PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଲେଶ୍ୱର: ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହେଲା ହାଇଦରର ପୋଷ୍ଟମର୍ଟମ, ମାଜିଷ୍ଟେ୍ରଟ୍‌ଙ୍କ ଉପସ୍ଥିତିରେ ​ପୋଷ୍ଟମର୍ଟମ କରିବେ​‌ ୩ ଜଣିଆ ଡାକ୍ତରୀ ଟିମ୍
  • ||
  • ରଙ୍ଗେଇଲୁଣ୍ଡା: ହଳଦିଆପଦର ନିକଟରେ ଟ୍ରାକ୍ଟର ସହ ଅଟୋ ଦୁର୍ଘଟଣା, ୩ ମହିଳା ମତ୍ସ୍ୟଜୀବୀ ଗୁରୁତର
  • ||
  • ସୋର: ହାଇଦର୍ ଏନ୍‌କାଉଣ୍ଟର ସ୍ଥଳରୁ ୨ଟି ଗୁଳି ଜବତ କଲା ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬୭ଜଣଙ୍କ ଜୀବନ ନେଲା କରୋନା, ସାଢ଼େ ୫ ହଜାର ଟପିଲା ମୃତ୍ୟୁସଂଖ୍ୟା
  • ||
  • ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଭୁବନେଶ୍ୱର : ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ, ୧୨ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୦ ପାର୍
  • ||
  • ପାରଳାଖେମୁଣ୍ଡି : ଏସିଏଫ୍‌ ସୌମ୍ୟରଞ୍ଜନ ଡେଥ୍ ମିଷ୍ଟ୍ରି, ବଲାଙ୍ଗୀରରେ ପାରଳା ପୁଲିସର ୫ଜଣିଆ ଟିମ୍‌, ବିଦ୍ୟାଙ୍କ ପାର୍ଟି ସହ ସୌମ୍ୟ ମୃତ୍ୟୁର ଲିଙ୍କ୍‌ ଖୋଜିବ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଜଳେଶ୍ଵର : ମନ୍ଦାର ଫୁଲ ଗଛ କଟାକୁ ନେଇ ଶଳାକୁ ଭିଣୋଇର ସଙ୍ଘବଦ୍ଧ ଆକ୍ରମଣ, ସଜ୍ଞାହୀନ ଅବସ୍ଥାରେ ନଦୀ କୂଳରୁ ଉଦ୍ଧାର
  • ||
  • ଭୁବନେଶ୍ୱର : ୨୮ରେ ପୁଣି ଏକ ଲଘୁଚାପ, ୨୭ରୁ ବଢ଼ିବ ବର୍ଷା
  • ||

୫ ବର୍ଷରେ ୪ ହଜାର ସ୍କୁଲ୍‌ ବନ୍ଦ, ଆବଶ୍ୟକ ସଂଖ୍ୟକ ଛାତ୍ରଛାତ୍ରୀ ହେଲେନି

ଭୁବନେଶ୍ୱର,୧୨।୮: ପାଞ୍ଚ ବର୍ଷ ଭିତରେ ଓଡ଼ିଶାରେ ପ୍ରାୟ ୪ ହଜାର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ସରକାର ବନ୍ଦ କରିଦେଇଛନ୍ତି । ପର୍ଯ୍ୟାପ୍ତ ସଂଖ୍ୟକ ଛାତ୍ରଛାତ୍ରୀ ହେଉନଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏପରି ପଦକ୍ଷେପ ନେଇଛି ।

ସରକାରୀ ତଥ୍ୟ ମୁତାବକ ୨୦୧୪-୧୫ ବର୍ଷରେ ରାଜ୍ୟରେ ୩୪,୩୮୯ଟି ପ୍ରାଥମିକ ବିଦ୍ୟାଳୟ ଥିବା ବେଳେ ୨୦୧୮-୧୯ ବେଳକୁ ଏହି ସଂଖ୍ୟା ୩୨,୦୭୨କୁ ହ୍ରାସ ପାଇଛି । ଅର୍ଥାତ୍‌ ଏହି ବର୍ଷଗୁଡ଼ିକ ମଧ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ପ୍ରାଥମିକ ବିଦ୍ୟାଳୟଗୁଡ଼ିକ ମଧ୍ୟରୁ ୨,୩୧୭ଟି ବନ୍ଦ ହୋଇଯାଇଛି ।
ସେହିପରି ଏହି ବିଭାଗ ଅଧୀନରେ ୨୦୧୪-୧୫ ବର୍ଷ ବେଳକୁ ୧୭,୭୭୩ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଥିବା ବେଳେ ୨୦୧୮-୧୯ ବେଳକୁ ଏହି ସଂଖ୍ୟା ୧୬,୧୧୭କୁ କମିଛି । ଅର୍ଥାତ୍‌ ଉକ୍ତ ୫ ବର୍ଷରେ ରାଜ୍ୟ ସରକାର ୧୬୫୬ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବନ୍ଦ କରିଦେଇଛନ୍ତି । ମୋଟାମୋଟି ଭାବେ ଏହି ବର୍ଷଗୁଡ଼ିକ ମଧ୍ୟରେ ୩,୯୭୩ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରିବା ଲାଗି ସରକାର ବାଧ୍ୟ ହୋଇଛନ୍ତି ।
୨୦୧୯-୨୦ ବର୍ଷରେ କେତେକ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବନ୍ଦ ହୋଇଛି ଏବଂ ୨୦୨୦-୨୧ ବର୍ଷର ଆଜି ସୁଦ୍ଧା ସ୍ଥିତି କ’ଣ ସେ ସମ୍ପର୍କରେ ସରକାରୀ ଭାବେ ବିସ୍ତୃତ ସୂଚନା ମିଳିନଥିଲେ ମଧ୍ୟ ଏହି ସଂଖ୍ୟା ୮୦୦ରୁ କମ୍‌ ହେବ ନାହିଁ ବୋଲି ଜଣେ ବରିଷ୍ଠ ଅଧିକାରୀ ସ୍ୱୀକାର କରିଛନ୍ତି ।

ଯେଉଁସବୁ ପ୍ରାଥମିକ ବିଦ୍ୟାଳୟରେ ୨୦ରୁ କମ୍‌ ଛାତ୍ରଛାତ୍ରୀ ରହୁଛନ୍ତି ସେଗୁଡ଼ିକୁ ପର୍ଯ୍ୟାୟକ୍ରମେ ବନ୍ଦ କରାଯାଉଛି । ଏହି ବିଦ୍ୟାଳୟଗୁଡ଼ିକ ପାଇଁ ନିଯୁକ୍ତି ପାଇଥିବା ଶିକ୍ଷକଙ୍କ କ୍ଷେତ୍ରରେ ଜଣ ପିଛା ହାରାହାରି ୨/୩ ଜଣ ଛାତ୍ରଛାତ୍ରୀ ନାହାନ୍ତି । ତେଣୁ ଉକ୍ତ ବିଦ୍ୟାଳୟଗୁଡ଼ିକୁ କମ୍‌ କରିଦେଇ ସେଠାରେ ନାମାଙ୍କନ କରିଥିବା ଛାତ୍ରଛାତ୍ରୀଙ୍କୁ ଅଣି ପାଖ ବିଦ୍ୟାଳୟରେ ଭର୍ତ୍ତି କରାଯାଉଛି । ଉଲ୍ଲେଖଯୋଗ୍ୟ, ରାଜନୈତିକ ଚାପରେ ଗୋଟିଏ ଗୋଟିଏ ଗାଁରେ ଏକାଧିକ ପ୍ରାଥମିକ ବିଦ୍ୟାଳୟ ଖୋଲିଛି । ଅନ୍ୟପକ୍ଷରେ ଆଦିବାସୀ ଅଧ୍ୟୁଷିତ କେତେକ ଦୁର୍ଗମ ଅଞ୍ଚଳରେ ୪/୫ କିଲୋମିଟର ବ୍ୟବଧାନରେ ବି ବିଦ୍ୟାଳୟ ନାହିଁ । ସରକାର ସ୍ୱୀକାର କରୁଛନ୍ତି ଯେ ରାଜ୍ୟର ପ୍ରାଥମିକ ବିଦ୍ୟାଳୟଗୁଡ଼ିକ ପାଇଁ ୨୧,୪୬୩ଟି ଲେଭଲ-୪ ମଞ୍ଜୁରୀପ୍ରାପ୍ତ ପ୍ରଧାନଶିକ୍ଷକ ପଦବି ଥିବା ବେଳେ ସେଥିରୁ ପାଖାପାଖି ୧୩ ହଜାର ପଦବି ଖାଲି ।

ସେହିପରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡ଼ିକ ଲାଗି ଲେଭଲ୍‌-୩ରେ ୯୩୦୫ଟି ମଞ୍ଜୁରୀପ୍ରାପ୍ତ ପ୍ରଧାନ ଶିକ୍ଷକ ପଦବି ଥିବା ବେଳେ ସେଥିରୁ ୪ ହଜାରରୁ ଅଧିକ ପଦବି ଖାଲି । ପ୍ରାଥମିକ ବିଦ୍ୟାଳୟଗୁଡ଼ିକ ମୁଖ୍ୟତଃ ସଂଖ୍ୟାଧିକ ଗଣଶିକ୍ଷକ ଓ ଠିକା ଶିକ୍ଷକଙ୍କ ଦ୍ୱାରା ଚାଲୁଛି । ତେବେ ଆଇନ ଅନୁଯାୟୀ ୬ ବର୍ଷ ଠିକା ଶିକ୍ଷକ ରହିବା ପରେ ନିୟମିତ କରିବା ବ୍ୟବସ୍ଥା ଅଛି । ପ୍ରାଥମିକ ଓ ହାଇସ୍କୁଲସ୍ତରରେ ବି ଅନେକ ଶିକ୍ଷକ ପଦବି ଖାଲି । ଏହାକୁ ପୂରଣ ପାଇଁ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ବର୍ଷ ବର୍ଷ ଧରି କୁହାଯାଉଥିବା ବେଳେ ଏବେ କରୋନାର ତାଣ୍ଡବଲୀଳା ପରିପ୍ରେକ୍ଷୀରେ ବିଦ୍ୟାଳୟଗୁଡ଼ିକ ବନ୍ଦ ଥିବାରୁ ଖାଲି ପଡ଼ିଥିବା ଶିକ୍ଷକ ପଦବି ପୂରଣ ଅଧିକ ବିଳମ୍ବ ହେବା ଆଶଙ୍କା କରାଯାଉଛି ।