PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

ପୋଖରୀରେ ବୁଡ଼ି ୫ ପିଲାଙ୍କ ମୃତ୍ୟୁ; ଜଣେ ଗୁରୁତର

pic-bhaskar.com

ଗୋଣ୍ଡା: ପୋଖରୀରେ ଜଗି ବସିଥିଲା ମୃତ୍ୟୁ। ପ୍ରଥମେ ଜଣେ, ଆଉ ତା ପରେ ଜଣଙ୍କ ପରେ ଜଣେ ୫ ନୀରିହ ଜୀବନ ଚାଲିଗଲା ଗଭୀର ପୋଖରୀ ଭିତରେ। ଉତ୍ତରପ୍ରଦେଶ ଗୋଣ୍ଡା ଜିଲ୍ଲାରେ ଏଭଳି ଛାତି ଥରାଇ ଦେଲା ଭଳି ଘଟଣା ଘଟିଛି। ପୋଖରୀରେ ବୁଡ଼ି ଗୋଟିଏ ପରିବାରର ୫ ପିଲାଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଚାଲିଛି।

ମୃତକମାନେ ଗୋଟିଏ ପରିବାର ଥିବା ବେଳେ ସେଥିମଧ୍ୟରୁ ୩ ପୁଅ ଓ ଦୁଇଟି ଝିଅ ଅଛନ୍ତି। ସେମାନେ ହେଲେ- ଚଞ୍ଚଲ(୮), ରାଗିଣୀ(୮), ପ୍ରକାଶିନୀ(୧୦), ଶିବକାନ୍ତ(୬), ଓ ମୁସ୍କାନ(୧୨)। ଏମାନେ ସମସ୍ତେ ନାବାଳକ ନାବାଳିକା ହୋଇଥିବା ବେଳେ ଘର ଖୋଡ଼ାରେ ଥାନା ଅନ୍ତର୍ଗତ ରସୁଲପୁରର ମିଶ୍ରୋଲିୟା ଗାଁରେ ବୋଲି ଏସ୍‌ପି ସନ୍ତୋଷ ମିଶ୍ର କହିଛନ୍ତି।    

ଘଟଣା ଅନୁସାରେ, ଗୁରୁବାର ସକାଳେ ପିଲାମାନେ ଗୋବର ଖତ ନେଇ ବିଲକୁ ଯାଇଥିଲେ। ବିଲରେ ଖତ ପକାଇ ଫରିବା ପରେ ସେମାନଙ୍କ ମଧ୍ୟରୁ ଗୋଟିଏ ପିଲା ଗୋଡ଼ହାତ ଧୋଇବାକୁ ନିକଟସ୍ତ ପୋଖରୀକୁ ଯାଇଥିଲା। ସେଠାରେ ପାଦ ଖସିଯିବାରୁ ପିଲାଟି ପୋଖରୀ ଭିତରେ ପଡ଼ିଯାଇଥିଲା। ତାକୁ ବଞ୍ଚାଇବାକୁ ଯାଇ ଅନ୍ୟ ପିଲାମାନେ ମଧ୍ୟ ପୋଖରୀ ଭିତରକୁ ଡେଇଁ ପଡ଼ିଥିଲେ। ଫଳରେ ଗୋଟିଏ ପରିବାରର ୫ ଜଣ ପିଲାଙ୍କର ଜୀବନ ଯାଇଛି। ଏହି ଘଟଣା ପରେ ଗାଁରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି। କାନ୍ଦ ବୋବାଳିରେ ପୂରା ଗାଁ ଫାଟି ପଡ଼ିଛି।