ଉନ୍ନାଓ ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦେଶ: ୪୫ ଦିନରେ ସରିବ ଶୁଣାଣି, ପୀଡିତାଙ୍କ ପରିବାରକୁ ଦିଆଯାଉ ୨୫ ଲକ୍ଷ କ୍ଷତିପୂରଣ ଓ ସିଆରପିଏଫ୍ ସୁରକ୍ଷା

ନୂଆଦିଲ୍ଲୀ,୧।୮: ଉନ୍ନାଓ ବଳାତ୍କାର ଏବଂ ପୀଡ଼ିତାଙ୍କ ଦୁର୍ଘଟଣା ମାମଲାରେ ସୁପ୍ରିମକୋର୍ଟରେ ଆଜି   ଦୁଇ ଥର ଶୁଣାଣି ହୋଇଛି । ପ୍ରଧାନ ବିଚାରପତି ରଂଜନ ଗୋଗୋଇଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ଏ ସମ୍ପର୍କିତ ୪ ମାମଲାକୁ ଉତ୍ତରପ୍ରଦେଶର ଲକ୍ଷ୍ନୌରୁ ଦିଲ୍ଲୀକୁ ସ୍ଥାନାନ୍ତର କରିଛନ୍ତି ସୁପ୍ରିମକୋର୍ଟ।  ଦୁର୍ଘଟଣା ମାମଲାର ତଦନ୍ତ ୭ ଦିନ ମଧ୍ୟରେ ଶେଷ କରିବା ପାଇଁ ସୁପ୍ରିମକୋର୍ଟ ସିବିଆଇକୁ ନିର୍ଦେଶ ଦେଇଛନ୍ତି। ଏହାସହ ସମସ୍ତ ମାମଲାର ଶୁଣାଣି ୪୫ ଦିନ ମଧ୍ୟରେ ସାରିବାକୁ ସୁପ୍ରିମକୋର୍ଟ କହିଛନ୍ତି। ଏହାସହ ସୁପ୍ରିମକୋର୍ଟ ଆସନ୍ତାକାଲି ସୁଦ୍ଧା ଯୋଗୀ ସରକାରଙ୍କୁ ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କୁ ୨୫ ଲକ୍ଷ ଟଙ୍କାର କ୍ଷତି ପୂରଣ ଦେବାକୁ କହିଛନ୍ତି।  ପୀଡ଼ିତାଙ୍କ ମା’ ଓ ପରିବାର ଲୋକଙ୍କୁ ସିଆରପିଏଫର ସୁରକ୍ଷା  ଯୋଗାଇ ଦେବାକୁ ମଧ୍ୟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ନିର୍ଦ୍ଦେଶ ଦେଇଛନ୍ତି।

ଆଜି ସୁପ୍ରିମକୋର୍ଟରେ ପ୍ରଥମେ ପୀଡ଼ିତାଙ୍କ ଚିଠି ସମ୍ପର୍କିତ ମାମଲାର ଶୁଣାଣି ହୋଇଥିଲା  ପ୍ରଥମ ଶୁଣାଣି ବେଳେ ଉନ୍ନାଓ ବଳାତ୍କାର ଏବଂ ଦୁର୍ଘଟଣା ମାମଲାର ତଦନ୍ତ ସାରିବାକୁ କେତେଦିନ ଲାଗିବ ବୋଲି ପ୍ରଧାନ ବିଚାରପତି ରଂଜନ ଗୋଗୋଇ ସଲିସିଟର ଜେନେରାଲଙ୍କୁ ପ୍ରଶ୍ନ କରିଥିଲେ । ସଲିସିଟର ଜେନେରାଲ ତଦନ୍ତ ପ୍ରକ୍ରିୟା ଶେଷ କରିବାକୁ ମାସେ ସମୟ ମାଗିଥିଲେ। ମାତ୍ର ପ୍ରଧାନ ବିଚାରପତି ରଂଜନ ଗୋଗୋଇ, ଜଷ୍ଟିସ୍‍ ଦୀପକ୍‍ ଗୁପ୍ତା ଓ ଅନିରୁଦ୍ଧ ବୋଷ୍‍ଙ୍କ ପୀଠ ମାସେ ନୁହେଁ ୭ ଦିନ ମଧ୍ୟରେ ଦୁର୍ଘଟଣା ମାମଲାର ତଦନ୍ତ ଶେଷ କରିବାକୁ ନିର୍ଦେଶ ଦେଇଛନ୍ତି।

