ଦେଶରେ କରୋନା ସଂକ୍ରମଣ ହାର ଲକଡାଉନ୍ ପୂର୍ବ ଅପେକ୍ଷା ୪୦% ହ୍ରାସ ପାଇଛି:ସ୍ବାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୭।୪: ଭାରତ ସହିତ ସାରା ବିଶ୍ୱରେ କରୋନାକୁ ନେଇ ଜାରି ରହିଛି ଆତଙ୍କ| ତେବେ ଏହା ଭିତରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦେଇଛନ୍ତି ଅଶ୍ଵସ୍ତିକର ସୂଚନା| ତାହା ହେଲା ଏବେ ଦେଶରେ ଏପ୍ରିଲ୍ ୧ ରୁ କରୋନା ସଂକ୍ରମଣର ହାର ୪୦% ହ୍ରାସ ପାଇଛି। ଶୁକ୍ରବାର ଦିନ ମିଳିତ ସାମ୍ବାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ୍ ଅଗ୍ରୱାଲ ଏହି ସୂଚନା ଦେଇଛନ୍ତି।

ଏହା ସହିତ ସେ କହିଛନ୍ତି, ଦେଶରେ କରୋନା ଭାଇରସରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୧୩୩୮୭ କୁ ବୃଦ୍ଧି ପାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୪୩୭ ଜଣଙ୍କର ମୃତ୍ୟୁ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୦୦୭ ଟି ନୂଆ ମାମଲା ପ୍ରକାଶ ପାଇଛି। ଏହାଛଡା  ୨୪ ଘଣ୍ଟା ମଧ୍ୟରେ କରୋନା ସଂକ୍ରମଣ ହେତୁ ୨୩  ଜଣଙ୍କର ମୃତ୍ୟୁ ହୋଇଛି|

ଅଗ୍ରଓ୍ବାଲ କହିଛନ୍ତି,”ଏପର୍ଯ୍ୟନ୍ତ ୧୭୪୯ କରୋନା ସଂକ୍ରମିତ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଦ୍ରୁତ ଟେଷ୍ଟିଙ୍ଗ ପାଇଁ ରାଜ୍ୟକୁ ୫ ଲକ୍ଷ କିଟ୍ ପଠାଯାଉଛି। ଏପ୍ରିଲ ୧ ଠାରୁ ସଂକ୍ରମଣ ହାର ୪୦% ହ୍ରାସ ପାଇଛି। ଦ୍ରୁତ ପରୀକ୍ଷଣ କିଟ୍ ଦ୍ବାରା ୩୦ ମିନିଟରେ ରିପୋର୍ଟ ପ୍ରକାଶ ପାଇବ। ମଇ ମାସ ସୁଦ୍ଧା ଭାରତ ୧ ମିଲିୟନ ସ୍ୱଦେଶୀ ପରୀକ୍ଷଣ କିଟ୍ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛି। ଅନ୍ୟ ଦେଶ ଅପେକ୍ଷା କରୋନା ସଂକ୍ରମଣକୁ ରୋକିବାରେ ଭାରତ ଖୁବ୍ ସଫଳ ରହିଛି ବୋଲି ସେ କହିଛନ୍ତି |

ସେ କହିଛନ୍ତି “ଲକଡାଉନର ତିନି ଦିନ ପୂର୍ବରୁ ମାମଲା ଦୁଇଗୁଣ ହାରରେ ଆସୁଥିଲା। ଏପ୍ରିଲ ୧ ଠାରୁ ଅଭିବୃଦ୍ଧିର କାରକ ମଧ୍ୟ ୪୦% ହ୍ରାସ ପାଇଛି। ୮୦% ଲୋକ ସୁସ୍ଥ ଥିବାବେଳେ ୨୦% ମୃତ୍ୟୁବରଣ କରିଛନ୍ତି। ଆଜି GoM ରେ ଲକଡାଉନ ଉପରେ ଏକ ଆଲୋଚନା ହୋଇଥିଲା ଯେଉଁଥିରେ ରୋଗ ଚିହ୍ନଟ, ଟିକା ଇତ୍ୟାଦି ଉପରେ ଆଲୋଚନା କରାଯାଇଥିଲା। ଏହାସହ ସେ କହିଛନ୍ତି, ଇମ୍ୟୁନ ବୁଷ୍ଟର ଡିଭାଇସ ଏବଂ ପ୍ଲାଜମା ଥେରାପି ମଧ୍ୟ ଚାଲିଛି। ୧୭୩୦୦ ଆଇସୋଲେସନ୍ ବେଡ୍  ପ୍ରସ୍ତୁତ କରାଯାଇଛି। ପ୍ରତି ମାସରେ ୬୦୦୦ ଭେଣ୍ଟିଲେଟର ପ୍ରସ୍ତୁତ କରାଯାଉଛି|’

   ସମ୍ବନ୍ଧିତ ଖବର


ସ୍ବାମୀକୁ ହତ୍ୟା ପରେ ବି ଫେସବୁକରେ ପୋଷ୍ଟ କରୁଥିଲେ ପତ୍ନୀ, ଜାଣନ୍ତୁ ବରେଲିର ଅଧ୍ୟାପକଙ୍କ ହତ୍ୟା ପଛର କାରଣ

ପ୍ରତି ମିନିଟରେ Linkedin ଦେଉଛି ୩ ଜଣଙ୍କୁ ଚାକିରି: ମାଇକ୍ରୋସଫ୍ଟ ସିଇଓ

ଦୀପାବଳୀ ପରେ କମିବ ପିଆଜ ଦର

ଭାରତରେ ନିଲାମ ହେଲା ସବୁଠାରୁ ଦାମୀ ଚା’, କେଜିକୁ ରହିଛି ଏତେ ଟଙ୍କା

କେନ୍ଦ୍ର ସରକାରଙ୍କ କଡା ନିୟମ: ବାୟୁ ପ୍ରଦୂଷଣ କଲେ କୋଟିଏ ଟଙ୍କା ଜରିମାନା, ୫ ବର୍ଷ ଜେଲ୍‌ ଦଣ୍ଡ…

ଚଳିତ ବର୍ଷ ପ୍ରବଳ ଶୀତ, ଜାଣନ୍ତୁ ‘ଲା ନିନା’ ଓ ’ଏଲ ନିନୋ’ର କ’ଣ ରହିଛି ପ୍ରଭାବ?