PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଅଗଷ୍ଟରେ ବି ନିଅଣ୍ଟିଆ ବର୍ଷା, ପୁଣି ଘନେଇଲା ମରୁଡ଼ି ଆଶଙ୍କା, ୧୫ ଦିନରେ ଉପକୂଳ ଜିଲ୍ଲାରେ ଉଭେଇ ଯିବ ବର୍ଷା
  • ||
  • ପଟ୍ଟାଙ୍ଗି : ବାଇକ୍‌ର କିସ୍ତି ଟଙ୍କା ବାନ୍ଧି ଘରକୁ ଫେରୁଥିଲେ ଧକ୍କା ଦେଲା ୧୦ ଚକିଆ ଟ୍ରକ୍, ଆଖି ବୁଜିଲେ ମାମୁଁ-ଭଣଜା
  • ||
  • ରାଉରକେଲା : ରାଉରକେଲା ପ୍ଲାଣ୍ଟସାଇଡ୍ ଥାନା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ ୧୩ ବର୍ଷର ଝିଅକୁ ବିକ୍ରି କରୁଥିଲା ଜନ୍ମକଲା ମାଆ, ବାପାଙ୍କ ଅଭିଯୋଗ ପରେ ଉଦ୍ଧାର ହେଲା ନାବାଳିକା
  • ||
  • ପଦ୍ମପୁର : ଗାଇସିଲେଟ ବ୍ଲକ ଅଧୀନ ଚାରିଛକଠାରୁ ମଲମଣ୍ଡା ବୌଦ୍ଧବିହାର ଗନିଆଁପାଲି ରାସ୍ତା ମରାମତି ପାଇଁ ଶୁଣିଲାନି ପ୍ରଶାସନ, ଧାନ ରୋଇ ପ୍ରତିବାଦ କଲେ ଗ୍ରାମବାସୀ
  • ||
  • କୋରାପୁଟ : ଆଜିଠୁ ଖୋଲିବ ଶାବର ଶ୍ରୀକ୍ଷେତ୍ର, ବାହାର ଭୋଗ ମନା, କଟକଣାରେ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସାମାନ୍ୟ ବଢ଼ିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୧୨୯ ଜଣ କୋଭିଡ ପଜିଟିଭ୍
  • ||
  • ବ୍ରହ୍ମପୁର : ଦୀର୍ଘ ଦିନ ପରେ ଖୋଲିଲା ବ୍ରହ୍ମପୁରର ସବୁ ମନ୍ଦିର, ଦିଅଁଙ୍କ ନିକଟରେ ଭୋଗ କରିପାରିବେନି ଭକ୍ତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୦୨କୁ ବୃଦ୍ଧି
  • ||

ଆଳୁ ବ୍ୟବସାୟୀ କରୋନା ପଜିଟିଭ୍

ଜଗତସିଂପୁର, ୦୭ ଅଗଷ୍ଟ : ଆଳୁ ବ୍ୟବସାୟୀ କରୋନା ପଜିଟିଭ୍‌ । ଏହି ବ୍ୟବସାୟୀ ଓ ତାଙ୍କ ପରିବାର ଲୋକ ପଜିଟିଭ୍ ଚିହ୍ନଟ ପରେ  ସ୍ଥାନୀୟ ପ୍ରଶାସନ ଶୁକ୍ରବାର ଜଗତସିଂହପୁର ଜିଲ୍ଲା ନାଉଗାଁ ବଜାରକୁ ବ୍ଲକ ପ୍ରଶାସନ ପକ୍ଷରୁ ୪୮ ଘଣ୍ଟା ପାଇଁ ସଟ୍ ଡାଉନ ଘୋଷଣା କରାଯାଇଛି।

ସୂଚନା ମୁତାବକ, ନାଉଗାଁ ବଜାରରେ ଜଣେ ଆଳୁ ବ୍ୟବସାୟୀଙ୍କ ସମେତ ତାଙ୍କ ଭାଇ ଓ ତାଙ୍କ ଗାଡ଼ି ଚଳାଉଥିବା ଦୁଇ ଜଣ ଡ୍ରାଇଭରଙ୍କ ସମେତ ଆଳୁ ଗୋଦାମରେ କାମ କରୁଥିବା ଜଣେ ବ୍ୟକ୍ତିଙ୍କ ଠାରେ କରୋନା ଲକ୍ଷଣ ଦେଖିବାକୁ ମିଳିଥିଲା । ତେଣୁ ଗତ ୪ ତାରିଖ ଦିନ ପ୍ରଶାସନ ପକ୍ଷରୁ ସେମାନଙ୍କର ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ ପଠା ଯାଇଥିଲା। ଶୁକ୍ରବାର ଯାଇଥିବା ପାଞ୍ଚ ଗୋଟି ରିପୋର୍ଟ କରୋନା ପଜିଟିଭ ଆସିବାରୁ ବ୍ଲକ ପ୍ରଶାସନ ପକ୍ଷରୁ ସମଗ୍ର ନାଉଗାଁ ବଜାରକୁ ୪୮ ଘଣ୍ଟା ପାଇଁ ସଟଡାଉନ୍ ଘୋଷଣା କରାଯାଇଛି ।