ଆହୁରି ବଢି଼ବ ତାତି: ଟିଟିଲାଗଡ଼ରେ ସର୍ବାଧିକ ୪୨ଡିଗ୍ରୀ

ଭୁବନେଶ୍ୱର,୩୧ା୩(ବ୍ୟୁରୋ ): ଗତକାଲି ତୁଳନାରେ ଆଜି ବିଭିନ୍ନ ରାଜ୍ୟର ବିଭିନ୍ନ ସ୍ଥାନର ତାତି ସାମାନ୍ୟ କମିଛି । ହେଲେ ଦେହକୁ ବେଶ୍‌ ବାଧିଛି । ପ୍ରଚଣ୍ଡ ଖରା ସାଙ୍ଗକୁ ଭୀଷଣ ତାତି ରାଜ୍ୟବାସୀଙ୍କୁ ପୁଣି ଥରେ ଅସ୍ତବ୍ୟସ୍ତ କରିଛି । ଆଜି ଟିଟିଲାଗଡ଼ ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଟିଟିଲାଗଡ଼ ସମେତ ୫ଟି ସହରର
ତାପମାତ୍ରା ୪୦ଡିଗ୍ରୀ ଉପରେ ରହିଛି । ସେପଟେ ୬ଟି ଜିଲ୍ଲାରେ ସାମାନ୍ୟ ବର୍ଷା ହୋଇପାରେ । ତଥାପି ଆଶ୍ୱସ୍ତି ମିଳିନପାରେ । ଆଗକୁ ତାତି ବଢିବ ।

୨ରୁ ୩ ଦିନ ଯାଏ ତାତି ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ ଜାରି କରିଛି । ଆଜି ମାଲକାନଗିରିଠାରୁ ଟିଟିଲାଗଡ଼ର ତାତି ବଳି ଯାଇଥିଲା । ଟିଟିଲାଗଡ଼ର ତାପମାତ୍ରା ରାଜ୍ୟରେ ସର୍ବାଧିକ ୪୨ଡିଗ୍ରୀ ରହିଛି । ଏହା ତଳକୁ ମାଲକାନଗିରିର ତାପମାତ୍ରା ୪୧ଡିଗ୍ରୀ ଥିଲା । ଗତକାଲି ଏଠାରେ ୪୨.୬ ଡିଗ୍ରୀ ତାପମାତ୍ରା ଥିବାବେଳେ ଆଜି ତାତି କମିଛି ।

ଗତକାଲି ତୁଳନାରେ ଆଜି ତାଳଚେରର ତାପମାତ୍ରା ୨ଡିଗ୍ରୀ ବଢିଛି । ତାପମାତ୍ରା ୪୦.୬ଡିଗ୍ରୀ ରେକର୍ଡ ହୋଇଛି । ଭବାଣୀପାଟଣାରେ ୪୦.୨ଡିଗ୍ରୀ, ଅନୁଗୁଳରେ ୪୦.୧, ବଲାଙ୍ଗୀରରେ ୪୦ଡିଗ୍ରୀ, ଝାରସୁଗୁଡ଼ାରେ ୩୯.୭, ହୀରାକୁଦରେ ୩୮.୭, ସମ୍ବଲପୁରରେ ୩୮.୫, ଚାନ୍ଦବାଲିରେ ୩୮.୪, ସୁନ୍ଦରଗଡରେ ୩୮ଡିଗ୍ରୀ,ସୋନପୁରରେ ୩୭.୬, କଟକରେ ୩୭.୬, କେଉଝଁରରେ ୩୭.୩, ଭୁବନେଶର୍ୱରେ ୩୬.୭ ଡଗିୀ୍ର, କୋରାପୁଟ ଓ ଦାରଙ୍ଗିବିାଡେି଼ର ତାପମାତ୍ରା ୩୬.୨ ଡଗିୀ୍ର ରେକଡ ହୋଇଛ । ଆଜି ଦିନ ଗୋଟାଏ ଯାଏ ତାତି ଏଭଳି ଛଟପଟ କରିଥିଲା । କିନ୍ତୁ ମଧ୍ୟାହ୍ନ ପରେ ଉପକୂଳ ଓଡ଼ିଶାରେ ପାଗ ବଦଳିଥିଲା । ଆକାଶ ମେଘାଚ୍ଛନ୍ନ ରହଥିଲିା ।

ଆଗକୁ ଆହୁରି୩ ଦିନ ଯାଏ ଅଧିକାଂଶ ସ୍ଥାନରେ ତାତି ଜାରି ରହିବ ଓ ପାଗରେ ସେଭଳି କିଛି ବଡ଼ ପରିବର୍ତ୍ତନ ଆସିବନି ବୋଲି ଆଞ୍ଚଳିକ ପାଣପିାଗ ବଭିାଗ ସଚୂନା ଦେଇଛି । ତେବେ କନ୍ଧମାଳ, ଅନୁଗୁଳ, ନୟାଗଡ, ଗଞ୍ଜାମ, ଢେଙ୍କାନାଳ, କଟକ, ଖୋଦ୍ଧା ର୍ଓ ରାୟଗଡା଼ରେ ସାମାନ୍ୟ ବର୍ଷା ହୋଇପାରେ । ଆସନ୍ତାକାଲିଠାରୁ ରାଜ୍ୟର କିଛି ସ୍ଥାନରେ ହାଲୁକା ବର୍ଷା ସହ ଘଡଘଡି ସହ ପବନ ବହିବାର ଆଶଙ୍କା ରହିଛିି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

   ସମ୍ବନ୍ଧିତ ଖବର


କଟକ IIFL‌ ଡକାୟତି ଘଟଣାର ପର୍ଦ୍ଦାଫାଶ : ୨୦ କୋଟିର ଲୁଟେରାଙ୍କୁ ବାନ୍ଧିଲା ପୋଲିସ, କମ୍ପାନୀ କର୍ମଚାରୀ ମାଷ୍ଟରମାଇଣ୍ଡ

ନାଗାର୍ଜୁନ ବେଶ ଆଉ ୩ ଦିନ: ବେଶ ଲାଗିରେ ରହିବେ ୨୨ ପୁଷ୍ପାଳକ ସେବକ

ଆଜିଠୁ ୨୭ ତାରିଖ ଯାଏଁ ମିଳିବ ମାଟ୍ରିକ୍ ‌ ସପ୍ଲିମେଣ୍ଟାରୀ ସାର୍ଟିଫିକେଟ୍‌

ରାଜ୍ୟରେ କରୋନା ନେଲା ୧୪ ମୁଣ୍ଡ, ମୃତକଙ୍କ ସଂଖ୍ୟା ୧୬୭୧କୁ ବୃଦ୍ଧି

ଓଡ଼ିଶାରେ ‌୬ ହଜାରକୁ ଖସିଲା ଆକ୍ଟିଭ୍‌ କେସ୍: ୨୪ଘଣ୍ଟା ଆଉ ୬୪୨ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୫ ହଜାର ଟପିଲା

ବୀରମିତ୍ରପୁର ହାଜତ ମୃତ୍ୟୁ ଘଟଣା: ଅଭିଯୋଗପତ୍ର ପ୍ରତ୍ୟାହାର କଲେ ମୃତକଙ୍କ ପରିବାର