୧୮ରେ ୪ର୍ଥ ପର୍ଯ୍ୟଟନ ସମ୍ମେଳନ: ଯୋଗଦେବେ ନାମୀ ଦାମୀ ଟୁର୍‌ ଅପରେଟର୍‌

ଭୁବନେଶ୍ୱର,୧୫ ।୯(ବ୍ୟୁରୋ): ପର୍ଯ୍ୟଟନ ବିକାଶ ଦିଗରେ ଆଉ ଏକ ପାଦ ଆଗକୁ ବଢ଼ିବା ପାଇଁ ହୋଟେଲ୍‌ ଆଣ୍ଡ ରେସ୍ତୋରାଁ ଆସୋସିଏସନ୍‌ ଅଫ୍‌ ଓଡିଶା’ (ହାରୋ)ପକ୍ଷରୁ ଆୟୋଜିତ ହେବାକୁ ଯାଉଛି ଚତୁର୍ଥ ପର୍ଯ୍ୟଟନ ସମ୍ମେଳନ । ସେପ୍ଟେମ୍ବର ୧୮ରେ ହେବାକୁ ଥିବା ଏହି ସମ୍ମେଳନରେ ଚଳିତ ବର୍ଷ ‘ରାଜ୍ୟ ଅର୍ଥ ବ୍ୟବସ୍ଥାର ଅଭିବୃଦ୍ଧି ଦିଗରେ ପର୍ଯ୍ୟଟନ’ କିପରି ସହାୟକ ହୋଇ ପାରିବ ସେ ଉପରେ ଆଲୋଚନା କରାଯିବ ।

କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଯୋଗଦେବାକୁ ଥିବା ବେଳେ ଅନ୍ୟତମ ଅତିଥି ଭାବେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ୍‌, କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗଦେଇ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ସେହିପରି ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଉପସ୍ଥିତ ଅତିଥିମାନଙ୍କୁ ସମ୍ବୋଧିତ କରିବେ । ବିଭିନ୍ନ ପର୍ଯ୍ୟାୟରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ରାଜ୍ୟ ପର୍ଯ୍ୟଟନ ଉପରେ ବିଭାଗୀୟ ସଚିବ ବିଶାଲ କୁମାର ଦେବ, ପରିବେଶ ପର୍ଯ୍ୟଟନ ଉପରେ ବିଭାଗୀୟ ସଚିବ ଡ. ମୋନା ଶର୍ମା, ହସ୍ତତନ୍ତ ଓ ହସ୍ତଶିଳ୍ପ ଉପରେ ବିଭାଗୀୟ ସଚିବ ଶୁଭା ଶର୍ମା ଆଗାମୀ ଦିନର କାର୍ଯ୍ୟପନ୍ଥା ଉପରେ ବିବରଣୀ ରଖିବେ । ଏହାବାଦ୍‌ କାର୍ଯ୍ୟକ୍ରମରେ ଭାରତର ଆଡଭେଞ୍ଚର ଟୁର୍‌ ଅପରେଟର୍ସ ଆସୋସିଏସନ୍‌ର ସଭାପତି କ୍ୟାପ୍‌ଟେନ୍‌ ସ୍ୱଦେଶ କୁମାର, ଆସୋସିଏସନ୍‌ ଅଫ୍‌ ଡୋମେଷ୍ଟିକ୍‌ ଟୁର୍‌ ଅପରେଟର୍ସ ଅଫ୍‌ ଇଣ୍ଡିଆର ସଭାପତି ପିପି ଖାନ୍ନା, ଇଣ୍ଡିଆ ଗୋଲ୍ଫ ଟୁରିଜିମ୍‌ ଆସୋସିଏସନ୍‌ର ସଭାପତି ରଜନ୍‌ ସୈଗଲ୍‌ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଓଡ଼ିଶାକୁ ଫୋକସ୍‌ କରିବେ ।

