ଉତ୍ତରାଖଣ୍ଡରେ ଭୂସ୍ଖଳନ ଯୋଗୁଁ କାଉଡିଆଙ୍କ ଗାଡ଼ି ଉପରେ ଧସିଗଲା ପାହଡ,୪ମୃତ

ନୂଆଦିଲ୍ଲୀ,୨୮।୭: ଉତ୍ତରଖଣ୍ଡର ଟିହରି ଗଢଓ୍ବାଲ ଜିଲ୍ଲାରେ ଏନଏଚ-୯୪ରେ   ଭୀଷଣ ସଡକ ଦୁର୍ଘଟଣା ଘଟିଛି। ଏଠାରେ କାଉଡିଆଙ୍କୁ ନେଇକି ଯାଉଥିବା ଏକ ଗାଡି ଉପରେ ଭୂସ୍ଖଳନ କାରଣରୁ ପାହଡ ଧସି ପଡିବା କାରଣରୁ ୪ ଜଣ କାଉଡିଆର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଅନେକ କାଉଡିଆ ଆହତ ହୋଇଛନ୍ତି, ଯେଉଁମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଏହି ଦୁର୍ଘଟଣା ପରେ ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ଦେଖିବାକୁ ମିଳିଛି। ସୂଚନା ମିଳିବା ପରେ ଏସଡିଆରଏଫ୍ ଓ ପ୍ରଶାସନର ଟିମ୍ ଘଟଣାସ୍ଥଳରେ ପହଁଞ୍ଚିଥିଲେ ଓ କାଉଡିଆଙ୍କୁ ଉଦ୍ଧାର କରିବାରେ ଲାଗିପଡିଥିଲେ। ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ଖବର ଅନୁସାରେ, ଭୂସ୍ଖଳନ କାରଣରୁ କିଛି ଲୋକ ନିଖୋଜ ହୋଇଯାଇଥିବାର ଖବର ମିଳିଛି। ନିଖୋଜ ଲୋକଙ୍କ ପାଇଁ ଏସଡିଆରଏଫର ଟିମ୍ ସର୍ଚ୍ଚ ଅପରେସନ୍ ଜାରି ରଖିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳର ଲୋକମାନେ ଉତ୍ୟକ୍ତ ହୋଇପଡିଛନ୍ତି। ଲୋକଙ୍କର କହିବା ଅନୁସାରେ ପ୍ରତିଦିନ ସେଠାରେ ଭୂସ୍ଖଳନ ହେବାରେ ଲାଗିଛି।

କେବଳ ଟିହରି ନୁହେଁ ଗଢଓ୍ବାଲ ଜିଲ୍ଲାରେ ଭୂସ୍ଖଳନ ଯୋଗୁଁ କାଉଡିଆଙ୍କ ବାହାନ ଉପରେ ପାହାଡ ଧସି ଯାଇଥିଲା।  ଅନ୍ୟପକ୍ଷେ ହିମାଚଳ ପ୍ରଦେଶର ବିଳାସପୁରରେ ୪୦ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଟ୍ରକରେ ଦୁର୍ଘଟଣା ଘଟିଛି। ଏଥିରେ ୨୧ ଜଣ ତୀର୍ଥଯାତ୍ରୀ ଆହତ ହୋଇଛନ୍ତି।

   ସମ୍ବନ୍ଧିତ ଖବର


ଫେସବୁକ୍ ଲଞ୍ଚ୍ କଲା ନୂଆ ସେବା, ଖୁବ୍ ଶୀଘ୍ର ଆକାଉଣ୍ଟକୁ କରନ୍ତୁ ଚେକ୍

ଚିନ୍ତାର କଥା ! ପରୀକ୍ଷଣ ସମୟରେ କରୋନା ଟିକାରେ ହେଲା ମୃତ୍ୟୁ…

ଟ୍ରେନରେ ଯାତ୍ରା ସମୟରେ ଲଗେଜ୍ ଚିନ୍ତା ଗଲା, ଏଣିକି ଘରେ ପହଞ୍ଚିବ ସାମଗ୍ରୀ

କରୋନାରୁ ରକ୍ଷା କରିବ ଏହି ‘ଛତୁ’–ଷ୍ଟାର୍ଟ ଅପ୍‌ କମ୍ପାନୀ ତିଆରି କଲେ ଇମ୍ୟୁନିଟି ବୁଷ୍ଟର

କରୋନା ଭୟରେ ଏହି ଦେଶରେ ବନ୍ଦ ହେଲା ମାଛ ମାର୍କେଟ୍, ଲାଗିଲା କର୍ଫ୍ୟୁ

ନବରାତ୍ରୀ ନେଇ ସୋସିଆଲ ମିଡିଆରେ ଅଶ୍ଲୀଳ ପୋଷ୍ଟ, କ୍ଷମା ମାଗିଲା Eros Now