PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ୨୪ ଘଣ୍ଟା ପ୍ରଚାର ବ୍ୟାନ୍ କଲେ ନିର୍ବାଚନ କମିଶନର , ନିର୍ବାଚନ ପ୍ରଚାରରେ ବିବାଦୀୟ ଭାଷଣ ପାଇଁ ଲାଗିଲା କଟକଣା
  • ||
  • ସୁଶିଲ ଚନ୍ଦ୍ରା ନୂଆ ମୁଖ୍ୟ ନିର୍ବାଚନ କମିଶନର ନିଯୁକ୍ତ
  • ||
  • ଆଜି ଭୁବନେଶ୍ୱରରୁ ୧୯୦ କରୋନା ପଜିଟିଭ ଟିହ୍ନଟ, କ୍ୱାରେଣ୍ଟାଇନ୍‌ରୁ ୩୮ ଓ ଲୋକାଲ କଣ୍ଟାକ୍ଟରୁ ୧୫୨ସଂକ୍ରମିତ
  • ||
  • ପିପିଲି ଉପନିର୍ବାଚନ ପାଇଁ ଭର୍ଚୁଆଲ ରାଲିରେ ନବୀନ ପଟ୍ଟନାୟକ କରୁଛନ୍ତି ପ୍ରଚାର , ୬ଟି ଜିଲ୍ଲା ପରିଷଦ ଜୋନ୍‌ ପାଇଁ ସିଧା ପ୍ରସାରଣ ବ୍ୟବସ୍ଥା
  • ||
  • କଟକ ଏସ୍‌ସିବିରୁ ହାଇଦର ଫେରାର ଘଟଣା – ହାଇଦର ଫେରାର ପଛରେ ତାର ପରିବାର ଲୋକଙ୍କ ହାତ ଅଛି, ମଙ୍ଗଳାବାଗ ଥାନାରେ ଏତଲା ଦେଲେ ଗ୍ୟାଙ୍ଗଷ୍ଟରକୁ ଜଗୁଥିବା ନିଲମ୍ୱିତ କନଷ୍ଟେବଲ ମହମ୍ମଦ ମୌସିମ୍,‌
  • ||
  • ଭାରତରେ ରୁଷ୍ ଟିକା ସ୍ପୁଟ୍‌ନିକ୍ –V କୁ ମଞ୍ଜୁରୀ , ବିଶେଷଜ୍ଞ କମିଟି ବୈଠକରେ ନିଆଗଲା ନିଷ୍ପତ୍ତି, ମାନବ ଦେହରେ ବ୍ୟବହାର ପାଇଁ ଅନୁମତି
  • ||
  • ବଲାଙ୍ଗୀର ଓ କଳାହାଣ୍ଡି ବିଶ୍ବବିଦ୍ୟାଳୟ ପାଇଁ ୨ ଜଣ ନୂଆ କୁଳପତିଙ୍କୁ ମିଳିଲା ନିଯୁକ୍ତି
  • ||
  • ଭୁବନେଶ୍ୱର: କ୍ୟାବିନେଟ୍ ବୈଠକରେ ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର
  • ||
  • ଭଞ୍ଜନଗର: ଭାଲୁ ଆକ୍ରମଣରେ ବାଘୁଆପଲ୍ଲୀ ଗ୍ରାମର ୪ ଜଣ ଗୁରୁତର ଆହତ
  • ||
  • ଢେଙ୍କାନାଳ: ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଖୋଜାଖୋଜି ପରେ ଉଦ୍ଧାର ହେଲା ମୃତହେଦ
  • ||
  • କଟକ: ନିଆଳିର ଏକ ବିଲରୁ ଏକ ମୃତଦେହ ଉଦ୍ଧାର
  • ||
  • ଗଜପତି ଜିଲ୍ଲାର ସମସ୍ତ ସୀମା ସିଲ, ବାହାରୁ ଆସୁଥିବା ଲୋକଙ୍କ ଉପରେ କଡା ନଜର
  • ||
  • ଭୁବନେଶ୍ୱର: ଆଜି ପହଞ୍ଚିବ ୨ ଲକ୍ଷ ୭୧ ହଜାର ଟିକା
  • ||
  • ଜଗନ୍ନାଥପୁର ଛକ ପୁକୁଡ଼ିବନ୍ଧ ଜଙ୍ଗସନ୍ରୁ ୯୨୦ କିଲୋ ଗଞ୍ଜେଇ ଧରିଲା ଅବକାରୀ ବିଭାଗର ସ୍ଵତନ୍ତ୍ର ୱିଙ୍ଗ, ୮ ଗିରଫ, ଟ୍ରକ୍ ଓ ମ୍ୟାକ୍ସପିକ୍ପ ଜବତ
  • ||
  • ବୀରମହାରାଜପୁର: ଚନ୍ଦଲି ରାସ୍ତା କଡ଼ରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର, ଡାକ୍ତରଖାନାରେ ଭର୍ତ୍ତି
  • ||
  • ନୀଳଗିରି: ଅଭୟାରଣ୍ୟ ଭିତରୁ ଜଣେ ଶିକାରୀ ଗିରଫ,ମାରଣାସ୍ତ୍ର ଜବତ, ଖସିଗଲେ ୩ଜଣ ଶିକାରୀ…
  • ||
  • କଟକ: ଚାଉଳିଆଗଞ୍ଜ ଥାନାରେଆତ୍ମସମର୍ପଣ କଲା ହାଇଦର ସହଯୋଗୀ ୟାକୁବର
  • ||
  • ନୀଳଗିରି: କୂଳଡିହା ଅଭୟାରଣ୍ୟ ସୀମାନ୍ତରୁ ବିରାଟକାୟ ହରିଣ କ୍ଷତବିକ୍ଷତ ଉଦ୍ଧାର କଲେ ଗ୍ରାମବାସୀ
  • ||
  • କଟକ: ହଷ୍ଟେଲ ଭିତରେ ପଶି ନର୍ସିଂ ଛାତ୍ରୀଙ୍କୁ ତଡୁଛି ପୁଲିସ, ଏସସିବି ବିଏସି ନର୍ସିଂ କଲେଜରେ ଉତ୍ତେଜନା
  • ||
  • ନୀଳଗିରି: ଅସନବଣି ଅଞ୍ଚଳରୁ ଉଦ୍ଧାର ହେଲା ୧୫ ଫୁଟ୍ ଲମ୍ବର ଅହିରାଜ ସାପ
  • ||

