PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋଭିଡ୍ ନିୟମରେ ପରିବର୍ତ୍ତନ; କରୋନା ପଜିଟିଭ୍ ରିପୋର୍ଟ ନଥିଲେ ବି ଡାକ୍ତରଖାନାରେ ମିଳିବ ଆଡ୍‌ମିଶନ
  • ||
  • ବିହାର : JDU ନେତା ତଥା MLC ତନଭୀର ଅଖତରଙ୍କ ମୃତ୍ୟୁ , କରୋନାରେ ପୀଡ଼ିତ ଥିଲେ
  • ||
  • ଦାଦନ ଖଟିବାକୁ ଯାଇ ତେଲେଙ୍ଗାନାରେ ସାପ କାମୁଡ଼ାରେ ପ୍ରାଣହରାଇଲେ ଶ୍ରମିକ
  • ||
  • ଜଳେଶ୍ୱର: ଘରୋଇ କ୍ଲିନିକରେ ପୁଣି ପ୍ରସବ ପରେ ମହିଳାଙ୍କ ମୃତ୍ୟୁ
  • ||
  • ବିରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ସହରର ସାମ୍ବାଦିକ ଭବନ ନିକଟରେ ଅଳିଆ ଗଦାରୁ ନିଆଁ ଲାଗି ପୋଡିଗଲା ସେଲୁନ
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ପୁଲିସ ଡିଜି, ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିବା ପରେ ଗିରିସଲା ସୀମାକୁ ଯିବେ
  • ||
  • ପାରାଦୀପ : ଥାନାରେ ପଶି ଧମକ ଦେବା ଅଭିଯୋଗରେ ୨ ନକଲି ସାମ୍ବାଦିକ ଗିରଫ, ଡ୍ରାଇଭର ସମେତ ୩ ଦାମୀ କାର ଜବତ
  • ||
  • ନୂଆଦିଲ୍ଲୀ : ଗତ ୨୪ ଘଣ୍ଟାରେ ଦେଶରେ ୪ ଲକ୍ଷ ୧ ହଜାର ୭୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୪ ହଜାର ୧୮୭ ଜଣଙ୍କ ମୁଣ୍ଡ ନେଲା କରୋନା
  • ||
  • କଟକ: ଶୁକ୍ରବାର ରାତିରୁ ଏସସିବି କାଜୁଆଲଟିରେ ପଡି ରହିଛି କୋଭିଡ ସଂକ୍ରମିତଙ୍କ ମୃତଦେହ, ଏନେଇ ଅସନ୍ତୋଷ ବ୍ୟକ୍ତ କଲେ ଡାକ୍ତର ଓ କର୍ମଚାରୀ
  • ||
  • ଗାଙ୍ଗପୁର ଥାନା ଅନ୍ତର୍ଗତ ଷଢଙ୍ଗିପଲ୍ଲୀ ନିକଟରେ ଓଲଟିଲା ସ୍ପିରିଟ ବୋଝେଇ ଟ୍ରକ, ୨ ଆହାତ
  • ||
  • ସାଲେପୁର : ସାଲେପୁର ସବ୍-ଜେଲରୁ ଆଉ ୯ଜଣ କଏଦୀ କରୋନା ପଜିଟିଭ୍‌ ଚିହ୍ନଟ
  • ||
  • କୋରାପୁଟ:ହଳଦୀକୁଣ୍ଡ ପଞ୍ଚାୟତର ପୁରୁଣାପାଣି ଗାଁରେ ଘଟିଲା ଆଘଟଣ, ପୋଖରୀରେ ବୁଡି ଆଖିବୁଜିଲେ ମା’- ଝିଅ
  • ||
  • ଗଞ୍ଜାମ: ପୁଇଁତୋଳା ଛକରେ ଅଟୋ ପିଟିଲା ଟ୍ରକ, ଅଟୋ ଡ୍ରାଇଭର ମୃତ ,୩ ଆହତ
  • ||
  • ଭୁବନେଶ୍ଵର : ଆଇଗିଣିଆ ଛକରେ ମର୍ମନ୍ତୁଦ ଦୁର୍ଘଟଣା, କଣ୍ଟେନର ଖସି ଟ୍ରଲର ଡ୍ରାଇଭର ମୃତ, ହେଲପର ଗୁରୁତର
  • ||
  • ଭୁବନେଶ୍ୱର : ଓଡ଼ିଶାରେ କରୋନା ନେଲା ଆଉ ୨୧ ଜଣଙ୍କ ମୁଣ୍ଡ, ମୃତ୍ୟୁ ସଂଖ୍ୟା ୨୧୬୧କୁ ବୃଦ୍ଧି
