ଭୂତ ଭୟରେ ହଷ୍ଟେଲ ଛାଡ଼ିଲେ ୫ ଛାତ୍ର

ଉଦଳା ୨୩/୯: ଭୂତ ଭୟ! ତାହା ପୁଣି ବିଦ୍ୟାଳୟର ଛାତ୍ରାବାସରେ । ଏପରି ଅହେତୁକ ଭୟ ଯୋଗୁଁ ୫ଜଣ ପିଲା ଛାତ୍ରାବାସ ଛାଡ଼ି ଚାଲିଆସିଥିଲେ । ସେମାନଙ୍କୁ ଉଦଳା ବସ୍‌ଷ୍ଟାଣ୍ଡରେ ସ୍ଥାନୀୟ ଯୁବକ ମାନେ ଠାବ କରିବା ପରେ ସେମାନଙ୍କୁ ଘରକୁ ପଠାଇ ଦିଆଯାଇଛି ।

ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଞ୍ଚଳର ବାଞ୍ଛାକଳ୍ପ ସଂସ୍କୃତ ବିଦ୍ୟାପୀଠ ଛାତ୍ରାବାସରୁ ଚାଲି ଆସିଥିବା ୫ ଜଣ ଛାତ୍ର ରବିବାର ପୂର୍ବାହ୍ନ ସାଢେ ୧୦ଟା ସମୟରେ ମୟୂରଭଂଜ ଜିଲ୍ଲା ଉଦଳା ବସ୍‌ଷ୍ଟାଣ୍ଡରେ ବସ୍‌ରୁ ଓହ୍ଲାଇଥିଲେ । ଏହା ସ୍ଥାନୀୟ କିଛି ଯୁବକଙ୍କ ନଜରକୁ ଆସିଥିଲା । ସେମାନେ କିଛି ଅସୁବିଧା ଥିବା ସନ୍ଦେହ କରି ଛାତ୍ରମାନଙ୍କୁ ଅଟକାଇଥିଲେ। କୁଆଡେ ଯାଉଛନ୍ତି ବୋଲି ପଚାରିବାରୁ ପିଲାମାନେ କହିଥିଲେ ଯେ ‘ ଭୂତ ଭୟରୁ ହଷ୍ଟେଲ ଛାଡ଼ି ଚାଲିଆସିଲୁା ଘରକୁ ଯିବୁ ।’ ପରେ ଜଣାପଡିଥିଲା ଯେ ଉକ୍ତ ଛାତ୍ରମାନଙ୍କ ଘର ଉଦଳା ଥାନା ଅନ୍ତର୍ଗତ ବଡସିଙ୍ଗାରିଆ ଏବଂ କଦଳୀବାଡିଆ ଅଞ୍ଚଳରେ ।

