PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓଡ଼ିଶା: ସୋମବାରରୁ ଶୁକ୍ରବାର ଦୈନିକ ସକାଳେ ମିଳୁଥିବା ମହଲତ କମିଲା ଏଣିକି ଦୈନିକ ୬ ଘଣ୍ଟା ବଦଳରେ ୪ ଘଣ୍ଟାକୁ ଖସିଲା କୋହଳ
  • ||
  • ବାହାଘରରେ ସର୍ବାଧିକ ୨୫ ଜଣ ସାମିଲ ହୋଇପାରିବେ
  • ||
  • ଓଡିଶାରେ ବଢିଲା ଲକଡାଉନ୍ ଅବଧି, ଜୁନ ୧ ଯାଏଁ ଜାରି ରହିବ କଟକଣା
  • ||
  • ଯଶିପୁର ନିର୍ବାଚନୀ ମଣ୍ଡଳୀର ପୂର୍ବତନ ବିଧାୟକ କମଳାକାନ୍ତ ନାୟକଙ୍କ ଚିକିତ୍ସାଧିନ ଅବସ୍ଥାରେ କେନ୍ଦୁଝର ମେଡିକାଲରେ ପରଲୋକ
  • ||
  • ସଇଁତଳା: ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସଂକ୍ରମଣ କମୁଛି, ମୃତ୍ୟୁ ବଢୁଛି, ୨୪ ଘଣ୍ଟାରେ ୨୨ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୩୫୭କୁ ବୃଦ୍ଧି
  • ||
  • ଓଡ଼ିଶାରେ ସଂକ୍ରମଣ କମୁଛି, ମୃତ୍ୟୁ ବଢୁଛି: ୨୪ ଘଣ୍ଟା ମଧ୍ୟରେ ୧୦ ହଜାର ୩୨୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୨ ଜୀବନ ନେଲା କରୋନା
  • ||
  • ପୁରୀ : ସମ୍‌ ସହଯୋଗରେ ପୁରୀରେ ଖୋଲିବ ସ୍ୱତନ୍ତ୍ର କୋଭିଡ୍‌ ହସ୍ପିଟାଲ୍‌, ୧୯ରୁ ସେବା ଆରମ୍ଭ
  • ||
  • ଭୁବନେଶ୍ୱର : ପୁଣି ଉପରମୁହାଁ ପାରଦ, ତାତିରେ ଛଟପଟ ଜନଜୀବନ, ଆହୁରି ୪ ଦିନ ଯାଏଁ ଜାରି ରହିବ ଗ୍ରୀଷ୍ମ ପ୍ରକୋପ
  • ||
  • ନୂଆଦିଲ୍ଲୀ : ବ୍ରହ୍ମ ମୁହୂର୍ତ୍ତରେ ଖୋଲିଲା ବଦ୍ରିନାଥଙ୍କ ଧାମ, ବିନା ଶ୍ରଦ୍ଧାଳୁରେ ହେଲା ଦ୍ଵାର ଫିଟା ନୀତି
  • ||

ପାରା ହତ୍ୟା ମାମଲା: ଭାଗୁ ପ୍ରଧାନ ସମେତ ୪ ଗିରଫ,୨ ବନ୍ଧୁକ ଜବତ, ସାମିଲ୍‌ ଥିଲା ମୁଖ୍ୟ ଅଭିଯୁକ୍ତର ପତ୍ନୀ

