PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇସ୍ତଫା ଦେଲେ ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବୈଜଲ, ରାଷ୍ଟ୍ରପତିଙ୍କୁ ପଠାଇଲେ ଇସ୍ତଫା ପତ୍ର
  • ||
  • ଜ୍ଞାନବାପୀ ମସଜିଦ ବିବାଦ: ଶିବ ଲିଙ୍ଗକୁ ନେଇ ଆପତ୍ତିଜନକ ମନ୍ତବ୍ୟ ପଡିଲା ମହ‌ଙ୍ଗା, AIMIM ନେତା ଦାନିଶ କ୍ୟୁରେସୀ ଗିରଫ
  • ||
  • ଦେବଗଡ଼ : ମଦ ନିଶାରେ ଭୁଲିଗଲା ରକ୍ତ ସମ୍ପର୍କ, ଜନ୍ମକଲା ପୁଅକୁ କଟୁରୀରେ ହାଣି ହତ୍ୟାକଲା ସଇତାନ ବାପା
  • ||
  • ଭୁବନେଶ୍ଵର : ତିର୍ତ୍ତୋଲ ବିଧାୟକଙ୍କ କୋର୍ଟ ମ୍ୟାରେଜ୍‌କୁ ନେଇ ପରିବାରରେ ଅସନ୍ତୋଷ, ଆତ୍ମହତ୍ୟା ଉଦ୍ୟମ କଲେ ବିଜୟଙ୍କ ମାଆ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ଵର : ବରମୁଣ୍ଡା ତ୍ରିନାଥ ମନ୍ଦିର ନିକଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ପୁରୀ : ଜୀବନ ନେଲା ମୁକୁଳା ଡ୍ରେନ୍ ! ପୁରୀ ବଡଦାଣ୍ଡ ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • କଟକ : ପାଣି ଟାଙ୍କି ତଳୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||

ନିୟୁ ଲକ୍ଷ୍ମୀ ସ୍ପଞ୍ଜ ଆଇରନ୍ କାରଖାନାରୁ ୨୧ ଲକ୍ଷ ଟଙ୍କାର ସ୍ପଞ୍ଜ୍ ଆଇରନ୍ ଚୋରି ମାମଲା, ୪ ଆନ୍ତଃରାଜ୍ୟ ଡକାୟତ ଗିରଫ

ଚଣ୍ଡିଖୋଲ, ୨୧/୦୧ : ୪ ଆନ୍ତଃରାଜ୍ୟ ଡକାୟତଙ୍କୁ କାବୁ କଲା ବଇରୀ ପୋଲିସ। ଚଣ୍ଡିଖୋଲ ବୁଢ଼ା କେନ୍ଦୁଆ ସ୍ଥିତ ନିୟୁ ଲକ୍ଷ୍ମୀ ସ୍ପଞ୍ଜ ଆଇରନ କାରଖାନାରୁ ଜାଲ ପ୍ରମାଣ ପତ୍ର ଦେଇ ତିନୋଟି ଟ୍ରକ୍‌ରୁ ମାଲ୍ ଚୋରି କରିଥିବା ଅଭିଯୋଗରେ ଏହି ୪ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଏହି ୪ ଡକାୟତଙ୍କୁ ଆଜି କୋର୍ଟ ଚାଲାଣ କରିଛି ପୋଲିସ। ଏହି ଡକାୟତଙ୍କ ନାମରେ ବିଭିନ୍ନ ଜିଲ୍ଲାରେ ଚୋରି ଓ ଡକାୟତି ମାମଲା ଥିବା ପୋଲିସ ସୂଚନା ଦେଇଛି।

ସୂଚନାନୁଯାୟୀ, ଗତ ଅକ୍ଟୋବର ୨୮ ତାରିଖ ଦିନ ଚଣ୍ଡିଖୋଲ ନିକଟସ୍ଥ ବୁଢ଼ା କେନ୍ଦୁଆ ସ୍ଥିତ ନିୟୁ ଲକ୍ଷ୍ମୀ ସ୍ପଞ୍ଜ ଆଇରନ କାରଖାନାରୁ ତିନୋଟି ଟ୍ରକରେ ୨୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ସ୍ପଞ୍ଜ୍ ଆଇରନ୍ ଚୋରି ହୋଇଥିଲା। ଏନେଇ କମ୍ପାନୀ ପକ୍ଷରୁ ବଇରୀ ଥାନାରେ ଅଭିଯୋଗ କରାଯାଇଥିଲା। ବଇରୀ ପୋଲିସ କେସ ନମ୍ବର୍-୨୩୨/୨୧ରେ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲା। ତେବେ ଗତକାଲି ରାତିରେ ବୈରୀ ପୋଲିସର ସ୍ୱତନ୍ତ୍ର ସ୍କ୍ଵାର୍ଡ ଜିଲ୍ଲାର ବିଭିନ୍ନ ଜାଗାରେ ଚଢ଼ାଉ ଜାରି ରଖିଥିବା ବେଳେ ୪ ଜଣ ଆନ୍ତଃରାଜ୍ୟ ଡକାୟତ ଧରା ପଡିଛନ୍ତି। ଏହି ଅଭିଯୁକ୍ତମାନେ ହେଲେ କଟକ ସ୍ଥିତ ଅରୁଣଦୟ ନଗରର ପ୍ରଶାନ୍ତ କୁମାର ଗୁରୁ , ଜଗତସିଂହପୁର ତିର୍ତ୍ତୋଲ ଅଞ୍ଚଳର ସନ୍ତୋଷ କୁମାର ସେଠୀ, ପାଣିକୋଇଲି ଅଞ୍ଚଳର ହିମାଂଶୁ ଶେଖର ଦଳାଇ ଓ ଢେ଼ଙ୍କାନାଳ ସଦର ଅଞ୍ଚଳର ଅଜୟ ନାୟକ। ବଇରୀ ଥାନା ଅଧିକାରୀ ସଂଘମିତ୍ରା ନାୟକ ଏହି ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗର ଡକାୟତମାନଙ୍କୁ ଧରିବାରେ ସଫଳ ହୋଇଛନ୍ତି।