ଛାତ୍ରଙ୍କ କହିବାନୁସାରେ, ସେମାନେ ବାଞ୍ଛାକଳ୍ପ ସଂସ୍କୃତ ବିଦ୍ୟାପୀଠରେ ରହି ପଢୁଥିଲେ । ତାଙ୍କ ହଷ୍ଟେଲରେ ବହୁ ସଂଖ୍ୟାରେ ଛାତ୍ର ରହନ୍ତି । ସେମାନଙ୍କ ମଧ୍ୟରୁ ଗତକାଲି ସୁଦ୍ଧା ରହିଥିବା ୧୫ ଜଣଙ୍କ ମଧ୍ୟରୁ ଗତକାଲି ସନ୍ଧ୍ୟାରେ ୫ ଜଣ ଛାତ୍ର ଘରକୁ ପଳାଇଥିଲେ । ଏହାପରେ ଅନ୍ୟ ଦଶ ଜଣଙ୍କ ମଧ୍ୟରୁ ଗତକାଲି ରାତିରେ ଆଉ ୫ ଜଣ ପଳାଇଥିଲେ । ଉଦଳା ଅଞ୍ଚଳର ବାକି ଏହି ୫ଜଣ ଛାତ୍ରଙ୍କୁ ଭୂତ ଭୟ ଘାରିବାରୁ ସେଠାରୁ ଖସି ପଳାଇ ଆସିଛନ୍ତି । ଆଜି ଭୋର ସମୟରେ ସେମାନେ ସାଙ୍ଗରେ ନିଜର ବ୍ୟାଗ୍‌ ଧରି ବାହାରି ଆସିଥିଲେ ଏବଂ ଔପଦା ଛକ ନିକଟରେ ଉଦଳା ବସ୍‌ରେ ଚଢ଼ିଥିଲେ । ଦିନ ସାଢେ ୧୦ଟାରେ ଉଦଳା ବସ୍‌ଷ୍ଟାଣ୍ଡରେ ଓହ୍ଲାଇଥିଲେ । ୫ଜଣ ଛାତ୍ରଙ୍କ ମଧ୍ୟର ୩ ଜଣ ଷଷ୍ଠ ଶ୍ରେଣୀର ଏବଂ ଅନ୍ୟ ଦୁଇ ଜଣ ଅଷ୍ଟମ ଶ୍ରେଣୀର ବୋଲି ଜଣାଯାଇଛି । ଛାତ୍ରମାନଙ୍କୁ ଅଟକାଇଥିବା ସ୍ଥାନୀୟ ଲୋକେ ସବୁକିଛି ବୁଝିବା ପରେ ସ୍ଥାନୀୟ ପୁଲିସକୁ ଖବର ଦେଇଥିଲେ । ପୁଲିସ ଜିମାରେ ନେବା ପରେ ସେମାନଙ୍କ ପରିବାର ଲୋକଙ୍କୁ ଡକାଇଥିଲା । ସେମାନଙ୍କ ହେପାଜତରେ ଛାତ୍ରମାନଙ୍କୁ ଛାଡିଥିବା ଜଣାଯାଇଛି ।

   ସମ୍ବନ୍ଧିତ ଖବର


ତିର୍ତୋଲ ଓ ବାଲେଶ୍ୱର ସଦର ଆସନରେ ଉପନିର୍ବାଚନ ପାଇଁ ସବୈତନିକ ଛୁଟି ଘୋଷଣା

ବାଲେଶ୍ବରରେ ବେଣୁଧରକଙ୍କ ପଲା ଭାରି : ‘ଏଥର ବେଣୁ ମଉସା’ ଗୀତ ଗାଇଲେ ଅଭିଜିତ୍ ଓ କାକା‌, ପୂର୍ବରୁ ପ୍ରଚାର ସାମିଲ ହୋଇଛନ୍ତି ଅଭିନେତ୍ରୀ

ବାଲେଶ୍ୱର ସଦର ଉପନିର୍ବାଚନ: ମୁଖ୍ୟମନ୍ତ୍ରୀଙ୍କ ଭର୍ଚୁଆଲ ରାଲି ଆଜି

ଜୋର୍‌ ଧରିଲା କୋଭିଡ୍‌ ରାଜନୀତି : ଓଡିଶାବାସୀଙ୍କୁ ରାଜ୍ୟ ସରକାର ନୁହେଁ, ମୋଦି ମାଗଣା ଟିକା ଦେବେ କହିଲେ ପ୍ରତାପ ଷଡ଼ଙ୍ଗୀ

ମଦ କାଉଣ୍ଟର ପରିସରରେ ଦୁଇ ଜଣ ଚାଷୀଙ୍କୁ ପଥର ଓ ବାଡ଼ିରେ ଆକ୍ରମଣ କଲେ ମଦ୍ୟପ: ଚାଷୀ ଗୁରୁତର, ୪ ଯୁବକ ଅଟକ

ଭିଜିଲାନ୍ସ ଜାଲରେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ: ଟେବୁଲ ଡ୍ରୟରରୁ ନଗଦ ୨ ଲକ୍ଷ ୪୩ ହଜାରରୁ ଉର୍ଦ୍ଧ୍ବ ଟଙ୍କା ଜବତ