ଆଉ ୫ ଦିନ ପରେ ନାଗାର୍ଜୁନ ବେଶ: ହରଚଣ୍ଡୀ ସାହି ଚକ୍ରକୋଟରେ ବେଶ ପ୍ରସ୍ତୁତି ଦେଖିଲେ ଅଧିକାରୀ

ପୁରୀ,୨୨/୧୧: ୨୭ ତାରିଖରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ । ଏଥିପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ବେଶ ପ୍ରସ୍ତୁତି। ହରଚଣ୍ଡୀ ସାହି ନିବାସୀ ଯଜମାନ ବଳରାମ ଖୁଣ୍ଟିଆଙ୍କ ତତ୍ତ୍ୱାବଧାନରେ ଦୟଣାମାଳୀ ସେବକ ବସନ୍ତ ରଣା ସାଥୀମାନଙ୍କ ସହ ବେଶ କାର୍ଯ୍ୟ ଆଗେଇ ନେଉଛନ୍ତି ।

ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଓ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ ପ୍ରସ୍ତୁତି ସ୍ଥଳକୁ ଯାଇ ବେଶ କାର୍ଯ୍ୟ ଅନୁଧ୍ୟାନ କରିଥିଲେ । ଠାକୁରଙ୍କ ବେଶ କାର୍ଯ୍ୟ ପ୍ରାୟ ୭୦ ଭାଗ ଶେଷ ହୋଇଥିବା ପ୍ରକାଶ । ସିଂହାରୀ ନିଯୋଗ କର୍ମକର୍ତ୍ତାଙ୍କ ସମେତ ଶ୍ରୀମନ୍ଦିର ପ୍ରଶାସନର ଅନ୍ୟ ଅଧିକାରୀମାନେ ବେଶ ପ୍ରସ୍ତୁତି ତଦାରଖ କରିଥିବା ସୂଚନା ରହିଛି । ଏହାପୂର୍ବରୁ ପରିଚାଳନା କମିଟି ସଦସ୍ୟମାନେ ଆସି ଅନୁଧ୍ୟାନ କରି ଫେରିଥିଲେ ।