ଜନ୍ମାଷ୍ଟମୀରେ ଦଳାଚକଟା: ୪ ମୃତ, ୨୭ ଗୁରୁତର ଆହତ ହୋଇଥିବାବେଳେ ୪ଜଣଙ୍କ ଅବସ୍ଥା ସଙ୍କଟାପନ୍ନ

ପଶ୍ଚିମବଙ୍ଗ ୨୩।୮: ପଶ୍ଚିମ ବଙ୍ଗଳାର ଉତ୍ତର ୨୪ ପ୍ରଙ୍ଗଣା ଜିଲ୍ଲାର କଚୁଆ ସ୍ଥିତ ଲୋକନାଥଧାମ ମନ୍ଦିରରେ ଘଟିଛି ଅଘଟଣ । ରାତି ପାଖାପାଖି ୩ଟା ବେଳେ ମନ୍ଦିରରେ ଦଳାଚକଟାରେ ଚାରି ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏହାସହିତ ୨୭ଜଣ ଗୁରୁତର ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ହଠାତ୍ ବର୍ଷା ହେବା ଯୋଗୁଁ ଏଭଳି ଅଘଟଣ ଘଟିଛି।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୃତକଙ୍କ ପରିବାର ପିଛା ପାଞ୍ଚ ଲକ୍ଷ ଟଙ୍କା ଏବଂ ଗମ୍ଭୀର ଆହତଙ୍କ ପିଛା ୧ ଲକ୍ଷ ଟଙ୍କା ଲେଖାଁଏ ସହାୟତା ରାଶି ଘୋଷଣା କରିଛନ୍ତି । ଏହାବ୍ୟତିତ ସାମାନ୍ୟ ଆହତଙ୍କୁ ୫୦ହଜାର ଟଙ୍କା ଘୋଷଣା କରିଛନ୍ତି ।

ସୂଚନାଅନୁଯାୟୀ, ଜନ୍ମାଷ୍ଟମୀ ଅବସରରେ ଶ୍ରଦ୍ଧାଳୁଙ୍କର ବହୁତ ଭିଡ ଜମିଥିଲା । ସେହି ସମୟରେ ପ୍ରବଳ ବର୍ଷା ହେବାକୁ ଲାଗିଥିଲା । ମନ୍ଦିର ନିକଟରେ ଲାଗିଥିବା ଏକ ରେଲିଂ ଭାଙ୍ଗିଯିବାରୁ ଭକ୍ତ ମାନଙ୍କ ଭିତରେ ଆଲୋଡନ ସ୍ରୁଷ୍ଟି ହୋଇଥିଲା ଏବଂ ସଭିଏଁ ଦୌଡିବାକୁ ଲାଗିଥିଲେ। ଯାହାଫଳରେ ଏଭଳି ଏକ ଅଘଟଣ ଘଟିଥିଲା ।

   ସମ୍ବନ୍ଧିତ ଖବର


୧୦ ବର୍ଷ ପରେ ପରିବର୍ତ୍ତନ କରାଯାଉଛି Wikipediaର ଡିଜାଇନ୍‌, ଦେଖନ୍ତୁ ନୂଆ ଲେଆଉଟ୍‌

୧୦ବର୍ଷିୟା ବାଳିକାଙ୍କ ମହାନତାକୁ ସଲାମ – ନିଜର ୩୧ଇଞ୍ଚ ଲମ୍ୱ କେଶକୁ କାଟି କଲେ ଏମିତି କାମ

ନିଜର ଗାଡିରେ ଲଗାଇ ଦିଅନ୍ତୁ HSRP ଓ କଲର କୋଡ୍, ନଚେତ ଦେବାକୁ ପଡିବ ମୋଟା ଅଙ୍କର ଜରିମାନା

ଚୀନ୍‌ର ଭୟଙ୍କର ଚାଲ୍ – ଡୋକଲାମ ପାଖରେ ମୁତୟନ କଲା ପରମାଣୁ ବମ୍ୱର , କ୍ରୁଜ୍ ମିସାଇଲ୍

ନାଳରୁ ବାହାରିଲା ବିଶାଳ ମୂଷା –ସୋସିଆଲ ମିଡ଼ିଆରେ ଭାଇରାଲ ଭିଡ଼ିଓ

ଲେଜର ଚାଳିତ ଟ୍ୟାଙ୍କ୍‌ ବିଧ୍ୱଂସୀ କ୍ଷେପଣାସ୍ତ୍ରର ପରୀକ୍ଷଣ