ମୋର ସବୁଠି ସେଟିଂ.. ୫ ଲକ୍ଷରେ ପୁଲିସ, ୧୦ ଲକ୍ଷ ଦେଲେ ରେଲୱେ; ଏମିତି କେତେ ଜଣଙ୍କୁ ମିଳିଛି ସୁଯୋଗ…

ଭୁବନେଶ୍ୱର,୨୭/୦୨: ମୋର ସବୁଠି ସେଟିଂ… । ଟଙ୍କା ୫ ଲକ୍ଷ ଦେଲେ ମୁଁ ତମକୁ ପୁଲିସ୍‌ ଚାକିରିରେ ଭର୍ତ୍ତି କରି ଦେବି । ୧୦ ଲକ୍ଷ ଟଙ୍କା ଦେଲେ ରେଲୱ ଚାକିରି ମିଳିବ… । ମୁଁ ଏମିତି ଭାବେ ୨୦ ଜଣଙ୍କୁ ଚାକିରି ଦେଇଛି… । ଏଭଳି କହି ରାଜ୍ୟର ବିଭିନ୍ନ ଅଞ୍ଚଳର ଶିକ୍ଷିତ ଯୁବକ ଓ ଯୁବତୀଙ୍କ ଠାରୁ ଲକ୍ଷ ଲକ୍ଷ ଲୁଟି ପୁଲିସ୍‌ ହାତରେ ଧରା ପଡ଼ିଛନ୍ତି ଜଗତସିଂହପୁର ଜିଲ୍ଳାର ସରୋଜ କୁମାର ଜେନା । ସରୋଜଙ୍କୁ ଧଉଳି ଥାନା ପୁଲିସ୍‌ ଗିରଫ କରିଛି । ହେଲେ ଏଥିରେ ସହଯୋଗ କରୁଥିବା ତା’ ପ୍ରେମିକା ଏବେ ଫେରାର ଅଛନ୍ତି । ତାଙ୍କୁ ଖୁବ୍‌ ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ୍‌ କହିଛି ।

