ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୭୧.୬୧% ମତଦାନ: କେନ୍ଦୁଝରରେ ସର୍ବାଧିକ, ଭୁବନେଶ୍ୱରରେ ସର୍ବନିମ୍ନ ମତଦାନ

ଭୁବନେଶ୍ୱର ୨୪/୪: ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୭୧.୬୧ ପ୍ରତିଶତ ମତଦାନ ହୋଇଛି । ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ମତଦାନ ହାର ନେଇ ଭାରତୀୟ ନିର୍ବାଚନ କମିଶନଙ୍କ କାର୍ଯ୍ଯାଳୟ ପକ୍ଷରୁ ସୂଚନା ଜାରି ହୋଇଛି । ରାଜଧାନୀ ଭୁବନେଶ୍ୱର ଲୋକସଭା କ୍ଷେତ୍ରରେ ୫୯.୬୦ ପ୍ରତିଶତ ମତଦାନ ହୋଇଛି । ସମ୍ବଲପୁର ୭୬.୩୮ %, କେନ୍ଦୁଝର ୭୮.୧୬%, ଢେଙ୍କାନାଳ ୭୪.୯୮%, କଟକ ୬୯.୬୫% ଏବଂ ପୁରୀରେ ୭୨.୫୩%  ମତଦାନ ହୋଇଛି ।

ତୃତୀୟ ପର୍ଯ୍ୟାୟରେ ଓଡ଼ିଶାର ୬ଟି ଲୋକସଭା ଓ ୪୨ ବିଧାନସଭା ଆସନ ପାଇଁ ଗତକାଲି ମତଦାନ ସମ୍ପନ୍ନ ହୋଇଛି । ୪୦ରୁ ଅଧିକ ହେଭିୱେଟ୍‌ଙ୍କ ସମେତ ମୋଟ୍‌ ୪୧୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌ ହୋଇଛି । ତେବେ ଏଥିରେ ୭୧.୬୧ ପ୍ରତିଶତ ମତଦାନ ହୋଇଛି । କେନ୍ଦୁଝର ଲୋକସଭା ସଂସଦୀୟ କ୍ଷେତ୍ରରେ ସର୍ବାଧିକ ମତଦାନ ହୋଇଛି । ଏଠାରେ ୭୮.୧୬% ମତଦାନ ହୋଇଛି । ସର୍ବନିମ୍ନ ମତଦାନ ଭୁବନେଶ୍ୱର ଲୋକସଭା କ୍ଷେତ୍ରରେ ହୋଇଛି । ଏଠାରେ ମତଦାନ ହାର ୫୯.୬୦% ରହିଛି ।

ତୃତୀୟ ପର୍ଯ୍ଯାୟରେ ସମୁଦାୟ ୬୬ଲକ୍ଷ ୨୯ ହଜାର ୮୪୫ ଜଣ ଭୋଟର ମତଦାନ କରିଥିଲେ । ସେମାନଙ୍କ ମଧ୍ଯରୁ ୩୪ ଲକ୍ଷ ୨୩ ହଜାର ୧୧୯ ଜଣ ମହିଳା, ୩୨ ଲକ୍ଷ ୬ହଜାର ୬୨୬ ମହିଳା ଏବଂ ୧୦୦ ଜଣ ତୃତୀୟ ଲିଙ୍ଗୀ ଭୋଟର ସେମାନଙ୍କ ମତଦାନ କରିଥିଲେ ।

ମୁଖ୍ୟ ନିର୍ବାଚନ ଅଧିକାରୀ ଦେଇଥିବା ସୂଚନା ଅନୁସାରେ ପୋଲିଂ ଅଫିସରଙ୍କ ତ୍ରୁଟି କାରଣରୁ ୨ଟି ବୁଥ୍‌ରେ ମତଦାନ ସ୍ଥଗିତ ରଖାଯାଇଛି । ଭିଭିପାଟ୍‌ ମେସିନ ପରିବର୍ତ୍ତନ ବେଳେ କ୍ରସ୍‌ ରିପ୍ଲେସମେଣ୍ଟ (ତ୍ରୁଟି ବଶତଃ ବିଧାନସଭା ଇଭିଏମ୍‌ ସହ ଲୋକସଭାର ଭିଭିପାଟ୍‌ ଓ ଲୋକସଭା ଇଭିଏମ୍‌ ସହ ବିଧାନସଭା ଭିଭିପାଟ୍‌ ସଂଯୋଗ) ହୋଇଥିଲା । ଏଣୁ ଉଭୟ ବୁଥ୍‌ରେ ସାନି ଭୋଟ୍‌ ପାଇଁ ନିର୍ବାଚନ ଆୟୋଗଙ୍କୁ ସୁପାରିସ ହୋଇଛି ।

   ସମ୍ବନ୍ଧିତ ଖବର


ପୁଣି ଥରେ ଇତିହାସ ରଚିଲା ସମ୍ ହସ୍ପିିଟାଲ ଓଡ଼ିଶାର ଦ୍ୱିତୀୟ ଥର ପାଇଁ ସମ୍ ହସ୍ପିଟାଲ୍‌ରେ ସଫଳ ଯକୃତ ପ୍ରତ୍ୟାରୋପଣ

କୋଭିଡ ଟିକା ଦେବା ପାଇଁ ଓଡ଼ିଶା ପ୍ରସ୍ତୁତ, ୩୦ ହଜାର ସ୍ଥାନରେ ଦିଆଯିବ ଟିକା: ମୁଖ୍ୟ ଶାସନ ସଚିବ

ଜାଆଁଳା ଶିଶୁଙ୍କ ଛାତି ଓ ପେଟ ଯୋଡି ହୋଇ ରହିଥିଲା,୮ ଘଣ୍ଟାର ଅପରେସନ୍ ପରେ କରାଗଲା ଅଲଗା

ବିଜେପି ସାଂସଦଙ୍କ ଦାବି: ଟିଏମସିର ୬୨ ବିଧାୟକ ଆମ ସହ ଯୋଗାଯୋଗରେ ଅଛନ୍ତି, ଡିସେମ୍ବର ୧୫ ସୁଦ୍ଧା ଭାଙ୍ଗିଯିବ ମମତା ସରକାର

‘କୋଭିସିଲ୍ଡ’ର ପାର୍ଶ୍ଵ ପ୍ରତିକ୍ରିୟା ଅଭିଯୋଗକୁ ସେରମ ଇନ୍‌ଷ୍ଟିଚ୍ୟୁଟ୍‌ର ଖଣ୍ଡନ, ସ୍ବେଚ୍ଛାସେବୀଙ୍କୁ ୧୦୦ କୋଟି ଟଙ୍କାର ମାନହାନୀ ଧମକ

ହଠାତ୍ ଆକାଶରେ ଦେଖିବାକୁ ମିଳିଲା ଅଗ୍ନି ପିଣ୍ଡୁଳା,ଜୋରଦାର ଲାଇଟ୍ ସହିତ ହୋଇଗଲା ଗାଏବ୍