PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ଗୋଟିଏ ଘରୁ ମିଳିଲା ୪୦ଟି ସାପ ଓ ୯୦ ଅଣ୍ଡା, ଭୟରେ ଗାଁ ଲୋକେ

https://hindi.news18.com

ଲକ୍ଷ୍ନୌ,୨୪।୭: ଉତ୍ତର ପ୍ରଦେଶର ସନ୍ଥକବୀରନଗର ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଅଦ୍ଭୁତ ଘଟଣା। ଗୋଟିଏ ଘରୁ ଏକାସାଙ୍ଗେ ବାହାରିଛନ୍ତି ୪୦ ଟି ସାପ୍ ଓ ୯୦ ଟି ସାପ ଅଣ୍ଡା। ଏହି ଘଟଣାକୁ ନେଇ ଗ୍ରାମବାସୀଙ୍କ ଭିତରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଗାଁ ଲୋକଙ୍କୁ ଏହି ଘଟଣା ସମ୍ପର୍କରେ ଜଣାପଡିବା ପରେ ସ୍ନେକ ରେସକ୍ୟୁ ଟିମ୍‌କୁ ସୂଚନା ଦିଆଯାଇଥିଲା।  ବହୁ ଘଣ୍ଟାର ଚେଷ୍ଟା ପରେ ରେସକ୍ୟୁ ଟିମ୍‌ ସାପ ଗୁଡିକୁ ଧରିଥିଲା। ପୁରା ମାମଲା ସନ୍ଥକବୀରନଗର ବ୍ଲର ପଡରହା ଗାଁରେ ଦେକିବାକୁ ମିଳିଛି। ସେଠାରେ ଗୋଟିଏ ଘରୁ ସବୁତକ ସାପ ବାହାର କରାଯାଇଛି।

ଗୋଟିଏ ଘରୁ ଏତେ ସଂଖ୍ୟାରେ ସାପ ମିଳିବା ପରେ ଗାଁ ଲୋକ ରୁଣ୍ଡ ହୋଇଯାଇଥିଲେ।  କୁହାଯାଉଛି ଯେ, ଆହୁରୀ ସାପ ମିଳିପାରେ। ଗାଁର ବିଜୟ ଯାଦବ ନାମକ ଜଣେ ବ୍ୟକ୍ତିଙ୍କ ଘରୁ ଗତ ୩ ଦିନ ଧରି ଗୋଟିଏ ଗୋଟିଏ କରି ସାପ ବାହାରୁଥିଲେ। ଏଥିପାଇଁ ପରିବାର ଲୋକ ଖୁବ୍ ଭୟଭୀତ ହୋଇପଡିଥିଲେ। ଘରେ ପିଲାଙ୍କ ସହ ମୋଟ ୮ ଜଣ ସଦସ୍ୟ। ହଠାତ ସାପ ବାହାରିବା କାରଣରୁ ବିଜୟ ଯାଦବ ତୁରନ୍ତ ସ୍ନେକ ହେଲପ୍ ଲାଇନ୍‌ ଟିମ୍‌କୁ ରେସକ୍ୟୁ କରିବାକୁ ସୂଚନା ଦେଇଥିଲା।

ପରିବାର ଲୋକଙ୍କ କହିବା ଅନୁସାରେ, ଯେତେବେଳ ପର୍ଯ୍ୟନ୍ତ ସ୍ନେକ ହେଲପ୍ ଲାଇନର ଟିମ୍ ଆସିନଥିଲେ ଆମେ ଭୟଭୀତ ହୋଇଯାଇଥିଲୁ। ଏହାପରେ ରେସକ୍ୟୁ ଟିମ୍ ଘଟଣାସ୍ଥଳରେ ପହଁଞ୍ଚି ଗୋଟିଏ ଗୋଟିଏ କରି ସାପ ଧରିବା ଆରମ୍ଭ କରିଦେଇଥିଲେ। ସନ୍ଥକବୀରନଗରର ମହୁଳି ଥାନା ଅନ୍ତର୍ଗତ ପଡରହା ଗାଁରୁ ମିଳିଥିବା ଏତେ ସଂଖ୍ୟକ ସାପ ଦେଖି ଗାଁ ଲୋକ ଡରିଯାଇଥିଲେ।

ସମ୍ବନ୍ଧିତ ଖବର