ଠକିବାର ତରିକା…

ସରୋଜ ପଟିଆ ଅଞ୍ଚଳର ଏକ କଲେଜରେ ବି.ଆର୍କ (ବ୍ୟାଚ୍‌ଲର ଇନ୍‌ ଆର୍କିଟେକ୍‌) ପାଠ ବଢ଼ୁଥିଲେ । ପାସ୍‌ କରିବା ପରେ ସେହି ଅଞ୍ଚଳରେ ଏକ ବିଲ୍ଡର ସଂସ୍ଥାରେ ଚାକିରି କଲେ । ଏହି ସମୟରେ ପାରାଦୀପ ଅଞ୍ଚଳର ଜଣେ ଯୁବତୀଙ୍କ ସହ ତାଙ୍କର ପ୍ରେମ ହୋଇଥିଲା । କିଛି ଦିନ ପରେ ସରୋଜ ଓଡ଼ିଶା ଛାଡି ବିହାର ଯାଇ ସେଠାରେ ଏକ ବଡ଼ କମ୍ପାନିରେ ଆର୍କିଟେକଚର ଭାବେ କାର୍ଯ୍ୟ କରିଥିଲେ । ହଠାତ୍‌ ଦିନେ ସରୋଜ ଅନ୍‌ଲାଇନ୍‌ରେ ଦେଖିଥିଲେ ରେଲ୍‌ୱେରେ ଚାକିରି ମିଳୁଛି । ସେଥିପାଇଁ ଲକ୍ଷ୍ନୌ ଯିବାକୁ ପଡିବ । ସରୋଜ ଚାକିରି ଛାଡି ଲକ୍ଷ୍ନୌ ଯାଇ ଜଣେ ଯୁବକଙ୍କୁ ଯୋଗାଯୋଗ କରିଥିଲେ । ସେ ଯୁବକ ସରୋଜଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ନେଲା ପରେ ଚାକିରି ଦେଇ ନଥିଲା । ସରୋଜ ଜାଣିଥିଲେ ସେ ଠକାମିର ଶିକାର ହୋଇଛନ୍ତି । ଠକାମିର ଶିକାର ହେବା ପରେ ସେ ନିଜେ ସେହି ଉପାୟ ଅବଲମ୍ବନ କରିବାକୁ ଚିନ୍ତା କରିଥିଲେ। ଲକ୍ଷ୍ନୌତେଣୁ ସେ ସେଠାରୁ ଚାଲିଆସିଲେ ଭୁବନେଶ୍ୱରକୁ ।

