PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍, ଏକକାଳୀନ ୬ଟି ସ୍ଥାନରେ ଚାଲିଛି ଚଢଉ
  • ||
  • ମହାକାଳପଡ଼ା : କୁମାରୁଣି ନିକଟରେ ବସ୍ ଓଲଟି ୩ ଗୁରୁତର , ଅଳ୍ପକେ ବର୍ତ୍ତିଲେ ୪୬ଯାତ୍ରୀ , ସମସ୍ତ ଗୁରୁତର କେନ୍ଦ୍ରାପଡ଼ା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି
  • ||

ଜମ୍ମୁ-କଶ୍ମୀରରେ ଭୂକମ୍ପ ଝଟ୍‌କା, ରିକ୍ଟର ସ୍କେଲର ତୀବ୍ରତା ୪.୧

https://aajtak.intoday.in/

ଶ୍ରୀନଗର, ୧୬/ ୦୧: ଜମ୍ମୁ-କଶ୍ମୀରରେ ଭୂକମ୍ପ। ଜମ୍ମୁ-କଶ୍ମୀରର ଡୋଡା ଜିଲ୍ଲାରେ ଭୂକମ୍ପ ହୋଇଥିବା ସୂଚନା ରହିଛି। ରିକ୍ଟର ସ୍କେଲର ତୀବ୍ରତା ୪.୧ ବୋଲି ଜଣାପଡ଼ିଛି। ଏନେଇ ନ୍ୟାସନାଲ୍‌ ସେଣ୍ଟର ଫର ସିସ୍‌ମୋଲୋଜି ପକ୍ଷରୁ ସୂଚନା ମିଳିଛି।

ଶନିବାର ରାତି ୧୦ ଟା ୦୧ ମିନିଟରେ ଜମ୍ମୁ-କଶ୍ମୀରରେ ଭୂକମ୍ପ ଝଟକା ଲାଗିଛି। ଏହାର ପ୍ରଭାବ ୯୩ କିମି ଅଞ୍ଚଳରେ ପଡ଼ିଥିବା ନେଇ ସୂଚନା ରହିଛି। ଖବର ଲେଖା ହେବା ସୁଦ୍ଧା ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ମିଳିପାରି ନାହିଁ।

ଏହାପୂର୍ବରୁ ଜାନୁଆରୀ ୧୧ରେ କିଶ୍ବର ଜିଲ୍ଲାରେ ଭୂକମ୍ପ ହୋଇଥିଲା। ଯାହାର ରିକ୍ଟର ସ୍କେଲର ତୀବ୍ରତା ୫.୧ ଥିଲା।