ରିୟଲ ଲାଇଫ୍ ‘ଭିକି ଡୋନର’: ୪୭ଟି ପିଲାଙ୍କର ବାପା ହେବାପରେ ଏବେ ସ୍ତ୍ରୀ ଦେବେ ଛାଡପତ୍ର

ନୂଆଦିଲ୍ଲୀ,୧୧।୪: କ’ଣ ଆପଣ ‘ଭିକି ଡୋନର’ ଫିଲ୍ମ ଦେଖିଛନ୍ତି? ଯଦି ଦେଖିଛନ୍ତି ତେବେ ଖୁବ୍ ଭଲ କଥା। କାରଣ ଯେଉଁ ଲୋକ ଦେଖିନାହାଁନ୍ତି ତାଙ୍କୁ କହିଦିଅନ୍ତୁ ଏହା ଜଣେ ସ୍ପର୍ମ ଡୋନରଙ୍କ କାହାଣୀ। ଆୟୁଷ୍ମାନ ଖୁରାନା ଏହି ଫିଲ୍ମରେ ଖୁବ୍ ଭଲ ଅଭିନୟ କରିଥିଲେ। ତେବେ ଠିକ୍ ଏଭଳି ଏକ ବାସ୍ତବିକ କାହାଣୀ ସୋସିଆଲ ମିଡିଆ ପ୍ଲାଟଫର୍ମ(reddit)ରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଲଣ୍ଡନର ଜଣେ ମହିଳା କହିଛନ୍ତି ତାଙ୍କର ସ୍ବାମୀ ପ୍ରାୟ ୪୭ଟି ପିଲାଙ୍କ ବାପା। କାରଣ ତାଙ୍କର ସ୍ବାମୀ ୪୭ ଜଣଙ୍କୁ ସ୍ପର୍ମ(ଶୁକ୍ରାଣୁ) ଦାନ କରିସାରିଛନ୍ତି।
ମହିଳା ଜଣକ ସୋସିଆଲ ମିଡିଆରେ ନିଜର କାହାଣି ଲେଖି କହିଛନ୍ତି, ତାଙ୍କର ସ୍ବାମୀ ବିବାହ ପୂର୍ବରୁ ସ୍ପର୍ମ ଡୋନର ଥିଲେ। ଏହି ସମୟରେ ମୁଁ ତାଙ୍କୁ ସେ ବିଷୟରେ ଆଉ କିଛି ନକହିବାକୁ କହିଥିଲି। କିନ୍ତୁ ଯେତେବେଳେ ମୋତେ ଜଣାପଡିଲା ଯେ ତାଙ୍କ ସ୍ପର୍ମରୁ ୪୭ଟି ପିଲା ଅଛନ୍ତି, ତାହା ଶୁଣି ମୁଁ ଏବେ ଆଶ୍ଚର୍ଯ୍ୟ। ଆମର ୮ ବର୍ଷର ସମ୍ପର୍କ ଏବେ ଭାଙ୍ଗିଯିବାର ବାଟରେ ଆସିଛି। ମହିଳା ଜଣକ କମେଣ୍ଟ ଜରିଆରେ ସୋସିଆଲ ମିଡିଆରେ ଲୋକଙ୍କର ରାୟ ପଚାରିଥିଲେ।
ମହିଳା ଜଣକ କହିଛନ୍ତି ତାଙ୍କର ସ୍ବାମୀ ଯେତେବେଳେ କହିଥିଲେ ତାଙ୍କୁ ଲାଗିଥିଲା ଅତିବେଶୀରେ ୨-୩ ଟି ପିଲାଙ୍କର ସେ ସ୍ପର୍ମ ଫାଦର ହୋଇପାରନ୍ତି। ଏଥିରେ ତାଙ୍କର କିଛି ଭୁଲ ନାହିଁ, ଭୁଲ ସବୁ ମୋର, ମୁଁ ଆଜି ପର୍ଯ୍ୟନ୍ତ ଅଧା ସତ ଜାଣିଥିଲି। ସମ୍ପୂର୍ଣ୍ଣ ସତ ଜାଣିବା ପରେ ମୁଁ ଚିନ୍ତାରେ ଅଛି ବୋଲି ମହିଳା ଜଣକ କହିଛନ୍ତି। ତାଙ୍କର କହିବା ଅନୁସାରେ ଆଇନ ଅନୁଯାୟୀ ୧୮ ବର୍ଷ ପରେ ପିଲାମାନଙ୍କୁ ଏହା ଜାଣିବାକୁ ଅଧିକାର ଥାଏ ଯେ ତାଙ୍କର ବାପା କିଏ? ଏଭଳି ପରିସ୍ଥତିରେ ଯେତେବେଳେ ଆମେ ବୁଢାବୁଢି ହୋଇଯାଇଥିବୁ ତେବେ ଆମର କ’ଣ ହେବ?
ସୋସିଆଲ ମିଡିଆରେ ଲୋକମାନେ ମହିଳା ଜଣଙ୍କର କହିବା ପଢିବା ପରେ ବିଭିନ୍ନ ପ୍ରକାର ପରାମର୍ଶ ଦେଇଛନ୍ତି। କିଛି ଲୋକ କହିଛନ୍ତି ଏଥିରେ ତାଙ୍କ ସ୍ବାମୀଙ୍କର କିଛି ଭୁଲ ନାହିଁ। କାରଣ ସେ ବିବାହ ପୂର୍ବରୁ କହିସାରିଛନ୍ତି। ଦ୍ବିତୀୟ କଥା ହେଲା ଯେ, ସେ ସ୍ପର୍ମ ଡୋନୋଟ୍ କରିଛନ୍ତି, କୌଣସି ମହିଳାଙ୍କ ସହ ଶାରିରୀକ ସମ୍ପର୍କ ରଖିନାହାଁନ୍ତି। ଦୁହିଁଙ୍କର ୮ ବର୍ଷର ଝିଅ ଥିବାରୁ ଲୋକମାନେ ମହିଳା ଜଣକୁ କହିଛନ୍ତି ଛାଡପତ୍ର ନେବା ଠିକ୍ କଥା ନୁହେଁ। ବିନାକାରଣରେ ଝିଅର ଜୀବନ ନଷ୍ଟ ହୋଇଯିବ।