PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶିଶୁ ଅପହରଣ ଉଦ୍ୟମ ପଣ୍ଡ, ବାଇକ ରୁ ଲମ୍ଫ ମାରି ଦୁର୍ବୃତ୍ତଙ୍କ କବଳରୁ ମୁକୁଳିଲା ୧୨ ବର୍ଷର ଶିଶୁ ପୁତ୍ର, ଜଗତସିଂହପୁର ଥାନାରେ ମାମଲା।
  • ||
  • ଢେଙ୍କାନାଳ: ସାଇକୃପା ଆବାସିକ ମହାବିଦ୍ୟାଳୟରୁ ୪ଜଣ ଛାତ୍ର କୋଭିଡ ପଜିଟିଭ ଚିହ୍ନଟ, ଆରଟିପିସିଆର ଟେଷ୍ଟ ପାଇଁ ୨୬୦ ଜଣଙ୍କର ସାମ୍ପଲ ପାଠାଗଲା
  • ||
  • କମ୍ପିବ ବିଧାନସଭା: ମମିତା ମେହେର ହତ୍ୟା ଘଟଣା, ଧାନମଣ୍ଡି ଅବ୍ୟବସ୍ଥା, ଦୁର୍ନୀତି ପ୍ରସଙ୍ଗରେ ସରକାରଙ୍କୁ ଘେରିବ ବିଜେପି
  • ||
  • ନରସିଂହପୁର: ପିଉସୀ ଘରକୁ ବୁଲିବାକୁ ଆସିଥିବା ବେଳେ କୂଅରେ ପଡ଼ି ଚାଲିଗଲା ବାଳକ ଜୀବନ
  • ||
  • ନରସିଂହପୁର: ନରସିଂହପୁରରେ ମାତିଲେ ଦୁର୍ବୁତ୍ତ, ସ୍କାଏ ଲାଇଟ ଭାଙ୍ଗି ଲୁଟିନେଲେ ଟଙ୍କା ଆସବାବପତ୍ର
  • ||
  • ଜଗତସିଂହପୁର : ଆରମ୍ଭ ହେଲା ୨ଦିନିଆ ସାଗର କବଚ ଓଡି -୨୧ ସମରାଭ୍ୟାସ
  • ||
  • ଚନ୍ଦ୍ରଶେଖରପୁର : ଜଣଙ୍କ ପାଇଁ ଦୁଇ ପ୍ରେମିକ ମଧ୍ୟରେ ହଣାମରା, ବିଚ୍ ରାସ୍ତାରେ ଚାଲିଲା ଖଣ୍ଡଯୁଦ୍ଧ
  • ||
  • ସୋନପୁର : ସୋନପୁରରେ ଇଷ୍ଟଦେବୀ ସୁରେଶ୍ଵରୀ ମନ୍ଦିରରୁ ଚୋରି
  • ||
  • ଭୁବନେଶ୍ୱର : ଆଜି ଅଭିନେତ୍ରୀ ଗୁନ୍‌ଗୁନ୍‌ଙ୍କ ବିବାହ, ଅଭିସ୍ମିତଙ୍କ ସହ ପଡିବ ହାତଗଣ୍ଠି
  • ||
  • ଭୁବନେଶ୍ୱର : ଆସୁଛି ସମ୍ଭାବ୍ୟ ବାତ୍ୟା ‘ଜୱାଦ୍‌’, ୩ ତାରିଖ ଯାଏଁ ଥରାଇବ ଶୀତ, ୪ରେ ନିର୍ଧୁମ ବର୍ଷା ସମ୍ଭାବନା
  • ||
  • ସୁକିନ୍ଦା : ଶତାୟୁ ପଦ୍ମଶ୍ରୀ ନନ୍ଦ ସାର୍ କରୋନା ସଂକ୍ରମିତ, ଘରୋଇ ହସ୍ପିଟାଲରେ ଭର୍ତ୍ତି
  • ||

ଟ୍ରକ୍ ଡ୍ରାଇଭରକୁ ହତ୍ୟା ଘଟଣାର ପର୍ଦ୍ଦାଫାଶ : ୪ ହାଇୱେ ଲୁଟେରା ଗିରଫ, ସ୍କୋର୍ପିଓ ଏବଂ ମାରଣାସ୍ତ୍ର ଜବତ

