ପ୍ରମୁଖ ଖବର
  • ଭୁବନେଶ୍ୱର: ୪୦ ଡେଇଁଲା ତାପମାତ୍ରା, ଆଗାମୀ ୫ ଦିନ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ପ୍ରବାହ
  • ||
  • ବିଜେପି ନୀଳଗିରି ବିଧାୟକ ଇଂ ସୁକାନ୍ତ ନାୟକ
  • ||
  • ଏପ୍ରିଲ୍‌ ୨ରୁ ନୂଆ ଶ୍ରେଣୀରେ ପଢ଼ିବେ ପିଲା, ନିର୍ଦ୍ଧାରିତ ସମୟରେ ବଣ୍ଟନ ହେବ ପାଠ୍ୟପୁସ୍ତକ
  • ||
  • ବିଜେଡିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ବଲାଙ୍ଗୀର ଲୋକସଭା ପ୍ରାର୍ଥୀ ନେଇ ଚର୍ଚ୍ଚା
  • ||
  • ବିଶ୍ୱରେ ୩୦% ହାରରେ ବଢ଼ୁଛି ଏଆଇ ନିଯୁକ୍ତି, ମେଶିନ ଲଣ୍ଣିଂ ସହ ଜଡିତ ପ୍ରଫେସନାଲଙ୍କ ବଢ଼ୁଛି ଚାହିଦା
  • ||
  • ବିଜେପି ଛାଡିଲେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା
  • ||

କୋଠା ଉପରେ ସ୍କର୍ପିଓ ଡିଜାଇନ୍‌ର ପାଣିଟାଙ୍କି, ଦେଖିବାକୁ ଜମୁଛି ଲୋକଙ୍କ ଭିଡ଼

ବିହାର ୩୦/୧୦: ବିହାର ଭାଗଲପୁରର ଇନ୍ତସାର ଆଲମ ଏବେ ଚର୍ଚ୍ଚାରେ। ନିଜ ୪ ମହଲା ଘରର ଛାତ ଉପରେ ସେ ମହିନ୍ଦ୍ରା ସ୍କର୍ପିଓ କାର୍‌ ଆକୃତିର ଏକ ପାଣିଟାଙ୍କି ତିଆରି କରାଇଛନ୍ତି। ସେହି ପାଣି ଟାଙ୍କିକୁ ଦେଖିବାକୁ ବହୁ ଲୋକ ଆସୁଛନ୍ତି ।

{"id":178598,"sizeSlug":"large"}

ଏ ସଂପର୍କରେ ଇନ୍ତସାର କହିଛନ୍ତି, ‘ମୋର ପ୍ରଥମ କାର୍‌ ଏକ ମହିନ୍ଦ୍ରା ସ୍କର୍ପିଓ ଥିଲା। ତେଣୁ ସେହି କାର୍‌ ପ୍ରତି ମୋର ଦୁର୍ବଳତା ରହିଛି । ଏଭଳିସ୍ଥଳେ ଯେତେବେଳେ ମୁଁ ଛାତ ଉପରେ ପାଣି ଟାଙ୍କି ତିଆରି କରିବା କଥା ଚିନ୍ତା କଲି, ସେତେବେଳେ ମୋ’ ସ୍ତ୍ରୀ ମୋତେ ଏହି ଆଇଡିଆ ଦେଲେ । ସେ ଥରେ ଆଗ୍ରା ଯାଇଥିବାବେଳେ ସେଠାକାର ଜଣେ ଲୋକ ଛାତ ଉପରେ ଏଭଳି କାର୍‌ ଡିଜାଇନର ପାଣି ଟାଙ୍କି କରିଥିବା ଦେଖିଥିଲେ।

ପତ୍ନୀଙ୍କ କଥା ଅନୁସାରେ ପୁଣି ଆଗ୍ରା ଯାଇ ସେହି ଡିଜାଇନ୍‌କୁ ଅନୁଧ୍ୟାନ କଲି । ସେଠାରୁ କିଛି ମିସ୍ତ୍ରୀଙ୍କୁ ଆଣି ଏଭଳି ଅଭିନବ ପାଣିଟାଙ୍କି ତିଆରି କରାଇଲି ।’ ଏହି ନିଆରା ପାଣିଟାଙ୍କି କରାଇବା ଲାଗି ସେ ମିସ୍ତ୍ରୀଙ୍କୁ ଦିନକୁ ୧୨୦୦ ଟଙ୍କା ଲେଖାଏଁ ମଜୁରି ଦେଉଥିଲେ । ଏ ବାବଦରେ ତାଙ୍କର ମୋଟ ୨.୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.