  • ||
  • ରାଞ୍ଚି : ଝାରଖଣ୍ଡର ରାଞ୍ଚିର ସଦର ହସ୍ପିଟାଲରେ ଅକ୍ସିଜେନ୍ ସପ୍ଲାଇ ବନ୍ଦ ହେବା କାରଣରୁ ୫ ରୋଗୀ ମୃତ, ଯାଞ୍ଚ୍ ନିର୍ଦ୍ଦେଶ ଦେଲେ ସ୍ଵାସ୍ଥ୍ୟମନ୍ତ୍ରୀ
  • ||
  • ଭୁବନେଶ୍ଵର : ଓଡ଼ିଶାରେ କରୋନା ବିସ୍ଫୋରଣ, ଦିନକରେ ଚିହ୍ନଟ ହେଲେ ୧୧ ହଜାର ୮୦୭ ପଜିଟିଭ ଆକ୍ରାନ୍ତ
  • ||
  • ଭୁବନେଶ୍ଵର : ଆଜି ଅଧା ଓଡ଼ିଶାରେ କାଳବୈଶାଖୀ, ୩ ଜିଲ୍ଲାରେ କୁଆପଥର ବର୍ଷିବା ନେଇ ସତର୍କ ସୂଚନା ଜାରି କଲେ ସ୍ୱତନ୍ତ୍ର ରିଲିଫ୍‌ କମିଶନର, ୧୧ରୁ ବଢ଼ିବ ତାତି
  • ||

ଗୁଡ୍‌ ନିଉଜ୍‌ ଇଣ୍ଡିଆ ସେଲ୍‌ଟର୍‌ ହୋମ୍‌ରେ ଚଢ଼ଉ: ୪୦ ଛାତ୍ରଛାତ୍ରୀ ଉଦ୍ଧାର

କଟକ/ଚୌଦ୍ୱାର-ଗୁରୁଡିଝାଟିଆ, ୧୫ା୩ (ବ୍ୟୁରୋ/ଆପ୍ର): ପ୍ରଶାସନ ଦ୍ୱାରା ନିଷେଧ ହୋଇଥିବା ଗୁଡ୍‌ ନିଉଜ ଇଣ୍ଡିଆ ସେଲ୍‌ଟର ହୋମ୍‌ ଚୋରାରେ ଚାଲିଛି । ଏନେଇ ସୂଚନା ମିଳିବା ପରେ ଆଜି ସେଲ୍‌ଟର ହୋମ୍‌ରେ ପ୍ରଶାସନ ପକ୍ଷରୁ ମିଳିତ ଚଢ଼ଉ ହୋଇଛି । ଆଶ୍ଚର୍ଯ୍ୟର ବିଷୟ ଏଠାରେ ପିଲାମାନଙ୍କୁ ପାଲ ଟାଣି ବାଉଁଶ ବୁଦା ମୂଳେ ରଖାଯାଇଥିବା ଦେଖିବାକୁ ମିଳିଛି । ଚଢ଼ଉ ପରେ ସେଠାରୁ ପ୍ରାୟ ୪୦ ଜଣ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରାଯାଇଛି ।
ଅନ୍ୟପଟେ ପୂର୍ବରୁ ସେଲ୍‌ଟର ହୋମ୍‌ରେ ରହି ପାଠ ପଢୁଥିବା ପିଲା ପରୀକ୍ଷା ଦେବାକୁ ଆସି ଏଠାରେ ଅସ୍ଥାୟୀ ଭାବେ ଥିବା ଗୁଡ୍‌ ନିଉଜ ଇଣ୍ଡିଆ କର୍ତ୍ତୃପକ୍ଷ ସଫେଇ ଦେଇଛନ୍ତି । ତେବେ ଏହି ଚଢ଼ଉ ବେଳେ କିଛି ସ୍ଥାନୀୟ ଲୋକ ପ୍ରଶାସନକୁ ବିରୋଧ କରିବାରୁ ସେଠାରେ ଉତ୍ତେଜନା ଦେଖାଦେଇଥିଲା ।
ଗଲା ଡିସେମ୍ବରରେ ଢେଙ୍କାନାଳ ସ୍ଥିତି ଗୁଡ୍‌ ନିଉଜ ଇଣ୍ଡିଆ ସେଲ୍‌ଟର ହୋମ୍‌ରେ ଯୌନ କେଳେଙ୍କାରୀ ଘଟଣା ପଦାକୁ ଆସିବା ପରେ ସଂସ୍ଥାର ରାଜ୍ୟ ତମାମ୍‌ ୨୨ଟି ଶାଖା ଉପରେ ଚଢ଼ଉ କରାଯାଇଥିଲା । ସେହିକ୍ରମରେ ଚୌଦ୍ୱାର ଶଙ୍କରପୁର ଓ ମଙ୍ଗରାଜପୁର ମଧ୍ୟରେ ଥିବା ସେଲ୍‌ଟର ହୋମ୍‌ରେ ଚଢ଼ଉ କରାଯାଇଥିଲା । ସେଠାରେ ରହୁଥିବା ମୋଟ ୧୨୬ଜଣ ପିଲାଙ୍କ ମଧ୍ୟରୁ ୭୮ ଜଣଙ୍କୁ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯିବା ସହିତ ଅବଶିଷ୍ଟ ୪୮ ଜଣଙ୍କୁ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନରେ ଥଇଥାନ କରାଯାଇଥିଲା । ଏହା ପରେ ଗୁଡ୍‌ ନିଉଜ୍‌ ଇଣ୍ଡିଆ ସେଲ୍‌ଟର ହୋମ୍‌ର ସମସ୍ତ ରୁମ୍‌କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସିଲ୍‌ କରାଯାଇଥିଲା । ଘଟଣାକୁ ଏହା ମଧ୍ୟରେ ତିନି ମାସ ବିତିଲାଣି । ଏହି ସମୟ ମଧ୍ୟରେ ସେଲ୍‌ଟର ହୋମ୍‌ର କର୍ତ୍ତୃପକ୍ଷ ପୁଣି କିଛି ଛାତ୍ରଛାତ୍ରୀଙ୍କୁ ଆଣି ପାଖରେ ରଖିବା ଆରମ୍ଭ କରିଥିଲେ । ରୁମ୍‌ଗୁଡ଼ିକ ସିଲ୍‌ ହୋଇଥିବାରୁ ସେଠାରୁ ପ୍ରାୟ ୫ଶହ ମିଟର ଦୂରରେ ଏକ ବାଉଁଶ ବୁଦା ମୂଳରେ ପାଲଟାଙ୍ଗି କିଛି ଅସ୍ଥାୟୀ ଘର ନିର୍ମାଣ କରି ସେଠାରେ ପିଲାଙ୍କୁ ରଖାଯାଇଥିଲା ।
ଏହି ବିଷୟ ନେଇ ଆଜି ସୂଚନା ମିଳିବା ପରେ ସିଡବ୍ଲୁସି, ଡିସିପିଓ, ଚାଇଲ୍ଡ ଲାଇନ୍‌ ଓ ଚୌଦ୍ୱାର ପୁଲିସ ସେଠାରେ ଚଢ଼ଉ କରିଥିଲେ । ଚଢ଼ଉ ବେଳେ ଉକ୍ତ ଅସ୍ଥାୟୀ ଘରୁ ପ୍ରାୟ ୪୦ ଜଣ ପିଲାଙ୍କୁ ଉଦ୍ଧାର କରାଯାଇଥିଲା । ଉଦ୍ଧାର ପିଲାଙ୍କ ମଧ୍ୟରୁ ଭରସା ସ୍ୱେଚ୍ଛାସେବୀ ଅନୁଷ୍ଠାନରେ ୧୧ ଜଣଙ୍କୁ ଓ ଚୌଦ୍ୱାର ସ୍ଥିତ ଶିଶୁ ସଦନରେ ୨୯ ଜଣଙ୍କୁ ରଖାଯାଇଛି । ପରେ ତାଙ୍କ ପରିବାରକୁ ହସ୍ତାନ୍ତର କରିବା ପ୍ରକ୍ରିୟା ସିଡବ୍ଲୁସି ପକ୍ଷରୁ ଆରମ୍ଭ ହେବ । ଅନ୍ୟପଟେ ଏହା ସେଲ୍‌ଟର ହୋମ୍‌ ନୁହେଁ ବରଂ ପୁର୍ବରୁ ସେଲଟର ହୋମରେ ରହି ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ୁଥିବା ପିଲାଙ୍କର ଏବେ ପରୀକ୍ଷା ଚାଲିଥିବାରୁ ତାଙ୍କୁ ଏବେ ଅସ୍ଥାୟୀ ଭାବେ ରଖାଯାଇଛି । ସେହି ପିଲାମାନଙ୍କର ପରିବାରବର୍ଗ ଏଠାରେ ଆଣି ଛାଡ଼ିଛନ୍ତି । ପରୀକ୍ଷା ସରିବା ପର୍ଯ୍ୟନ୍ତ ପିଲାମାନେ ଏଠାରେ ରହିବା ପାଇଁ ଅସ୍ଥାୟୀ ଭାବେ ବ୍ୟବସ୍ଥା ହୋଇଥିବା ଆଶ୍ରମ ପରିଚାଳକ ଦୀପକ ପରିମାଣିକ ସୂଚନା ଦେଇଛନ୍ତି । ମାତ୍ର ଏହି କଥାକୁ ପ୍ରଶାସନ ବିଶ୍ୱାସ ନକରି ତାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ତେବେ ପ୍ରଶାସନର ଆଜି ଚଢ଼ଉ ବେଳେ ପିଲାମାନଙ୍କ ସପକ୍ଷରେ କିଛି ସ୍ଥାନୀୟ ଲୋକ ମତ ଦେବାରୁ ସେଠାରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଆଜିର ଏହି ଚଢ଼ଉରେ ସିଡବ୍ଲୁସି ଅଧ୍ୟକ୍ଷା ମନ୍ଦାକିନୀ ଜେନା, ସଦସ୍ୟ ଚିତ୍ତ ରଞ୍ଜନ ମହାନ୍ତି, ଅମୀୟ ଭୁଷଣ ବିଶ୍ୱାଳ, ଶ୍ରୀକାନ୍ତ ମହାନ୍ତି, ଶିଶୁ ସୁରକ୍ଷା ଅଧିକାରୀ ପ୍ରଗତି ମହାନ୍ତି ଓ ଚାଇଲ୍ଡ ଲାଇନ୍‌ର ନାରାୟଣ ଶୁକ୍ଲା ପ୍ରମୁଖ ସାମିଲ ହୋଇଥିଲେ ।