PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କନ୍ଧମାଳ- ଗୋଚ୍ଛାପଡା ପୁଲିସ ଦ୍ବାରା ୧୦୭ କିଲୋ ଗଞ୍ଜେଇ ଜବତ । ଜାମସେଦପୁର ଅଞ୍ଚଳର ଦୁଇ ଗିରଫ ।
  • ||
  • ଗଞ୍ଜାମ- କୁକୁଡାଖଣ୍ଡି ବ୍ଲକ କାଳୁଆ ଛକରେ ୭ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କଲା ଅବକାରୀ।
  • ||
  • ଭୁବନେଶ୍ଵର : ବିଭିନ୍ନ ରାଜ୍ୟରେ ଡାକ୍ତରମାନଙ୍କୁ ଆକ୍ରମଣ, ଆସନ୍ତା ୧୮ ତାରିଖକୁ ଜାତୀୟ ପ୍ରତିବାଦ ଦିବସ ଭାବେ ପାଳିବ ଭାରତୀୟ ଚିକିତ୍ସକ ସଂଘ
  • ||
  • ବଲାଙ୍ଗୀର : ସଦର ଏସଡିପିଓଙ୍କ ପ୍ରେସମିଟ, ୨୨ ବାଇକ, ୨ ପିକଅପ ଜବତ, ୭ ଗିରଫ
  • ||
  • ମାଲକାନାଗିରି : ମାଲକାନଗିରି-ଆନ୍ଧ୍ର ସୀମାରେ ନକ୍ସଲ ଓ ପୋଲିସ ମୁହାଁମୁହିଁ, ଏନକାଣ୍ଟରରେ ୬ ହାଡକୋର ମାଓବାଦୀ ନିହତ
  • ||
  • ପାରାଦୀପ : ଜିଏସଟି ଫାଙ୍କୁଥିବା ଅଭିଯୋଗରେ ସ୍କାର୍ପ ବୋଝେଇ ଟ୍ରକ ଅଟକ, ବାଣିଜ୍ୟ କର ବିଭାଗ ଦ୍ଵାରା ଅଟକ
  • ||
  • ଅନୁଗୁଳ : ରେଙ୍ଗାଲି ବିରାଜ ଷ୍ଟିଲ ସାମ୍ନାରେ ଟ୍ରକ୍ ସହ ଧକ୍କା ହୋଇ କାର୍ ଚୂରମାର, ଘଟଣାସ୍ଥଳରେ ଜଣେ ମ୍ରୁତ, ଜଣେ ଗୁରୁତର
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଉତ୍ତରାମୁଖୀ ସାହିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗଣ୍ଡଗୋଳ, ଛୁରୀ ମାଡ଼ରେ ଜଣେ ମୃତ ଓ ଦୁଇଜଣ ଆହତ, ସମସ୍ତେ ଏମକେସିଜିରେ ଭର୍ତ୍ତି
  • ||
  • ଭୁବନେଶ୍ଵର : ଆଉ ଅଳ୍ପ ଦିନ ମଧ୍ୟରେ ସଂକ୍ରମଣ ସମ୍ପୂର୍ଣ୍ଣ କମିଯିବ, ‘ଅନଲକ୍’ ହେଲେବି ଲୋକଙ୍କୁ ନିୟମ କଡାକଡି ପାଳନ କରିବାକୁ ପଡିବ- ଡିଏମଇଟି
  • ||
  • ବାଲିପାଟଣା : ଧାନ ବ୍ୟବସାୟୀଙ୍କୁ ବୋମା ମାଡ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଢେଙ୍କାନାଳ : ବିବାହ କରିବାକୁ ମନା କରିଦେଲେ ପ୍ରେମିକା, ଦେହରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କଲା ବିଫଳ ପ୍ରେମିକ
  • ||
  • ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ଥାନା କୁଲାବେଡା ଜଙ୍ଗଲରେ ମାଓବାଦୀ-ଯବାନଙ୍କ ମଧ୍ୟରେ ଗୁଳି ବିନିମୟ
  • ||
  • ଭୁବନେଶ୍ୱର : ଓଡ଼ିଶାରୁ ଆଉ ୪୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୪୩୨କୁ ବୃଦ୍ଧି
  • ||
  • ଚୌଦ୍ଵାର: ଟ୍ରଲରକୁ ପିଟିଲା ପିକଅପ୍ ଭ୍ୟାନ୍, ୨ ମୃତ ଜଣେ ଗୁରୁତର
  • ||
  • କରଞ୍ଜିଆ : ସୋଲାର ଚୋରଙ୍କୁ ଧରିଲା ପୋଲିସ, ଖତ ଗଡ଼ିଆରେ ପୋତି ଲୁଚାଇ ରଖିଥିଲେ ସୋଲାର ପ୍ୟାନେଲ ଓ ବ୍ୟାଟେରୀ
  • ||
  • ଭୁବନେଶ୍ୱର : ରାଜ୍ୟରେ କମୁଛି ସଂକ୍ରମଣ, ୨୪ ଘଣ୍ଟାରେ ୩୫୩୫ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ଅଜଣା ଗାଡ଼ି ଧକ୍କାରେ ୫ ଗୋରୁ ମୃତ

