ଟାଙ୍ଗିଆରେ ଆକ୍ରମଣ କରି ୪ ଜଣଙ୍କୁ ହତ୍ୟା, ଅଭିଯୁକ୍ତ ଗିରଫ

ଭବାନୀପାଟଣା,୬ା୪(ଆପ୍ର): କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅଧୀନ ପଲସ ପିପଲଗୁଡ଼ା ରାସ୍ତାରେ ଜଣେ ବ୍ୟକ୍ତି ଟାଙ୍ଗିଆରେ ଆକ୍ରମଣ କରି ୪ ଜଣଙ୍କୁ ହତ୍ୟା କରିଛି । ଏହି ଆକ୍ରମଣରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ପୁଲିସ ଅଭିଯୁକ୍ତ ଯତୀନ୍ଦ୍ର ରାଉତକୁ ଗିରଫ କରି ଘଟଣାର ତଦନ୍ତ କରୁଛି । ଉକ୍ତ ଘଟଣା ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।
ସୂଚନା ମୁତାବକ, ଜୟପାଟଣା ଥାନା ପଲସ ଗାଁର ଯତୀନ୍ଦ୍ର ରାଉତ ଆଜି ଅତ୍ୟଧିକ ମଦ୍ୟପାନ କରି ନିଜ ଉପରୁ ନିୟନ୍ତ୍ରଣ ହରାଇ ବସିଥିଲା । ପରେ ଗାଁର ୨/୩ ଜଣ ଲୋକଙ୍କ ଘର ଭାଙ୍ଗିଦେଇଥିଲା । ରାସ୍ତାରେ ଯାଉଥିବା ଗାଁର ସୁନ୍ଦର, ଲିଙ୍ଗ, ନକୁଳ ଏବଂ ଉପିକୁ ଟାଙ୍ଗିଆରେ ଆକ୍ରମଣ କରିଥିଲା । ମାତାଲ ଯତୀନ୍ଦ୍ରର ଆକ୍ରମଣରେ ଉକ୍ତ ୪ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟଥିବିାବେଳେ ଗାଁର ଅନ୍ୟ ୩ଜଣ ମଧ୍ୟ ଆକ୍ରମଣ ଶିକାର ହୋଇ ଗୁରୁତର ଆହତ ହୋଇଛନ୍ତି । ରାସ୍ତାରେ ସାଇକେଲ ଓ ବାଇକ୍ରେ ଯାଉଥିବା ବେଳେ ଯତୀନ୍ଦ୍ର ସେମାନଙ୍କୁ ଆକ୍ରମଣ କରିଥିଲା ।