PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ : ବିଶିଷ୍ଟ ଗାନ୍ଧିବାଦୀ ଭଦ୍ରକ ମହାବିଦ୍ୟାଳୟର ପ୍ରାକ୍ତନ ଅଧକ୍ଷ ପ୍ରଫେସର ସନାତନ ମହାନ୍ତିଙ୍କ ପରଲୋକ
  • ||
  • ମାଲକାନଗିରି : ମାଲକାନଗିରି ମୋଟୁ ସୀମାନ୍ତ ୪ ରାଜ୍ୟ ପ୍ରବେଶ ଦ୍ୱାର ଚେକପୋଷ୍ଟ ପରିଦର୍ଶନ କଲେ ପୁଲିସ ମହାନିର୍ଦ୍ଦେଶକ ଅଭୟ, କୋଭିଡ ସ୍ଥିତି ଓ ମାଓ ସମୀକ୍ଷା କଲେ ପୁଲିସ ଡିଜି
  • ||
  • କପିଲାଭଟା : ପାରିବାରିକ କଳହରୁ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ
  • ||
  • ଓଡ଼ିଶା: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୮୦୫ ଜଣ କରୋନା ପଜିଟିଭ, ୨୧ ଜଣଙ୍କ ଜୀବନ ନେଲା ମହାମାରୀ
  • ||
  • ବାଲେଶ୍ଵର : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍, ୩ ମୃତ ୨ ଗୁରୁତର
  • ||
  • OJEE: ଜୁନ୍‌ ୧୫ ଯାଏ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ, ଜୁନ୍‌ ୧୭ତାରିଖ ସୁଦ୍ଧା ଅନ୍‌ଲାଇନ୍‌ରେ ଫି’ଦାଖଲ କରିପାରିବେ
  • ||
  • ପୁରୀ:ଏ ବର୍ଷ ବି ବିନା ଭକ୍ତରେ ହେବ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା, କେବଳ ସେବାୟତ ଟାଣିବେ ରଥ
  • ||
  • ପୁରୀ: ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା, ମେ ୧୫ରୁ ଜୁନ୍‌ ୬ ଯାଏଁ ୧୪୪ ଧାରା ଜାରି
  • ||
  • ଚାଷୀ କୂଳ ପାଇଁ ଖୁସି ଖବର: ମେ’ ୩୧ରେ କେରଳ ଛୁଇଁବ ମୌସୁମୀ,ଜୁନ୍ ୧୦ରୁ ୧୨ ସୁଦ୍ଧା ଓଡ଼ିଶା
  • ||
  • ଆଜି ପବିତ୍ର ଅକ୍ଷୟ ତୃତୀୟା, ମାଟି ମା’କୁ ପୂଜା କରି ଚାଷ କାମ ଅନୁୁକୂଳ କରିବେ ଚଷା ପୁଅ
  • ||

ଏମିତି ବି ଆସେ ମୃତ୍ୟୁ : ୨୪ଘଣ୍ଟାରେ ୩ଭଉଣୀଙ୍କ ମୃତ୍ୟୁ, ଅଜା-ଆଈ ଡାକ୍ତରଖାନାରେ ଭର୍ତ୍ତି

ବ୍ରହ୍ମପୁର ୨୮।୧୨: ଏମିତି ବି ଆସେ ମୃତ୍ୟୁ। ଜଣେ କି ଦୁଇ ଜଣ ନୁହେଁ ୩ ଜଣ ଆଗପଛ ହୋଇ ଚାଲିଗଲେ। ୨୪ଘଣ୍ଟା ଭିତରେ ଗୋଟିଏ ପରିବାରର ୩ ନାବାଳିକାଙ୍କ ମୃତ୍ୟୁ ଏବେ ସାରା ରାଜ୍ୟ ପାଇଁ ଚର୍ଚ୍ଚାର ବିଷୟ ପାଲଟିଛି। ଗଞାମ ଜିଲ୍ଲା ବି. ତୁରୁବୁଡି ଗାଆଁରେ ଘଟିଛି ଏହି ଅଭାବନୀୟ ଘଟଣା ।

ଚାଉଳ ଭିତରେ ରଖାଯାଇଥିବା କୀଟନାଶକରୁ ନିର୍ଗତ ବିଷାକ୍ତ ଗ୍ୟାସରେ ଶ୍ବାସରୁଦ୍ଧ ହୋଇ ପ୍ରାଣ ହରାଇଛନ୍ତି ୩ ନାବାଳିକା। କିଛି ଘଣ୍ଟା ବ୍ୟବଧାନରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ଗଞ୍ଜାମ ତୁରୁବୁରେଇ ଗାଁର ଏଲ. ପବିତ୍ର ରେଡ୍ଡିଙ୍କ ଝିଅ ବର୍ଷା ଓ ସୋନା ଏବଂ ସେମାନଙ୍କ ଦାଦା ଝିଅ ଭଉଣୀ ଟିକିନା ବି.ତୁରୁବୁଡ଼ି ଗ୍ରାମର ମୋହନ ରେଡ୍ଡିଙ୍କ ଘରେ ରହି ପାଠ ପଢ଼ୁଥିଲେ। ମୋହନ ସେମାନଙ୍କ ମାମୁଁ ଅଜା। ବର୍ଷାଙ୍କ ବୟସ ୧୦ବର୍ଷ ହୋଇଥିବାବେଳେ ସୋନା ଓ ଟିକିନାଙ୍କ ବୟସ ୭ବର୍ଷ ଓ ୬ବର୍ଷ।  ଗୁରୁବାର ରାତିରେ ଅଜାଆଈଙ୍କ ସହ ୩ନାବାଳିକା  କୀଟନାଶକ ଯୁକ୍ତ ଚାଉଳ ସଂସ୍ପର୍ଶରେ ଆସିଥିଲେ।

ଏହା ପରେ ପ୍ରଥମେ ସେମାନେ ବାନ୍ତି କରି ଅସୁସ୍ଥ ହୋଇପଡ଼ିଥିଲେ। ଶୁକ୍ରବାର ସକାଳେ ଜଣେ ନାବାଳିକା ଡାକ୍ତରଖାନା ଯିବା ବାଟରେ ଗାଁରେ  ପ୍ରାଣ ହରାଇଥିଲେ। ଅନ୍ୟ ଜଣେ ଦିଗପହଣ୍ଡି ସ୍ବାସ୍ଥ୍ୟ କେନ୍ଦ୍ରରେ ଓ ଅନ୍ୟ ଜଣେ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି। ୩ନାବାଳିକାଙ୍କ ଅଜା ମୋହନ ରେଡ୍ଡି ଓ ଆଈ କସ୍ତୁରୀ ରେଡ୍ଡି ମଧ୍ୟ କୀଟନାଶକଯୁକ୍ତ ଚାଉଳ ସଂସ୍ପର୍ଶରେ ଆସି ଅସୁସ୍ଥ ହୋଇଛନ୍ତି। ଏବେ ସେମାନେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।