ବଡବିଲ, ୧୯।୧୦  ଜାତୀୟ ରାଜପଥରେ  ଟ୍ରକ୍ ଡ୍ରାଇଭରକୁ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ବଡ଼ବିଲ ପୋଲିସ। ହତ୍ୟାକାଣ୍ଡରେ ସମ୍ପୃକ୍ତ ୪  ହାଇୱେ ଲୁଟେରାଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ସ୍କୋର୍ପିଓ ଗାଡ଼ି, ମାରଣାସ୍ତ୍ର, ଟଙ୍କା ଓ ୯ ଟି ମୋବାଇଲ ଜବତ କରିଛି ପୋଲିସ। ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ବଡ଼ବିଲ ଏସଡ଼ିପିଓ ହିମାଂଶୁ ଶେଖର ବେହେରା।

ସୂଚନା ଅନୁଯାୟୀ,   ଦେବଗଡ ଜିଲ୍ଲା, ରିଆମାଳ, ଗୋଳାବନ୍ଧ ଅଂଚଳର ଟ୍ରକ୍ ଡ୍ରାଇଭର, ଜୟନନ୍ଦ ମାଝୀ ୫ତାରିଖ ବିଳମ୍ବିତ ରାତିରେ ଟ୍ରକରେ ( ନଂ. ଓଆର୦୪ଏଲ୩୭୧୯)  କୋଇଡା ଅଞ୍ଚଳରୁ ଖଣିଜ ବୋଝେଇ କରି ଜିନ୍ଦଲ ଅଭିମୁଖେ ବାହାରିଥିଲା। ତେବେ କୌଣସି କାରଣରୁ ଟ୍ରକଟି ଭଦ୍ରାସାହି ନିକଟରେ ଅଟକି ରହିଥିଲା।  ବିଳମ୍ବିତ ରାତିରେ ଏହି ହାଇୱେ ଲୁଟେରାମାନେ ଟ୍ରକ ଡ୍ରାଇଭରଙ୍କ ଠାରୁ ଲୁଟ କରିବା ବେଳେ ଏହାର ବିରୋଧ କରିଥିଲେ ଟ୍ରକ ଡ୍ରାଇଭର ଜୟନନ୍ଦ। ଜୟନନ୍ଦଙ୍କୁ ଆକ୍ରମଣ କରି ମୋବାଇଲ ଓ ଟଙ୍କା ଲୁଟିନେଇ ଚମ୍ପଟ ମାରିଥିଲେ ଦୁର୍ବୃତ୍ତ। ଆକ୍ରମଣରେ ଘଟଣାସ୍ଥଳରେ ଡ୍ରାଇଭର ଜୟନନ୍ଦଙ୍କର ମୃତ୍ୟୁ ଘଟିଥିଲା।  ଗିରଫ ଅଭିଯୁକ୍ତମାନେ ଏହି ଘଟଣା ଭିଆଇଥିବା  ସ୍ବୀକାର କରିଛନ୍ତି ।

ପୋଲିସ ପ୍ରଥମେ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲାବେଳେ ବ୍ୟବଚ୍ଛେଦ ରିପୋର୍ଟରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଜାଣିବାକୁ ପାଇଥିଲା। ପରେ କେଶର ମୋଡ଼ ପରିବର୍ତ୍ତନ କରି ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରୀ ରଖିଥିଲା ପୋଲିସ। ଗତ ସୋମବାର ରାତିରେ ଏହି ଦୁର୍ବୃତ୍ତମାନେ ଏକ ସ୍କୋର୍ପିଓ ଗାଡ଼ିରେ ଅନ୍ୟ ଟ୍ରକରୁ ଲୁଟିବାକୁ ଉଦ୍ୟମ କରୁ ଥିବାବେଳେ ପୋଲିସ ଟିମ ଦୁର୍ବୃତ୍ତମାନଙ୍କୁ ଧରିବାକୁ ସକ୍ଷମ ହୋଇଥିଲା।