ପୁରୀ,୩୦ା୧(ବ୍ୟୁରୋ): ପାରା ହତ୍ୟା ମାମଲାର ଖୋଲିଲା ରହସ୍ୟ । ଗିରଫ ହେଲେ ଆଉ ୪ ଅଭିଯୁକ୍ତ । ମିଳିମିଶି ନେଇଥିଲେ ଜୀବନ । କିଏ ବନ୍ଧୁକ ଯୋଗାଇଥିଲା ତ ଆଉ କିଏ ଗେମ୍‌ ପ୍ଲାନ୍‌ ପ୍ରସ୍ତୁତ କରିଥିଲା । ଶେଷରେ ପ୍ରାଣ ହରାଇଥିଲା ପାରା । ଏହି ମାମଲା ପଛରେ ଲୁଚି ରହିଥିବା ରହସ୍ୟକୁ ଉନ୍ମୋଚନ କଲା ପୁଲିସ । ଅଭିଯୁକ୍ତମାନେ ହେଲେ ତାଳବଣିଆ ଥାନା ଅଧୀନ ବାଲିଘାଟର ଜଣାଶୁଣା ଠିକାଦାର ଭାଗୁ ଓରଫ ଭାଗିରଥୀ ପ୍ରଧାନ (୪୨), ରଞ୍ଜନ ରାଉଳ (୩୧), ସଦର ଥାନା ଅଧୀନ ବାଟଗାଁର ପ୍ରମୋଦ ଭୋଳ (୩୬) ଓ ରିମାଣ୍ଡରେ ଆସିଥିବା ମୁଖ୍ୟ ଅଭିଯୁକ୍ତ ଡେଙ୍ଗାମୁନାର ପତ୍ନୀ ଟିନା ଓରଫ ଅର୍ପିତା ପଟ୍ଟନାୟକ (୨୪) । ସେମାନଙ୍କଠାରୁ ୨ଟି ବନ୍ଧୁକ ଜବତ ହୋଇଛି । ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ସିଟି ଡିଏସ୍‌ପି ପ୍ରଶାନ୍ତ ପଟ୍ଟନାୟକ ଓ କୁମ୍ଭାରପଡ଼ା ଥାନାଧିକାରୀ ଅଭିମନ୍ୟୁ ନାୟକ ଏହି ସୂଚନା ଦେଇଛନ୍ତି ।
ପୁଲିସ କହିଛି, ଭାଗୁ ଥିଲା ମାମଲା ପଛର ମୁଖ୍ୟ ଷଡ଼ଯନ୍ତ୍ରକାରୀ । ବନ୍ଧୁକ ଯୋଗାଇବା ଓ ହତ୍ୟା ପାଇଁ ପ୍ଲାନ୍‌ ପ୍ରସ୍ତୁତ କରିଥିଲା । ହତ୍ୟା ପୂର୍ବରୁ ଭାଗୁ ସହ ଯୋଡ଼ି ହୋଇଥିଲା ଡେଙ୍ଗାମୁନା । ଭାଗୁ କିଣିଥିବା ବନ୍ଧୁକ ପ୍ରମୋଦ ଘରେ ରଖାଯାଉଥିଲା । ଡିସେମ୍ବର ୨୦ରେ ହୋଇଥିଲା ଷଡ଼ଯନ୍ତ୍ର । ଭାଗୁର ଇଶାରା ମୁତାବକ ପ୍ରମୋଦ ଘରେ ପହଞ୍ଚିଥିଲା ରଞ୍ଜନ । ତା’ଠାରୁ ବନ୍ଧୁକ ନେଇ ଡେଙ୍ଗାମୁନାକୁ ଦେଇଥିଲା ରଞ୍ଜନ । ପରେ ଡେଙ୍ଗାମୁନା ଏ ସମ୍ପର୍କରେ ଜିତୁ ସହ ଆଲୋଚନା କରି ହତ୍ୟା ପାଇଁ ପ୍ରସ୍ତୁତ ହୋଇଥିଲା । ଡିସେମ୍ବର ୨୫ ତାରିଖ ବଡ଼ଦିନ ପୂର୍ବାହ୍ନରେ ସେମାନେ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଥିଲେ । ପୂର୍ବ ପ୍ରସ୍ତୁତି ଅନୁଯାୟୀ ପାରାକୁ ଡକାଯାଇଥିଲା । ପାରା ତାର ସାଙ୍ଗ ବାଇକ୍‌ ଧରି ପହଞ୍ଚିଥିଲା । ପରେ ଯୁକ୍ତିତର୍କ ହୋଇ ହଠାତ୍‌ ଫୁଟିଥିଲା ଗୁଳି । ପାରାକୁ ଗୁଳି କରି ଜିତୁ ସହ ବାଇକ୍‌ରେ ଖସିଯାଇଥିଲା ଡେଙ୍ଗାମୁନା । ସେ ନିଜ ଘରକୁ ଯାଇ ପତ୍ନୀ ଟିନାକୁ ଦେଇଥିଲା ବନ୍ଧୁକ । ଟିନା ବନ୍ଧୁକ ଲୁଚାଇ ରଖିବା ପରେ ଡେଙ୍ଗାମୁନା ଓ ସାଥୀ ଜିତୁ ଫେରାର ହୋଇଯାଇଥିଲେ । ସେପଟେ ଡେଙ୍ଗାମୁନାର ଫେସ୍‌ବୁକ୍‌ ଆକାଉଣ୍ଟରେ ପୁଲିସକୁ ଲକ୍ଷ୍ୟ ଭ୍ରଷ୍ଟ କରିବା ଉଦ୍ଦେଶ୍ୟରେ ବିଭିନ୍ନ ପୋଷ୍ଟ କରିଥିଲା ଟିନା । ଏହାରି ଭିତରେ ଛପି ରହିଥିଲା ହତ୍ୟା ପଛର ରହସ୍ୟ ।ଡେଙ୍ଗାମୁନା ନିମାପଡ଼ା କୋର୍ଟରେ ଆତ୍ମସମର୍ପଣ କରିବା ପରେ ଜିତୁକୁ ଏନ୍‌କାଉଣ୍ଟର କରିଥିଲା ପୁଲିସ । ମାମଲାକୁ ଆଗେଇ ନେବା ପାଇଁ ଡେଙ୍ଗାମୁନାକୁ ରିମାଣ୍ଡରେ ନେଇ ପଚରାଉଚରା କରିଥିଲା । ପରେ ଏସବୁ ପଦାକୁ ଆସିଥିଲା । ତେଣୁ ଅଭିଯୁକ୍ତମାନଙ୍କୁ ଉଠାଇ ନେଇ ପୁଲିସ ଜେରା କରିଥିଲା । ଶେଷରେ ଏମାନଙ୍କୁ ଗିରଫ କରାଯାଇଥିବା କହିଛି ପୁଲିସ । ଚଢ଼ଉ ବେଳେ ଟିନାଠାରୁ ଏକ ୭.୬ ଏମ୍‌ଏମ୍‌ ବନ୍ଧୁକ ଓ ପ୍ରମୋଦ ଘରୁ ଏକ ସିଙ୍ଗିଲ୍‌ ସଟ୍‌ ବନ୍ଧୁକ ଜବତ କରାଯାଇଛି । ସେପଟେ ଏନ୍‌କାଉଣ୍ଟର୍‌ ପରେ ଚିକିତ୍ସା ହେଉଥିବା ଜିତୁ ସୁସ୍ଥ ହୋଇଛି । ତାକୁ ପିପିଲି ଥାନା ପୁଲିସ ଗିରଫ କରିଛି । ନିମାପଡ଼ା ଜେଲ୍‌ରେ ଥିବା ଜିତୁକୁ ରିମାଣ୍ଡରେ ନେବା ପାଇଁ ଆବେଦନ କରିଛି କରିଛି କୁମ୍ଭାରପଡ଼ା ଥାନା ପୁଲିସ । ଗୁରୁବାର ଜିତୁକୁ ପୁଲିସ ରିମାଣ୍ଡରେ ନେବ ବୋଲି କହିଛନ୍ତି ଥାନାଧିକାରୀ ଅଭିମନ୍ୟୁ ନାୟକ । ମାମଲାରେ ପୂର୍ବରୁ ଡେଙ୍ଗାମୁନା ଆତ୍ମସମର୍ପଣ ଓ ଜିତୁକୁ ଏନ୍‌କାଉଣ୍ଟର୍‌ ପରେ ଅନ୍ୟ ୨ ଜଣ ଅଭିଯୁକ୍ତ ନବକଳେବର ରୋଡର ଅନିଲ ଓରଫ ତାପସ ସାମନ୍ତରାୟ (୨୫) ଓ ଫ୍ରେଣ୍ଡସ୍‌ କଲୋନୀର କୁନା ଓରଫ ବାବୁନି ପରିଡା (୧୯)ଙ୍କୁ ଗିରଫ କରାଯାଇଥିଲା ।

ସମ୍ବନ୍ଧିତ ଖବର