ଏନେଇ ରବିବାର ‘ହାରୋ’ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏଥିରେ ଅଧ୍ୟକ୍ଷତା କରି ‘ହାରୋ’ର ଅଧ୍ୟକ୍ଷ ଜେକେ ମହାନ୍ତି କହିଛନ୍ତି ୨୦୨୦ରେ ରାଜ୍ୟ ସରକାର ନୂତନ ପର୍ଯ୍ୟଟନ ନୀତି ପ୍ରଣୟନ କରିବାକୁ ଯାଉଛନ୍ତି । ତେଣୁ ହେବାକୁ ଥିବା ଚତୁର୍ଥ ପର୍ଯ୍ୟଟନ ସମ୍ମେଳନ ଢ଼େର ଗୁରୁତ୍ୱପୂର୍ଣ୍ଣ । ଏଠାରୁ ଯେଉଁ ନିର୍ଯ୍ୟାସ ବାହାରିବ ତାକୁ ଆମେ ପର୍ଯ୍ୟଟନ ନୀତିରେ ସାମିଲ କରିବାକୁ ସରକାରଙ୍କୁ ପ୍ରସ୍ତାବ ଦେବୁ । ଏହାଛଡା ଆଡଭେଞ୍ଚର ଟୁରିଜିମ୍‌ର ବିକାଶ ପାଇଁ ସରକାର କିପରି କାର୍ଯ୍ୟକରିବେ ସେ ଉପରେ ପ୍ରସ୍ତାବ ଦେବୁ । ବିଶେଷ କରି ମାଉଣ୍ଟେନ୍‌ କ୍ଲାଇମ୍ବି, ମାଉଣ୍ଟିୟରିଂ ଓ ଟ୍ରେକିଂ ପାଇଁ ଓଡିଶାର କୋରାପୁଟ, ଫୁଲବାଣୀ ଓ ରାୟଗଡ଼ା ଆଦି ଜିଲ୍ଲାରେ ଅଧିକ ସୁଯୋଗ ଥିବା ବେଳେ ଜଳକ୍ରୀଡ଼ା ପାଇଁ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ, ଚିଲିକାରେ ଢ଼େର ସୁଯୋଗ ରହିଛି । ଏହାଛଡ଼ା ଜଳକ୍ରୀଡ଼ା ପାଇଁ ସରକାର ପୂର୍ବରୁ କରିଥିବା ଯୋଜନାକୁ କିପରି କାର୍ଯ୍ୟକ୍ଷମ କରିବେ ହାରେ ସେ ଉପରେ ମଧ୍ୟ ପ୍ରାଧାନ୍ୟ ଦେବ । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ‘ହାରୋ’ର ସେକ୍ରେଟେରୀ ଜେନେରାଲ ଶ୍ରୀନିବାସ ସୁବୁଦ୍ଧି, କୋଷାଧ୍ୟକ୍ଷ ସୁଜିତ ମହାପାତ୍ର, ମିଲିନ୍ଦ ଗୁପ୍ତା, ମିଲନ୍‌ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

   ସମ୍ବନ୍ଧିତ ଖବର


ପଳାଶୁଣି ଛକରେ ସ୍କୁଟି ଉପରେ ଚଢ଼ିଗଲା ହାଇୱା, ଯୁବକ ମୃତ୍ୟୁ

ଏଥର ପ୍ରାକ୍‌ଛାଡ଼ଖାଇରେ ମହଙ୍ଗା ମାଡ଼ : ମଟନ୍‌ ୭୦୦, ଚିକେନ ୨୫୦.. ଆଜି ଆମିଷ ବଜାରରେ ଲାଗିବ ଭିଡ଼

ନୂଆ ବର୍ଷ ପୂର୍ବରୁ ବିଦା ହେବେ ଅପାରଗ ସରକାରୀ ବାବୁ: ଦକ୍ଷଙ୍କୁ ମିଳିବ ପଦୋନ୍ନତି ଓ ପ୍ରୋତ୍ସାହନ ରାଶି, ଠକଙ୍କୁ ବାଧ୍ୟତାମୂଳକ ଅବସର

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ: ନଭେମ୍ବର ୧ରୁ ଉତ୍ତରରେ, ୩ରେ ଉପକୂଳରେ ବର୍ଷା ସମ୍ଭାବନା

ଖଣ୍ଡୋଲାଇଟ୍‌ ଅଭାବରୁ ଅଟକିଛି ଶ୍ରୀମନ୍ଦିର ବାଇଶି ପାହାଚ ମରାମତି କାମ: ତାପଙ୍ଗ ଖଣିରୁ ଆସୁଥିଲା ପଥର

ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟଣା: ସୀମାଞ୍ଚଳଙ୍କ ମୃତ୍ୟୁ ସ୍ପଷ୍ଟ, ଆସିଲା ମାଂସ ଖଣ୍ଡର DNA ରିପୋର୍ଟ