BSNL: ୩ ଦିନରେ ୪୦ ହଜାର କର୍ମଚାରୀ ଭିଆର୍‌ଏସ୍ ପାଇଁ କଲେ ଆବେଦନ

ନୁଆଦିଲ୍ଲୀ ୮/୧୧: ସରକାର ଟେଲିକମ୍ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ୍ (BSNL)ର ପ୍ରାୟ ୪୦ ହଜାର କର୍ମଚାରୀ VRS ପାଇଁ ଆବେଦନ କରିଛନ୍ତି  । ବିଏସଏନଏଲକୁ ନିଜ କର୍ମଚାରୀଙ୍କ ତରଫରୁ କେବଳ ୩ ଦିନରେ ଏତେ ଆବେଦନ ଆସିଛି । ଶୁକ୍ରବାର ବିଏସଏନଏଲର ଏକ ଉଚ୍ଚ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି । BSNLର ଚେୟାରମ୍ୟାନ୍ ପି କେ ପରୱର କହିଛନ୍ତି ଯେ ଆମେ ଲକ୍ଷ୍ୟ ରଖିଛୁ କି କମ୍ପାନୀର  ୭୭ ହଜାର କର୍ମଚାରୀ VRS ପାଇଁ ଆବେଦନ କରନ୍ତୁ । ବର୍ତ୍ତମାନ ସମୟରେ କମ୍ପାନୀରେ ୧.୫ ଲକ୍ଷରୁ ମଧ୍ୟ ଅଧିକ କର୍ମଚାରୀ ଅଛନ୍ତି, ଯେଉଁମାନଙ୍କ ମଧ୍ୟରୁ ପ୍ରାୟ ୧ ଲକ୍ଷ କର୍ମଚାରୀ ଭିଆରଏସ ଆବେଦନ ପାଇଁ ଯୋଗ୍ୟ ।

୩ ଡିସେମ୍ବର ପର୍ଯ୍ଯନ୍ତ ଆବେଦନ କରିପାରିବେ କର୍ମଚାରୀ
କେନ୍ଦ୍ର ସରକାର ୫ ନଭେମ୍ବରରେ ଏହି ସ୍କିମ ଆରମ୍ଭ କରିଥିଲେ, ଯେଉଁଥିରେ କର୍ମଚାରୀ ନିଜ ଇଛାନୁସାରେ ଭିଆରଏସ୍ ପାଇଁ ଆବେଦନ କରିପାରିବେ । ବିଏସଏନଏଲ୍ କର୍ମଚାରୀ ୩ ଡିସେମ୍ବର ପର୍ଯ୍ଯନ୍ତ ଆବେଦନ କରିପାରିବେ । ଏହି ସ୍କିମ ଅନୁସାରେ ବିଏସଏନଏଲର ପର୍ମାନେଣ୍ଟ କର୍ମଚାରୀ ଭିଆରଏସ୍ ପାଇଁ ଆବେଦନ କରିପାରିବେ । ଆବେଦନ କରୁଥିବା କର୍ମଚାରୀଙ୍କ ବୟସ ୫୦ ବର୍ଷରୁ ଅଧିକ ହେବା ଉଚିତ୍ ।

ଗତ ମାସରେ ସରକାର ୬୯ ହଜାର କୋଟି ଦେବା ପାଇଁ କରିଥିଲେ ଘୋଷଣା
କହିରଖୁଛୁ ଗତ ମାସରେ କେନ୍ଦ୍ର ସରକାର ବିଏସଏନଏଲ୍ ଓ ଏମଟିଏନଏଲକୁ ୬୯ ହଜାର କୋଟି ଟଙ୍କାର ଆଶ୍ୱସ୍ତି ପ୍ୟାକେଜ୍ ଦେବାପାଇଁ ଘୋଷଣା କରିଥିଲେ । ଏଥିରେ ସମ୍ପତ୍ତିକୁ ବିକ୍ରି କରି ପୁଞ୍ଜି ଏକାଠି କରିବା ଏବଂ କର୍ମଚାରୀଙ୍କୁ ଭିଆରଏସ୍ ଦେବା ମଧ୍ୟ ସାମିଲ । ସରକାର କହିଥିଲେ କି ଉଭୟ କମ୍ପାନୀର ମିଶ୍ରଣ ମଧ୍ୟ କରାଯିବ ।

   ସମ୍ବନ୍ଧିତ ଖବର


ୟୁପି: ନଡା ଜଳାଇବାରୁ ୩ ଚାଷୀଙ୍କୁ ଗିରଫ କଲା ପୋଲିସ

ଯେବେ ଲୋକସଭାରେ ରାହୁଲଙ୍କ ସିଟରେ କଂଗ୍ରେସର ଏହି ସାଂସଦ ଥିଲେ, ବାଚସ୍ପତି ଓମ୍ ବିର୍ଲା କହିଲେ- ରାହୁଲ ଛୁଟିରେ…

ତେଜସ୍ ପରେ ଏବେ ଦେଶରେ ଚାଲିବ ଆଉ ୧୫୦ ପ୍ରାଇଭେଟ୍ ଟ୍ରେନ୍

ଭୋଡାଫୋନ୍ ଆଣିଲା ୨୧ ଟଙ୍କିଆ ନୂଆ ପ୍ଲାନ୍, ପାଆନ୍ତୁ ଅନଲିମିଟେଡ୍ କଲିଂର ଫାଇଦା