ଲକ ଡାଉନ : ଖାଇବାକୁ ନପାଇ ରାଜରାସ୍ତାକୁ ଓହ୍ଲାଇଲେ ୪୦୦ ପରିବାର ; କଲେ ରାସ୍ତା ଅବରୋଧ

ମୁର୍ସିଦାବାଦ ୧୫/୪ : ବୁଧବାର ସକାଳେ ମୁର୍ସିଦାବାଦ ଜିଲ୍ଲାର ଡୋମକାଲ ମ୍ୟୁନିସପାଲିଟି ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଶତାଧିକ ଲୋକ ରାଜ୍ୟ ରାଜପଥକୁ ତିନି ଘଣ୍ଟା ଅବରୋଧ କରିଥିଲେ।

ଏହା ସହିତ ପଢନ୍ତୁ : ଏହି ଜିଲ୍ଲା ଗୁଡିକୁ ଛୁଇଁ ପାରିନି କରୋନା ; ଦେଶରେ ଆସନ୍ତା ୨-୩ ସପ୍ତାହ ଖୁବ ଗୁରୁତ୍ୱପୂର୍ଣ୍ଣ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ସେମାନଙ୍କ ଅଭିଯୋଗ ଥିଲା ଯେ ବଙ୍ଗଳାରେ ଏହାର ଅଭାବ କିଛି ନାହିଁ । ଗରିବ ଲୋକଙ୍କୁ ମାଗଣା ରାସନ ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହୁଛନ୍ତି , ହେଲେ ୨୦ ଦିନ ଭିତରେ ସେମାନେ ଖାଦ୍ୟ ପାଇ ନାହାଁନ୍ତି। ଉପାସରେ ରହିଛନ୍ତି।

୪୦୦ ରୁ ଅଧିକ ପରିବାରର ସଦସ୍ୟଙ୍କ ମଧ୍ୟରେ ଅନେକ ମହିଳା ଏବଂ ଶିଶୁ ଥିଲେ ଯାହାକି ଲକଡାଉନ୍ ଆଦେଶ ଉଲ୍ଲଂଘନ କରି ବରହମପୁର-ଡୋମକାଲ ରାଜ୍ୟ ରାଜପଥକୁ ଅବରୋଧ କରିଥିଲେ । ଅଧିକାଂଶ ଆନ୍ଦୋଳନକାରୀ ମାସ୍କ ପିନ୍ଧି ନଥିଲେ କି ସାମାଜିକ ଦୂରତା ନିର୍ଦ୍ଦେଶାବଳୀ ପାଳନ କରିନଥିଲେ।

ସ୍ଥାନୀୟ ପ୍ରଶାସନର ହସ୍ତକ୍ଷେପ ଫଳରେ ଆନ୍ଦୋଳନକାରୀମାନେ ଏହି ଅବରୋଧରୁ ହଟିଥିଲେ, କିନ୍ତୁ ଘଟଣାସ୍ଥଳକୁ ଆସିଥିବା ଡୋମକାଲ ମ୍ୟୁନିସପାଲିଟିର ଅଧ୍ୟକ୍ଷ ସ୍ବୀକାର କରିଥିଲେ ଯେ ନିମ୍ନ ଦାରିଦ୍ର ସୀମାରେଖା (ବିପିଏଲ)ରେ ଥିବା ଖାଦ୍ୟ ଯୋଗାଣ କୋଟା ବଣ୍ଟନ କରିନାହାଁନ୍ତି।

   ସମ୍ବନ୍ଧିତ ଖବର


ଅହମଦାବାଦରେ ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବ ପିଙ୍କ୍‌ ବଲ ଟେଷ୍ଟ ମ୍ୟାଚ୍, ସୂଚନା ଦେଲେ ସୌରଭ

କାମାନ୍ଧ ଯୁବକଙ୍କ ଅଜବ ଯୌନ ଲାଳସା; ମହିଳାଙ୍କ ଅନ୍ତବସ୍ତ୍ର ଚୋରାଇବା ପାଇଁ ଭାଙ୍ଗୁଥିଲେ କଠିନ ଲକଡାଉନ କଟକଣା, ଘରୁ ମିଳିଲା ୧୦୦ ବ୍ରା ଓ ୪୧ ହଳ ପ୍ୟାଣ୍ଟି…

7th pay commission: କେନ୍ଦ୍ରୀୟ କର୍ମଚାରୀଙ୍କୁ ଦିପାବଳୀ ଉପହାର ଦେବେ ସରକାର, ଜାଣନ୍ତୁ କ’ଣ ନୂଆ ନିଷ୍ପତ୍ତି…

IPL ୨୦୨୦: ପ୍ରଥମ ଖେଳାଳି ଭାବେ ଇତିହାସ ରଚିଲେ ଶିଖର ଧାଓ୍ବନ, ନିଜ ନାମରେ କଲେ ଏହି ଖାସ୍‌ ରେକର୍ଡ

ଟିଆରପି ସ୍କାମର ତଦନ୍ତ କରିବ CBI, ଯୋଗୀ ସରକାରଙ୍କ ସୁପାରିସ ପରେ ତଦନ୍ତ ଆରମ୍ଭ …

ପୂର୍ବରୁ କରୋନା ବିଷୟରେ ଦେଇଥିଲେ ଭବିଷ୍ୟବାଣୀ, କହିଲେ ଆଉ ଏତେ ଦିନ ରହିବ