୪ର୍ଥ ପର୍ଯ୍ଯାୟ ମତଦାନ: ୧୦,୭୯୨ ବୁଥରେ ମତଦାନ କରିବେ ୯୫ ଲକ୍ଷ ୬୫୩ ଭୋଟର, କେନ୍ଦ୍ରାପଡା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର ୨୮/୪: ୪ର୍ଥ ପର୍ଯ୍ଯାୟ ମତଦାନ ନେଇ ସିଇଓଙ୍କ ପ୍ରେସମିଟ୍ । ଆସନ୍ତାକାଲି ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ମତଦାନ ହେବ । ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ରାଜ୍ଯ ମୁଖ୍ୟ ନିର୍ବାଚନ ଅଧିକାରୀ । ୮ଟି ଜିଲ୍ଲାର ୬ ଲୋକସଭା ଓ ୪୧ ବିଧାନସଭା କ୍ଷେତ୍ରରେ ମତଦାନ ହେବ । ୬ ଲୋକସଭା ଆସନ ପାଇଁ ୫୨ ପ୍ରାର୍ଥୀ ଏବଂ ୪୧ ବିଧାନସଭା ପାଇଁ ୩୩୬ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି । ସମୁଦାୟ ୧୦,୭୯୨ ବୁଥରେ ମତଗ୍ରହଣ ହେବ  ।

ଶୃଙ୍ଖଳିତ ନିର୍ବାଚନ ପାଇଁ ୫୫୪ ବୁଥରେ ସିସିଟିଭି ବ୍ଯବସ୍ଥା କରାଯାଇଛି । କେନ୍ଦ୍ରାପଡା ଉପରେ ସ୍ୱତନ୍ତ୍ର ଧ୍ଯାନ ଦିଆଯାଇଥିବା ସିଇଓ ସୂଚନା ଦେଇଛନ୍ତି । କେନ୍ଦ୍ରାପଡାରେ ଅଧିକ ଫୋର୍ସ ମୁତୟନ କରାଯାଇଛି । ଏହି ପର୍ଯ୍ୟାୟରେ ସମୁଦାୟ ୯୫ ଲକ୍ଷ ୬୫୩ ଭୋଟର ନିଜ ମତ ସାବ୍ୟସ୍ତ କରିବେ । ୪ର୍ଥ ପର୍ୟ୍ୟାୟ ପାଇଁ ୭୨ ହଜାର ୩୬୩ ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି । ୧୦୫ଟି ବୁଥ୍ ସମ୍ପୂର୍ଣ୍ଣ ଭାବେ ମହିଳା ପରିଚାଳନା କରିବେ । ୩୦୯୨ ପୋଲିଂ ଷ୍ଟେସନ କ୍ରିଟିକାଲ୍ ପୋଲିଂ ଷ୍ଟେସନ ରୂପେ ଚିହ୍ନଟ କରାଯାଇଛି । ୫୯୫ ବୁଥରେ ମାଇକ୍ରୋ ଅବଜରଭର୍ ବ୍ଯବସ୍ଥା କରାଯାଇଛି । ୨୧ ହଜାର ୪୨୮ ଭଲ୍ଯୁଣ୍ଟିୟର ମଧ୍ଯ ମତଦାନକେନ୍ଦ୍ରରେ କାର୍ଯ୍ଯ କରିବେ ।