ଖଣ୍ଡଗିରି ଅଞ୍ଚଳରେ ଘର ଭଡ଼ା ନେଇ ରହିଥିଲେ। ଭଡ଼ାଘରେ ଲେଖା ହେଲା ଜବ୍‌ କନସଲଟାନ୍ସି । ଅନ୍‌ଲାଇନ୍‌ରେ ବିଜ୍ଞାପନ ଦେଇ ଲୋକଙ୍କୁ ଲୁଟିଥିଲେ । ଖଣ୍ଡଗିରି ଅଞ୍ଚଳରେ ୩୦ ଲକ୍ଷରୁ ଅଧିକ ଠକେଇ ପରେ ସେଠାରୁ ଘର ଛାଡି ଧଉଳି ଥାନା ନୂଆ ଗାଁ ଅଞ୍ଚଳକୁ ଚାଲିଗଲେ । ଫୁଲବାଣୀ ରାଇକିଆର ବିଜୟ ପ୍ରଧାନଙ୍କୁ ପୁଲିସ୍‌ ଚାକିରି କରି ଦେବାକୁ କହି ୧ ଲକ୍ଷ ୮ ହଜାର ଟଙ୍କା ଅଗ୍ରୀମ ନେଇଥିଲେ । ପୁଲିସ୍‌ ଚାକିରି ପାଇବା ପରେ ବାକି ୩ ଲକ୍ଷ ଟଙ୍କା ୯୨ ହଜାର ଟଙ୍କା ନେବେ ବୋଲି କହିଥିଲେ । ବିଜୟଙ୍କ ବିଶ୍ୱାସ ବଢ଼ାଇବା ପାଇଁ ୩ ଜଣ ନକଲି ପୁଲିସ୍‌ଙ୍କୁ ଆଣି ତାଙ୍କୁ ଭେଟାଇଥିଲେ । ସେଇଭଳି ସୁନ୍ଦରଗଡ଼ ସ୍ଥିତ କୁଆଁରମୁଣ୍ଡାର ସତ୍ୟ ରଞ୍ଜନ ଜେନାଙ୍କୁ ରେଲୱେରେ ଚାକିରି କରି ଦେବା ନାଁରେ ୧୦ ଲକ୍ଷ ଟଙ୍କା ନେଇଥିଲେ।

ଏମିତିକି ସତ୍ୟଙ୍କୁ ସେ ପଶ୍ଚିମବଙ୍ଗ ନେଇ ସେଠାରେ ନକଲି ରେଲୱେ ପରୀକ୍ଷାରେ ବସାଇଥିଲେ । ପରେ କହିଥିଲେ ଏଠି ଚାକିରି ହେବନି । ମୁଁ ଖୋର୍ଦ୍ଧାରେ କରାଇ ଦେବି । ହେଲେ ପରେ ଆଉ ଧରା ଦେଇ ନଥିଲେ। ତେବେ ଏଥିରେ ସରୋଜକୁ ସମ୍ପୂର୍ଣ୍ଣର୍ ସହଯୋଗ କରୁଥିଲେ ତାଙ୍କ ପ୍ରେମିକା । ଠକାମିର ଶିକାର ସତ୍ୟ ଓ ବିଜୟ ଧଉଳି ଥାନାରେ ଏତଲା ଦେଇଥିଲେ । ପୁଲିସ୍‌ ମାମଲା ରୁଜୁ କରି ଆରମ୍ଭ କରିଥିଲା ତନାଘନା । ସରୋଜ ଚାକିରି ନାଁରେ ଲକ୍ଷ ଲକ୍ଷ ଲୁଟିଥିବା ପ୍ରମାଣ ମିଳିଥିଲା । ଗତକାଲି ରାତିରେ ଧଉଳି ଥାନା ପୁଲିସ୍‌ ଜଗତସିଂହପୁର ଯାଇ ସରୋଜ୍‌ଙ୍କୁ ଗିରଫ କରିଥିଲା । ଏନେଇ ଧଉଳି ଥାନା ଆଇଆଇସି ଦୟାନିଧି ନାୟକ କହିଛନ୍ତି, ସରୋଜ ଅନେକ ଲୋକଙ୍କୁ ଠକିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଏଥିରେ ଆଉ ଯେଉଁମାନଙ୍କର ଲିଙ୍କ୍‌ ରହିଛି ସେମାନଙ୍କୁ ଖୁବ୍‌ ଶୀଘ୍ର ଗିରଫ କରାଯିବ ।

ସମ୍ବନ୍ଧିତ ଖବର