନ୍ତି । ସ୍କୁଲ୍‌ରେ ଛାତ୍ରୀଙ୍କୁ ପିଟିବା ଯୋଗୁଁ ଶିକ୍ଷୟିତ୍ରୀ ଜେଲ୍‌ ଯିବା ରୂପକ ଏହିି ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚା ଓ ବିବାଦର ବିଷୟ ପାଲଟିଛି।

ପୁଲିସରେ ହୋଇଥିବା ଅଭିଯୋଗରୁ ପ୍ରକାଶ, ବାଲିତୁଠ ଗ୍ରାମର ଜନ୍‌ ସ୍ୱାଇଁଙ୍କ ଝିଅ ବର୍ଷା ପ୍ରତିଦିନ ପରି ଆଜି ମଧ୍ୟ ବିଦ୍ୟାଳୟକୁ ପଢ଼ିବା ପାଇଁ ଯାଇଥିଲେ। ହେଲେ ସ୍କୁଲରେ ପାଠ ନ ପଢ଼ି ଖେଳୁଥିଲେ। ଏହା ଦେଖି ପ୍ରଧାନ ଶିକ୍ଷୟିତ୍ରୀ ବର୍ଷାଙ୍କୁ ଏକ ବେତ ବାଡିରେ ବାଡେଇ ଲହୁଲୁହାଣ କରିଦେଇଥିଲେ। କେବଳ ସେତିକି ନୁହେଁ, ସେ ବର୍ଷାଙ୍କ ଗାଲ, କାନମୁଣ୍ଡାରେ ଏକାଧିକ ଚଟକଣା ମାରିବାରୁ ବର୍ଷା ଗୁରୁତର ହୋଇପଡିଥିଲେ । ପରିବାର ଲୋକେ ଏ ଖବର ପାଇ ବର୍ଷାଙ୍କୁ ସ୍କୁଲରୁ ନେଇ ବାଲିତୁଠ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ କରାଇଥିଲେ । ଏହାପରେ ଜନ୍‌ ସ୍ୱାଇଁ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧରେ କୁଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ। କୁଜଙ୍ଗ ଥାନା ଅଧିକାରୀ ଦିଲ୍ଳୀପ କୁମାର ସାହୁ ଅଭିଯୋଗର ତଦନ୍ତ କରି ଅଭିଯୁକ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧରେ ବିଭିନ୍ନ ଦଫାରେ ମାମଲା ରୁଜୁ କରିବା ସହ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲେ। କୋର୍ଟରେ ଲିନା ନନ୍ଦଙ୍କ ଜାମିନ୍‌ ନାମଞ୍ଜୁର ହେବାରୁ ତାଙ୍କୁ ସମାଗୋଳ ଉପକାରାଗାରକୁ ପଠାଇ ଦିଆଯାଇଛି ।

ରାଜ୍ୟ ସରକାର ବିଦ୍ୟାଳୟକୁ ଦଣ୍ଡମୁକ୍ତ ଅଞ୍ଚଳ ଭାବେ ଘୋଷଣା କରିଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ ଛାତ୍ରୀଙ୍କୁ ମାଡ଼ ମାରି ଆହତ କରିବା ଘଟଣା ସରକାରଙ୍କ ଘୋଷଣାକୁ ତାଚ୍ଛଲ୍ୟ କରିଥିବା ମତ ପ୍ରକାଶ ପାଉଛି । ଅନ୍ୟପକ୍ଷରେ, ଏହି ଘଟଣାର ଏକ ଭିଡିଓ ମଧ୍ୟ ଭାଇରାଲ୍‌ ହୋଇ ସାମାଜିକ ଗଣମାଧ୍ୟମରେ ଘୂରିବୁଲୁଛି । ଭିଡିଓରେ କେହି ଜଣେ ଛାତ୍ରୀଙ୍କୁ ମାଡ଼ ମରାଯିବା ବିଷୟରେ ପଚାରୁଛନ୍ତି । ଛାତ୍ରୀ ଜଣକ ତାଙ୍କର କୌଣସି ଭୁଲ ନ ଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ ତାଙ୍କୁ ଏକ ମୋଟା ବାଡ଼ିରେ ମାଡ଼ ମାରିଥିବା ଅଭିଯୋଗ କରୁଛନ୍ତି । କେବଳ ଏତିକି ନୁହେଁ, ପ୍ରଧାନ ଶିକ୍ଷୟିତ୍ରୀ ଛାତ୍ରୀଙ୍କୁ ଅଶାଳୀନ ଭାଷାରେ ଗାଳି ଦେଉଥିବା ମଧ୍ୟ ଭିଡିଓରେ ଦେଖିବାକୁ ମିଳିଛି । ପ୍ରଧାନ ଶିକ୍ଷୟିତ୍ରୀଙ୍କ ପ୍ରତି ହୋଇଥିବା ଆଇନଗତ କାର୍ଯ୍ୟାନୁଷ୍ଠାନ ଅଞ୍ଚଳରେ ପ୍ରଥମ ହୋଇଥିବାରୁ ଏହାକୁ ନେଇ ନାନା ଚର୍ଚ୍ଚା ଚାଲିଛି ।