PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ବିଜେପି ବିଧାୟକ ପ୍ରାର୍ଥୀଙ୍କ ଗାଡ଼ିରୁ ୪ଲକ୍ଷ ଟଙ୍କା ଜବତ

ଢ଼େଙ୍କାନାଳ ୧୮।୪: ବିଜେପି ବିଧାୟକ ପ୍ରାର୍ଥୀଙ୍କ ପ୍ରଚାର ଗାଡ଼ିରୁ ଟଙ୍କା ଜବତ କଲେ ଫ୍ଲାଇଂ ସ୍କ୍ବାର୍ଡ ଅଧିକାରୀ। ଢ଼େଙ୍କାନାଳ ହିନ୍ଦୋଳ ଆସନରୁ ଲଢ଼ୁଥିବା ବିଜେପି ପ୍ରାର୍ଥୀ ଅଶୋକ ନାୟକଙ୍କ ପ୍ରଚାର ଗାଡ଼ିରୁ ୪ଲକ୍ଷ ଟଙ୍କା ଜବତ କରିଛି ସ୍ପେଶାଲ ଫ୍ଲାଇଂ ସ୍କ୍ବାର୍ଡ। ଢ଼େଙ୍କାନାଳ ସେଣ୍ଟ୍ରାଲ ସ୍କୁଲ ନିକଟରୁ ବିଧାୟକ ପ୍ରାର୍ଥୀଙ୍କ ପ୍ରଚାର ଗାଡ଼ିରୁ ଏହି ଟଙ୍କା ଜବତ କରାଯାଇଛି। ତେବେ ଏହାକୁ ନେଇ ବିଜେପି ପ୍ରାର୍ଥୀ ଅଶୋକ ନାୟକ କହିଛନ୍ତି, ବ୍ୟାଙ୍କରୁ ଏହି ଟଙ୍କା ଉଠାଇ ଆଣା ଯାଉଥିଲା। ସ୍ପେଶାଲ ସ୍କ୍ବାର୍ଡ ଅଧିକାରୀମାନଙ୍କ ଯାଞ୍ଚ ସମୟରେ ଏହି ଟଙ୍କାକୁ ଜବତ କରାଯାଇଥିବା ସୂଚନା ମିଳିଛି।

ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଢ଼େଙ୍କାନାଳରେ ମତଦାନ ହେବାକୁ ଯାଉଥିବା ବେଳେ ଏଥିପାଇଁ ସ୍ପେଶାଲ ସ୍କ୍ବାର୍ଡ ପକ୍ଷରୁ ଯାଞ୍ଚକୁ ଜୋରଦାର କରାଯାଇଛି। ମତଦାନ ମୁକ୍ତ ଓ ଅବାଧ ରୂପେ କରିବାକୁ ଏଭଳି ଯାୟ୍ଚ ଆରମ୍ଭ କରାଯାଇଚି। ଆସନ୍ତା ୨୩ ତାରିଖରେ ତୃତୀୟ ପର୍ଯ୍ୟାୟରେ ଢ଼େଙ୍କାନାଳ ଲୋକସଭା ଏହା ଅନ୍ତର୍ଗତ ଥିବା ୬ ବିଧାନସଭା ମଧ୍ୟ ଭୋଟ ଗ୍ରହଣ ହେବ।