ଚିଲିକା ୨୪/୮ : ବାଲୁଗାଁ ବାଇପାସ୍‌ ୧୬ନଂ ଜାତୀୟ ରାଜପଥ ବେଲପଡ଼ା ଛକ ନିକଟରେ ଶୁକ୍ରବାର ଭୋର ୬ଟା ବେଳେ କୌଣସି ଏକ ଅଜଣା ଗାଡ଼ି ଧକ୍କାରେ ଘଟଣାସ୍ଥଳରେ ୫ଟି ଗାଈଙ୍କ ମୃତ୍ୟୁ ଘଟିଛି । ବିଳମ୍ବିତ ପ୍ରହର ପର୍ଯ୍ୟନ୍ତ ଗୋରୁଙ୍କ ମୃତ ଶରୀର ରାଜପଥରେ ପଡ଼ି ରହିଥିବା ବେଳେ ଗୋରୁ ମାଲିକଙ୍କ ଦେଖା ମିଳିନାହିଁ ।

ବର୍ଷାଋତୁରେ ଧାନଚାଷ ଯୋଗୁଁ ଗାଈଗୋରୁ ବିଲ ମଧ୍ୟକୁ ଚରିବାକୁ ଯାଇପାରିନଥାନ୍ତି । ଗୋରୁ ମାଲିକମାନେ ଗୁହାଳରେ ଦୀର୍ଘ ସମୟ ମଧ୍ୟ ରଖିନଥାନ୍ତି । ଫଳରେ ଶହ ଶହ ସଂଖ୍ୟାରେ ଗୋରୁ ବଜାର ଅଞ୍ଚଳ, ଗ୍ରାମ ପାଶ୍ୱର୍ ଓ ଜାତୀୟ ରାଜପଥରେ ଦିବାରାତ୍ର ଦେଖିବାକୁ ମିଳିଥାଏ । ଯାହା ଦ୍ୱାରା ଯାନବାହନ ଚଳାଚଳରେ ବ୍ୟାଘାତ ସୃଷ୍ଟି ହେବା ସହ ଦୁର୍ଘଟଣା ବହୁବାର ଘଟୁଥିବା ଦେଖାଦେଇଛି ।

ଶୁକ୍ରବାର ସକାଳ ସମୟରେ ବେଲପଡ଼ା ଛକଠାରେ ଶହ ଶହ ଗାଈ ଜାତୀୟ ରାଜପଥ ଦେଇ ଯାଉଥିବା ବେଳେ ଦ୍ରୁତଗତିରେ ଆସୁଥିବା ଏକ ଅଜଣାଗାଡ଼ି ଧକ୍କା ଦେବା ଫଳରେ ୫ଟି ଗାଈ ଏବଂ ଗୋଟିଏ ଷଣ୍ଢ ଘଟଣାସ୍ଥଳରେ ମୃତ୍ୟୁ କରିଥିବା ଜଣାଯାଇଛି । ବିଳମ୍ବିତ ସମୟ ପର୍ଯ୍ୟନ୍ତ ଗାଈଗୋରୁଙ୍କ ମୃତଦେହ ଜାତୀୟ ରାଜପଥରୁ ଉଠି ନ ଥିବା ଦେଖାଦେଇଥିଲା ।