PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ଭିଜିଲାନ୍ସ ପଞ୍ଝାରେ OCCL ସିନିୟର ମ୍ୟାନେଜର, ଆୟ ବର୍ହିଭୁକ୍ତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ଗଞ୍ଜାମ: ରାତି ଅଧରେ ବିଭତ୍ସ ହତ୍ୟା, ଶୋଇଥିବା ବେଳେ ଯୁବକଙ୍କୁ ହାଣିବା ପରେ ମୁହଁକୁ ପଥରରେ ଛେଚି ହତ୍ୟା
  • ||
  • ଖୋର୍ଦ୍ଧା: ସଦର ଥାନା ତାପଙ୍ଗ ଗ୍ରାମରେ ଖୁଦୁରୁକୁଣୀକୁ ନେଇ ଗଣ୍ଡଗୋଳ ଜଣକୁ ହତ୍ୟା
  • ||
  • ଭୁବନେଶ୍ୱର: ୨୪ ଘଣ୍ଟା ମଧ୍ୟରେ ଆଉ ୫୧୦ ଜଣ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୦ ହଜାର ପାର୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୪୧କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ଖୋଲା ଡ୍ରେନ୍‌ରେ ଛାତ୍ର ଭାସିଯିବା ଘଟଣା, ୧୮ ଘଣ୍ଟା ପରେ ଠାବ ହେଲା ରାଜାଙ୍କ ମୃତଦେହ
  • ||
  • ବୁର୍ଲା : ଭିସୁଟ୍‌ରେ ପଶିଲା କରୋନା, କୁଳପତିଙ୍କ ସମେତ ୨ ଛାତ୍ର ଆକ୍ରାନ୍ତ ଚିହ୍ନଟ
  • ||
  • ଭୁବନେଶ୍ୱର : ଆଗାମୀ ୧୦ ଦିନ ମଧ୍ୟରେ ବଙ୍ଗୋପସାଗରରେ ଏକାଧିକ ଘୁର୍ଣ୍ଣିବଳୟର ସୃଷ୍ଟି, ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||
  • ଅନୁଗୁଳ : ବନ୍ଦ କ୍ୱାର୍ଟର୍ସରେ ଲୁଚାଇ ରଖିଥିଲେ, ଏକ୍ସପାରି ହେବା ପରେ ରାତାରାତି ଗାଡ଼ି ଗାଡ଼ି ଔଷଧ ଫିଙ୍ଗି ଦେଲେ…
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା
  • ||
  • ପିପିଲି : ଆଜିଠୁ ଜମିବ ଉପନିର୍ବାଚନ ପ୍ରଚାର, ମଇଦାନକୁ ଓହ୍ଲାଇବେ ତିନି ଦଳର ଷ୍ଟାର ପ୍ରଚାରକ
  • ||

୩ୟ ପର୍ଯ୍ୟାୟ ନିର୍ବାଚନ; ମାଓବାଦୀଙ୍କୁ ଫୋକସ୍

କଟକ,୨୦ା୪(ବ୍ୟୁରୋ): ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ସମୟରେ ଅଞ୍ଚଳରେ ମାଓବାଦୀମାନେ ହିଂସାକାଣ୍ଡ ଘଟାଇବା ସହ ଭୋଟରମାନଙ୍କୁ କେତେକାଂଶରେ ପ୍ରଭାବିତ କରିବାରେ ସକ୍ଷମ ହୋଇଥିଲେ । ଆସନ୍ତା ୩ୟ ପର୍ଯ୍ୟାୟ ନିର୍ବାଚନ ସମୟରେ ଏହି ହିଂସାକାଣ୍ଡ ଯେପରି କୌଣସିଠାରେ ନଘଟେ ତାହା ଉପରେ ରାଜ୍ୟ ପୁଲିସ୍‌ ବାହିନୀ ଗୁରୁତ୍ୱ ଦେଇଛି । ଭୟମୁକ୍ତ ମତଦାନ ପ୍ରକ୍ରିୟାଠାରୁ ଆରମ୍ଭ କରି ଭୋଟ ବାକ୍ସ କିପରି ସୁରକ୍ଷିତ ଅବସ୍ଥାରେ ଜିଲ୍ଲା ମୁଖ୍ୟାଳୟରେ ଆସି ପହଞ୍ଚିବ ସେଥିପାଇଁ ଇନ୍‌ଚାର୍ଜ ଡିଜି ବିଜୟ କୁମାର ଶର୍ମା ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି । ମାଓ ପ୍ରଭାବିତ ଅଞ୍ଚଳରେ ମତଦାନ ସମୟରେ କେଉଁଠି କେନ୍ଦ୍ରୀୟ ଅର୍ଧସାମରିକ ବାହିନୀଙ୍କୁ ନିୟୋଜିତ କରାଯିବ ସେ ବାବଦରେ ଜିଲ୍ଲା ସ୍ତରରେ ଏସ୍‌ପିମାନେ ହିଁ ନିଷ୍ପତ୍ତି ନେବେ ବୋଲି ଶ୍ରୀ ଶର୍ମା ନିର୍ଦ୍ଦେଶ ଦେଇଛନ୍ତି ।

