PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କନ୍ଧମାଳ- ଗୋଚ୍ଛାପଡା ପୁଲିସ ଦ୍ବାରା ୧୦୭ କିଲୋ ଗଞ୍ଜେଇ ଜବତ । ଜାମସେଦପୁର ଅଞ୍ଚଳର ଦୁଇ ଗିରଫ ।
  • ||
  • ଗଞ୍ଜାମ- କୁକୁଡାଖଣ୍ଡି ବ୍ଲକ କାଳୁଆ ଛକରେ ୭ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କଲା ଅବକାରୀ।
  • ||
  • ଭୁବନେଶ୍ଵର : ବିଭିନ୍ନ ରାଜ୍ୟରେ ଡାକ୍ତରମାନଙ୍କୁ ଆକ୍ରମଣ, ଆସନ୍ତା ୧୮ ତାରିଖକୁ ଜାତୀୟ ପ୍ରତିବାଦ ଦିବସ ଭାବେ ପାଳିବ ଭାରତୀୟ ଚିକିତ୍ସକ ସଂଘ
  • ||
  • ବଲାଙ୍ଗୀର : ସଦର ଏସଡିପିଓଙ୍କ ପ୍ରେସମିଟ, ୨୨ ବାଇକ, ୨ ପିକଅପ ଜବତ, ୭ ଗିରଫ
  • ||
  • ମାଲକାନାଗିରି : ମାଲକାନଗିରି-ଆନ୍ଧ୍ର ସୀମାରେ ନକ୍ସଲ ଓ ପୋଲିସ ମୁହାଁମୁହିଁ, ଏନକାଣ୍ଟରରେ ୬ ହାଡକୋର ମାଓବାଦୀ ନିହତ
  • ||
  • ପାରାଦୀପ : ଜିଏସଟି ଫାଙ୍କୁଥିବା ଅଭିଯୋଗରେ ସ୍କାର୍ପ ବୋଝେଇ ଟ୍ରକ ଅଟକ, ବାଣିଜ୍ୟ କର ବିଭାଗ ଦ୍ଵାରା ଅଟକ
  • ||
  • ଅନୁଗୁଳ : ରେଙ୍ଗାଲି ବିରାଜ ଷ୍ଟିଲ ସାମ୍ନାରେ ଟ୍ରକ୍ ସହ ଧକ୍କା ହୋଇ କାର୍ ଚୂରମାର, ଘଟଣାସ୍ଥଳରେ ଜଣେ ମ୍ରୁତ, ଜଣେ ଗୁରୁତର
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଉତ୍ତରାମୁଖୀ ସାହିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗଣ୍ଡଗୋଳ, ଛୁରୀ ମାଡ଼ରେ ଜଣେ ମୃତ ଓ ଦୁଇଜଣ ଆହତ, ସମସ୍ତେ ଏମକେସିଜିରେ ଭର୍ତ୍ତି
  • ||
  • ଭୁବନେଶ୍ଵର : ଆଉ ଅଳ୍ପ ଦିନ ମଧ୍ୟରେ ସଂକ୍ରମଣ ସମ୍ପୂର୍ଣ୍ଣ କମିଯିବ, ‘ଅନଲକ୍’ ହେଲେବି ଲୋକଙ୍କୁ ନିୟମ କଡାକଡି ପାଳନ କରିବାକୁ ପଡିବ- ଡିଏମଇଟି
  • ||
  • ବାଲିପାଟଣା : ଧାନ ବ୍ୟବସାୟୀଙ୍କୁ ବୋମା ମାଡ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଢେଙ୍କାନାଳ : ବିବାହ କରିବାକୁ ମନା କରିଦେଲେ ପ୍ରେମିକା, ଦେହରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କଲା ବିଫଳ ପ୍ରେମିକ
  • ||
  • ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ଥାନା କୁଲାବେଡା ଜଙ୍ଗଲରେ ମାଓବାଦୀ-ଯବାନଙ୍କ ମଧ୍ୟରେ ଗୁଳି ବିନିମୟ
  • ||
  • ଭୁବନେଶ୍ୱର : ଓଡ଼ିଶାରୁ ଆଉ ୪୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୪୩୨କୁ ବୃଦ୍ଧି
  • ||
  • ଚୌଦ୍ଵାର: ଟ୍ରଲରକୁ ପିଟିଲା ପିକଅପ୍ ଭ୍ୟାନ୍, ୨ ମୃତ ଜଣେ ଗୁରୁତର
  • ||
  • କରଞ୍ଜିଆ : ସୋଲାର ଚୋରଙ୍କୁ ଧରିଲା ପୋଲିସ, ଖତ ଗଡ଼ିଆରେ ପୋତି ଲୁଚାଇ ରଖିଥିଲେ ସୋଲାର ପ୍ୟାନେଲ ଓ ବ୍ୟାଟେରୀ
  • ||
  • ଭୁବନେଶ୍ୱର : ରାଜ୍ୟରେ କମୁଛି ସଂକ୍ରମଣ, ୨୪ ଘଣ୍ଟାରେ ୩୫୩୫ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ପୁଣି ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ: ୪୮ ଘଣ୍ଟାରେ ପ୍ରବଳ ବର୍ଷା, ୱାର୍ଣ୍ଣିଂଜାରି

ଭୁବନେଶ୍ୱର ୨୪/୮ : ଦାନା ବାନ୍ଧୁଛି ଲଘୁଚାପ । ଏହା ପ୍ରଭାବରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ପାଣିପାଗ ପୂର୍ବାନୁମାନ ହେଲା, ଆହୁରି ଦୁଇଦିନ (୪୮ ଘଣ୍ଟା) ବର୍ଷା ଲାଗି ରହିବ । ପ୍ରବଳ ବର୍ଷା ଆଶଙ୍କାରେ ଶନିବାର ପାଇଁ ମୋଟ ୧୩ଟି ଜିଲ୍ଲା ପାଇଁ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ପ୍ରବଳରୁ ପ୍ରବଳତର ବର୍ଷା ଆଶଙ୍କାରେ ସୁନ୍ଦରଗଡ଼ ଓ କେନ୍ଦୁଝରରେ ଅରେଞ୍ଜ୍‌ ୱାର୍ଣ୍ଣିଂ ଜାରି କରାଯାଇଛି । ଆଉ ୧୧ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

source:http://www.thanhniennews.com

ଗତକାଲି ପଶ୍ଚିମ କେନ୍ଦ୍ରୀୟ ଓ ପାଶ୍ୱର୍ବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଉପରେ ଥିବା ଘୂର୍ଣ୍ଣିବଳୟ ଘନୀଭୂତ ହେଉଛି । ଏବେ ଏହା ଉତ୍ତର ପଶ୍ଚିମ ବଙ୍ଗୋପସାଗରର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ରହିଛି । ଏହା ଆସନ୍ତା ୩୬ ଘଣ୍ଟା ଭିତରେ ଘନୀଭୂତ ହୋଇ ଓଡ଼ିଶା ଉପରେ ହିଁ ଲଘୁଚାପରେ ରୂପ ନେବା ସମ୍ଭାବନା ଅଛି । ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ୨୪ ଓ ୨୫ ତାରିଖରେ ବର୍ଷା ଜାରି ରହିବ ।

ପାଣିପାଗ ବିଭାଗର ପୂର୍ବାନୁମାନ ହେଲା, ଆସନ୍ତାକାଲି (ଶନିବାର) ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ସୁନ୍ଦରଗଡ଼ ଓ କେନ୍ଦୁଝରରେ ପ୍ରବଳରୁ ପ୍ରବଳତର ବର୍ଷା ଆଶଙ୍କା ଅଛି । ମୟୂରଭଞ୍ଜ, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ରାୟଗଡ଼ା, ସୋନପୁର, ବୌଦ୍ଧ, ବଲାଙ୍ଗିର, ଅନୁଗୁଳ, କଳାହାଣ୍ଡି ଓ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ରବିବାର ଉତ୍ତର ଓଡ଼ିଶାର ଅନେକ ସ୍ଥାନ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଅଳ୍ପ ଜାଗାରେ ବର୍ଷା ହେବ । ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗିର ଓ ନୂଆପଡ଼ାରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ସୋମବାରଠାରୁ ବର୍ଷା ପ୍ରକୋପ କମିଯିବ । କାଁ ଭାଁ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ ।

ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବା ଓଡ଼ିଶା ଉପକୂଳରେ ୪୦-୫୦ କିମି ବେଗରେ ପବନ ବହିପାରେ । ଏଥିପାଇଁ ମତ୍ସ୍ୟଜୀବୀଙ୍କୁ ଆସନ୍ତା ଦୁଇଦିନ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି ।

ବର୍ଷା ଆରମ୍ଭ ହୋଇଥିବାବେଳେ ଆହୁରି ବର୍ଷା ଆଶଙ୍କାରେ ସରକାର ସ୍ଥିତି ମୁକାବିଲା ପାଇଁ ତତ୍ପର ହୋଇପଡ଼ିଛନ୍ତି । ସମସ୍ତ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ପ୍ରବଳ ବର୍ଷା ଆଶଙ୍କା ଥିବା ଜିଲ୍ଲାଗୁଡ଼ିକରେ ପ୍ରଶାସନ ସଜାଗ ରହିବାକୁ କୁହାଯାଇଛି । ଅଗ୍ନିଶମ, ଓଡ୍ରାଫ, ଏନଡିଆରଏଫ୍‌କୁ ମଧ୍ୟ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାପାଳମାନେ ସ୍ଥିତି ଉପରେ ନଜର ରଖିବା ସହ ନିୟମିତ ଯୋଗାଯୋଗରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଆଜି ସନ୍ଧ୍ୟା ସୁଦ୍ଧା ଭୁବନେଶ୍ୱର, କଟକ, ପାରାଦୀପ, ଝାରସୁଗୁଡ଼ା, କେନ୍ଦୁଝର, ସମ୍ବଲପୁର, ସୁନ୍ଦରଗଡ଼ରେ ଅଧିକ ବର୍ଷା ହୋଇଛି । ଲଗାଣ ବର୍ଷା ଯୋଗୁ ଭୁବନେଶ୍ୱରରେ ଭୟାନକ କୃତ୍ରିମ ବନ୍ୟା ପରିସ୍ଥିତି ଉପୁଜିଛି ।