ମାମଲାର ଶୁଣାଣି ସମୟରେ ଖଣ୍ଡପୀଠ ପୀଡ଼ିତାଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ପୀଡିତାଙ୍କ ମେଡିକାଲ ରିପୋର୍ଟ ଦେଖିବା ପରେ ସୁପ୍ରିମକୋର୍ଟ କହିଛନ୍ତି  ହେଲିକପ୍ଟର ଯୋଗେ ପୀଡ଼ିତାକୁ ଲକ୍ଷ୍ନୌରୁ ଏୟାର ଆମ୍ବୁଲାନ୍ସ ଯୋଗେ ଦିଲ୍ଲୀକୁ ଆଣିହେବ। ଆଣିବା ପାଇଁ ତାଙ୍କ ପରିବାର ଲୋକଙ୍କ ଅନୁମତି ଅଣାଯିବ। ଆଜି   ଶୁଣାଣି ବେଳେ ସିବିଆଇର ଯୁଗ୍ମ ନିର୍ଦେଶକ ସମ୍ପତ ମିଣା ସୁପ୍ରିମକୋର୍ଟରେ ହାଜର ହୋଇଥିଲେ। ଏହି ସମୟରେ ତାଙ୍କୁ ପୀଡିତାଙ୍କୁ ବାପାଙ୍କ ହାଜତ ମୃତ୍ୟୁ ମାମଲାରେ ଅନେକ ଗୁଡିଏ ପ୍ରଶ୍ନ ପଚରାଯାଇଥିଲା। ଉନ୍ନାଓ  ବଳାତ୍କାର ପୀଡ଼ିତାଙ୍କ ଦୁର୍ଘଟଣା ଉପରେ ଗୁରୁବାର ସୁଦ୍ଧା ସ୍ଥିତାବସ୍ଥା ରିପୋର୍ଟ ଦାଖଲ କରିବାପାଇଁ ସୁପ୍ରିମକୋର୍ଟ ଉତ୍ତରପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ପାଖକୁ ବଳାତ୍କାର ପୀଡ଼ିତା ଲେଖିଥିବା ଚିଠି ଖଣ୍ଡପୀଠ ନିକଟରେ କାହିଁକି ଦାଖଲ କରାଯାଇ ନାହିଁ ବୋଲି କୋର୍ଟ ପକ୍ଷରୁ ସେକ୍ରେଟାରୀ ଜେନେରାଲ୍‍ଙ୍କଠାରୁ ରିପୋର୍ଟ ମଗାଯାଇଛି।

   ସମ୍ବନ୍ଧିତ ଖବର


ମାନସିକ ଅବସାଦ ଅର୍ଥ ନୁହେଁ ପାଗଳାମି, ଅପରାଧ ପାଇଁ ମିଳିବ ଦଣ୍ଡ

ରାଉରକେଲା ସ୍କର୍ପିଓ ପୋଡି ଘଟଣା; ଗୋମାଂସ ଚାଲାଣ ସନ୍ଦେହରେ ଦୁର୍ବୃତ୍ତ ଜାଳିଥିଲେ ଗାଡି, ଡ୍ରାଇଭର ସମେତ ୪ ଗିରଫ

କଟକ ସହର ପାଇଁ ଆଉ ଏକ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା : ସ୍କିପ୍ସ ପ୍ରୋଜେକ୍ଟରେ ପ୍ରଥମ ଗ୍ରୀଡ୍ ଲୋକାର୍ପିତ

ଲଭ ଜିହାଦକାରୀଙ୍କୁ ଯୋଗୀ ରୋକଠୋକ୍‌ ଶୁଣାଇଲେ ରାମ ନାମ ସତ୍ୟ ହୈ…ସୁଧୁରି ନଗଲେ ହୋଇଯିବ ଶେଷ

ଭାରତୀୟ ସେନା ପ୍ରସ୍ତୁତ କରିଛି ସ୍ୱଦେଶୀ ଆଣ୍ଡ୍ରଏଡ୍‌ ମେସେଜିଂ ଆପ୍‌ ‘ସାଇ’

ହଲିଉଡର ଭେଟରାନ ଅଭିନେତା ସିନ୍‌ କନେରିଙ୍କ ପରଲୋକ, ୭ଟି ଫିଲ୍ମରେ ଜେମ୍ସ ବଣ୍ଡ ଭୂମିକାରେ କରିଥିଲେ ଅଭିନୟ