ଆସନ୍ତା ୨୩ ତାରିଖ ହେବାକୁ ୩ୟ ପର୍ଯ୍ୟାୟ ନିର୍ବାଚନ କିପରି ଶାନ୍ତିଶୃଙ୍ଖଳାର ସମାପନ ହେବ ସେ ଦିଗ ଉପରେ ରାଜ୍ୟ ପୁଲିସ୍‌ ବାହିନୀ ଗୁରୁତ୍ୱ ଦେଇଛି । ଏହି ଅବସରରେ ପୁଲିସ୍‌ ମୁଖ୍ୟାଳୟରେ ଆଜି ଆୟୋଜିତ ଏକ ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ କଟକ, ଭୁବନେଶ୍ୱର, ଡିସିପିଙ୍କ ସମେତ ଖୋର୍ଦ୍ଦା, କଟକ, ମୟୁରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, ଦେଓଗଡ଼, ନୟାଗଡ଼ ଓ ପୁରୀ ଜିଲ୍ଲାର ଏସ୍‌ପି, ପୁଲିସ୍‌ କମିସନର୍‌, ରେଞ୍ଜ ଆଇଜି, ଡିଆଇଜିଙ୍କ ସହ ଶ୍ରୀ ଶର୍ମା ନିର୍ବାଚନୀ ସ୍ଥିତି ସମ୍ପର୍କରେ ଜିଲ୍ଲା ୱାରୀ ସମୀକ୍ଷା କରିଥିଲେ । ଅବାଧ ଓ ନିରପେକ୍ଷ ମତଦାନ ସହ ନିର୍ବାଚନ ସମୟରେ କିପରି ଆଇନ୍‌ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ରହିବ ସେ ସମ୍ପର୍କରେ ମଧ୍ୟ ଭିଡିଓ କନ୍‌ଫରେନ୍‌ସିଂରେ ଆଲୋଚନା ହୋଇଥିଲା । ସେହିପରି ନିର୍ବାଚନୀ କାର୍ଯ୍ୟକ୍ରମରେ ରାଜସ୍ୱ ବିଭାଗ ଅଧିକାରୀଙ୍କ ସହ ପୁଲିସର ସମନ୍ୱୟ ରକ୍ଷା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି ।

୩ୟ ନିର୍ବାଚନରେ ଫୋର୍ସ ମୁତୟନ, ପରିବହନ, ଗାଡ଼ିମୋଟର ଯାଞ୍ଚ, ଅପରାଧୀ ଧରପଗଡ଼, ସେଣ୍ଟ୍ରାଲ୍‌ ପୁଲିସ୍‌ ଫୋର୍ସ ମୁତୟନ, ସମ୍ବେଦନଶୀଳ ଏବଂ ଅତି ସମ୍ବେଦନଶୀଳ ବୁଥ୍‌ ଉପରେ ନିୟନ୍ତ୍ରଣ, ପୁଲିସ୍‌ ମୋବାଇଲ୍‌ ପାର୍ଟି, ସାଟେଲାଇଟ୍‌ ଫୋନ୍‌ ଆଦି ବ୍ୟବହାର ଉପରେ ଇନ୍‌ଚାର୍ଜ ଡିଜି ଏସ୍‌ପିମାନଙ୍କ ସହ ଆଲୋଚନା କରିଥିଲେ । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ କାଁଭାଁ ହିଂସାକୁ ଛାଡ଼ିଦେଲେ ବାକି ପ୍ରାୟ ସମସ୍ତ ଜାଗାରେ ମତଦାନ ପ୍ରକ୍ରିୟା ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି ବୋଲି ପୁଲିସ୍‌ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ପ୍ରଧାନମନ୍ତ୍ରୀଙ୍କ ସମେତ ଜାତୀୟ ସ୍ତରର ବହୁ ପ୍ରମୁଖ ତଥା ଭିଭିଆଇପି ନେତାମାନେ ଏବେ ରାଜ୍ୟସାରା ବୁଲି ଜୋରଦାର ପ୍ରଚାର ଚଳାଇଛନ୍ତି । ନିର୍ବାଚନ ପ୍ରଚାର ଏବଂ ରୋଡ୍‌ ସୋ ଆଦି କାର୍ଯ୍ୟକ୍ରମରେ ପୁଲିସ୍‌ ଆଇନ୍‌ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବାରେ ସାମର୍ଥ୍ୟ ହୋଇଛି ବୋଲି ବରିଷ୍ଠ ଅଧିକାରୀମାନେ କହିଛନ୍ତି ।

ସୂଚନାଯୋଗ୍ୟ, ୩ୟ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୨୩ ତାରିଖରେ ରାଜ୍ୟରେ ୬ଟି ଲୋକସଭା ଆସନ ଏବଂ ୪୨ଟି ବିଧାନସଭା ଆସନରେ ମତଦାନ ଅନୁଷ୍ଠିତ ହେବ । ଏହି ଅବସରରେ ପୁଲିସ୍‌ ହେଡ୍‌କ୍ୱାର୍ଟରରେ ଆୟୋଜିତ ଏକ ଭିଡିଓ କନ୍‌ଫରେନ୍‌ସିଂରେ ଗୁଇନ୍ଦା ଡିଜି ସୁନୀଲ୍‌ ରାୟ, ଏଡିଜି ଆର୍‌.ପି କୋଚେ, ସଞ୍ଜୀବ ପଣ୍ଡା, ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ହେଡ୍‌ କ୍ୱାର୍ଟର ଆଇଜି ଅସିତ୍‌ ପାଣିଗ୍ରାହୀ, ପି. ଏସ. ରଣପିସେ ପ୍ରମୁଖ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରିଥିଲେ ।

ସମ୍ବନ୍ଧିତ ଖବର