୫ ପାକିସ୍ତାନୀ ଅନୁପ୍ରବେଶକାରୀ ବିଏସଏଫ ଗୁଳିରେ ନିହତ, ସର୍ଚ୍ଚ ଅପରେସନ୍ ଜାରି

ଖେମକରନ୍,୨୨।୮: ପଞ୍ଜାବରେ ବିଏସଏଫର ବଡ ଧରଣର କାର୍ଯ୍ୟାନୁଷ୍ଠାନରେ ୫ଜଣ ଅନୁପ୍ରବେଶକାରୀ ନିହତ।  ଖେମକରନରେ ୫ ଜଣ ପାକିସ୍ତାନୀ ଅନୁପ୍ରବେଶକାରୀ ସୀମାରେ ଅନୁପ୍ରବେଶ କରିବା ସମୟରେ ନିହତ ହୋଇଛନ୍ତି। ଏହି ସମସ୍ତଙ୍କ ପାଖରେ ଆସଲ୍ଟ ରାଇଫଲ ଉଦ୍ଧାର କରାଯାଇଛି। ମାମଲାର ଗମ୍ଭୀରତାକୁ ଦେଖି ବିଏସଏଫ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଦେଇଛି।

ମିଳିଥିବା ସୂଚନା ଅନୁସାରେ, ବିଏସଫର ଯବାନ ଶନିବାର ସକାଳେ ତରନ ତାରନର ଖେମକରରେ କିଛି ସନ୍ଦିଗ୍ଧ ଲୋକ ସୀମା ପାର କରୁଥିବାର ଦେଖିବାକୁ ମିଳିଥିଲେ। ବିଏସଏଫ ଯବାନ ତୁରନ୍ତୁ ତାଙ୍କ ସେଠାରେ ରହିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ଅନୁପ୍ରବେଶକାରୀମାନେ ସୁରକ୍ଷାକର୍ମୀଙ୍କ ଉପରେ ଗୁଳିମାଡ କରିବା ଆରମ୍ଭ କରିଦେଇଥିଲେ। ଜବାବରେ ବିଏସଏଫ ଯବାନ ମଧ୍ୟ ଫାୟାରିଂ କରିଥିଲେ, ଯେଉଁଥିରେ ୫ ଜଣ ଅନୁପ୍ରବେଶକାରୀ ନିହତ ହୋଇଥିଲେ।

ଉଲ୍ଲେଖନୀୟ ଯେ, ଖେମକରନ୍ ପଞ୍ଜାବର ତରନ୍ ତାରନ୍ ଜିଲ୍ଲାରେ ରହିଛି, ଯାହାକି ଭାରତ-ପାକିସ୍ତାନ ସୀମାକୁ ଲାଗିକି ରହିଛି। ମୃତ ସମସ୍ତ ଅନୁପ୍ରବେଶକାରୀଙ୍କ ପାଖରୁ ଆସଲ୍ଟ ରାଇଫଲ୍ ଉଦ୍ଧାର କରାଯାଇଛି।