ଭୁବନେଶ୍ବର ବିମାନବନ୍ଦରରୁ ୪୦୦ ପ୍ୟାକେଟ୍ ବିଦେଶୀ ସିଗାରେଟ୍ ଜବତ, ୨ ଗିରଫ

ଭୁବନେଶ୍ୱରର ୧୫/୧୦: ପୁଣି ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ  ବିମାନବନ୍ଦରରୁ ୪୦୦ପ୍ୟାକେଟ ଚୋରା ବିଦେଶୀ ସିଗାରେଟ ଜବତ। ଯାହାର ଅନୁମାନିକ ମୂଲ୍ୟ ୧୨ ଲକ୍ଷ ଟଙ୍କା ହୋଇଥିବା ସୂଚନା ମିଳିଛି। ବିଦୋଶୀ ସିଗାରେଟ୍ ଚାଲଣ ଅଭିଯୋଗରେ ଦୁଇ ବ୍ୟବସାୟୀଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି।

ପ୍ରାପ୍ତ ସୂଚନା ଅନୁସାରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ  ବିମାନବନ୍ଦରରୁ ଦୁଇ ଜଣ ବ୍ୟବସାୟୀଙ୍କଠାରୁ କୁଆଲାଲୁମ୍ପୁରରୁ ଭାୟା  କୋଲକାତା ଦେଇ ଭୁବନେଶ୍ୱରକୁ  ଚୋରାଚାଲାଣ ହେଉଥିଲା ବେଳେ ୧୨ଲକ୍ଷ ଟଙ୍କା ବିଦେଶି ସିଗାରେଟ୍ ଜବତ କରିଛି ଗୁଇନ୍ଦା ବିଭାଗ । ଏହି ଘଟଣାରେ କୋଲକାତାର ଦୁଇ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି।

ଗତ କିଛି ବର୍ଷ ଧରି ଭୁବନେଶ୍ୱର ବିମାନ ବନ୍ଦର ସୁନା ସ୍ମଗଲର୍‌ଙ୍କ ପାଇଁ ସ୍ୱର୍ଗ ପାଲଟିଛି । ସୁନା ପରେ ସିଗାରେଟ୍ ଚୋରା ଚାଲାଣ ପାଇଁ ଭୁବନେଶ୍ୱର ବିମାନ ବନ୍ଦର ଏବେ ଗଳା ବାଟ ପାଲଟିଛି । ଏତେ ଦାମୀ ସିଗାରେଟ୍ ରାଜଧାନୀ କିଏ ପଠାଉ ଥିଲା ଏବଂ ଏହା ପ୍ରଥମ କରି ହୋଇଛି ନାଁ ଆଗରୁ ଏମିତି ସିଗାରେଟ୍ ଚାଲଣ ହୋଇଛି ତାହା

   ସମ୍ବନ୍ଧିତ ଖବର


ଅଗ୍ନିଶମ ବିଭାଗରେ ଅଦଳ ବଦଳ

ଶୂନ୍ୟକାଳରେ ଟୋକନ୍ ତାତି : ଦିନ ୩ଟା ପର୍ଯ୍ୟନ୍ତ ଗୃହ ମୁଲତବି

ଭୁବନେଶ୍ୱରର ସବୁ ଆହାର କେନ୍ଦ୍ରକୁ ଆଇଏସ୍‌ଓ ମାନ୍ୟତା

ଆଜିଠୁ ସୋଆରେ ‘ଗ୍ଲୋବାଲ୍‌ ମଦର୍ସ’ ଅନ୍ତର୍ଜାତୀୟ ସମ୍ମିଳନୀ